ଶାମପୁରରେ ଜବରଦଖଲ ଉଚ୍ଛେଦ ଆରମ୍ଭ ମାଡି ବସିଛନ୍ତି 68ଏକର ସରକାରୀ ଜମି
ଶାମପୁରରେ ଜବରଦଖଲ ଉଚ୍ଛେଦ ଆରମ୍ଭ
ମାଡି ବସିଛନ୍ତି 68ଏକର ସରକାରୀ ଜମି
ଭୁବନେଶ୍ୱର, : ଶାମପୁରରେ ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏଠାରେ ଏକ ବଡଧରଣର ରାକେଟ ସରକାରୀ ଜମିକୁ ଜବରଦଖଲ କରି ବିକିଥିବା ସୁରାକ ପାଇଥିଲା ବିଡିଏ ଏକର କି ଦୁଇ ଏକର ନୁହେଁ ମୋଟ 68ଏକର ଜମିକୁ ଦୁର୍ବୃତ୍ତମାନେ ସାଧାରଣ ଲୋକଙ୍କୁ ବିକ୍ରି କରିଛନ୍ତି ଆଜି (ସୋମବାର) ବିଡିଏ ଏନ୍ଫୋର୍ସମେଣ୍ଟ ଟିମ୍ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳେ ଜବରଦଖଲକାରୀଙ୍କ ବିରୋଧର ସାମ୍ନା କରିଥିଲେ ଏପରିକି କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା
ଶାମପୁର ମୌଜା ଅନ୍ତର୍ଗତ ଶାମପୁର ଠାରେ ବିଡିଏକୁ ଜିଏରୁ ମିଳିଥିବା 68ଏକର ଜମିକୁ କେତେକ ଅସାମାଜିକ ବ୍ଯକ୍ତି ନିଜ ଅକ୍ତିଆରରେ ରଖତ୍ ସ୍ଥାନୀୟ ଲୋକଙ୍କୁ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା ନିକଟରେ ବିଡିଏର ଏନଫୋର୍ସମେଣ୍ଟ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା ତଦନ୍ତରୁ ଜାଣିବାକୁ ପାଇଥିଲା ଯେ, ବିଡିଏକୁ ମିଳିଥିବା 68ଏକର ଜମିରେ କେତେକ ଲୋକ ଘର ନିର୍ମାଣ କରିବା ଆରମ୍ଭ କରିଛନ୍ତି ଉକ୍ତ ଘରଗୁଡିକୁ ଭାଙ୍ଗିବା ପାଇଁ ବିଡିଏ ପ୍ରୟାସ ଆରମ୍ଭ କରିଛି
ସୋମବାର ପୂର୍ବାହ୍ଣରେ ବିଡିଏର ଏନଫୋର୍ସମେଣ୍ଟ ଟିମ୍ ଶାମପୁର ମୌଜାରେ କିଛି ସମୟ ଭଙ୍ଗI କାର୍ଯ୍ୟକ୍ରମ ଆରମ୍ଭ କରିବାପରେ ସେଠାରେ ବିରୋଧର ସାମ୍ନା କରିଥିଲା ଜବରଦଖଲକାରୀମାନେ ବିଡିଏ ଏନଫୋର୍ସମେଣ୍ଟ ଟିମକୁ ଉକ୍ତ ଜମିରେ ପ୍ରବେଶ ନକରାଇବା ପାଇଁ ପ୍ରବଳ ପାଟିତୁଣ୍ଡ କରିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା ତେବେ ସେମାନଙ୍କୁ ବୁଝାସୁଝା କରିବା ପରେ ବିଡିଏ ଏନଫୋର୍ସମେଣ୍ଟ ଟିମ୍ ଉଚ୍ଛେଦ ବନ୍ଦ କରିଥିଲା ଏଥିରେ 23ଟି ମୂଳଦୂଆ ପଡିଥିବା ଜମି ଏବଂ 3ଟି ପ୍ଲିନ୍ଥ୍ ପର୍ଯ୍ଯନ୍ତ ହୋଇଥିବା ପାଚେରୀକୁ ମାଟିରେ ମିଶାଇ ଦେଇଛି ବିଡିଏ ଉଚ୍ଛେଦ ବେଳେ ବିଡିଏ ଡେପୁଟି କମିଶନର (ଏନଫୋର୍ସମେଣ୍ଟ) ଅରୁଣ ନାୟକଙ୍କ ସମେତ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ନଂ 24 ଓ 25 ଏବଂ ବିଏମ୍ସିର ଦକ୍ଷିଣ-ପଶ୍ଚିମ ଜୋନର ସ୍କ୍ବାଡ୍ ମଧ୍ୟ ଉପସ୍ଥିତ ଥିଲେ