ରାଜ୍ୟ କଳାକାର ମହାସଂଘ ତରଫରୁ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୪୦୦ ରୁ ଉର୍ଦ୍ଧ୍ବ କଳାକାର ବିଜେଡ଼ି ଦଳରେ ଯୋଗ ଦାନ
ବିଜେଡିରେ ସାମିଲ ହେଲେ ୨୯ ଖ୍ୟାତନାମା କଳାକାର
ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ୩୦ ଜିଲ୍ଲାରୁ ୨୯ ବିଶିଷ୍ଟ କଳାକାର । ଆଜି ଓଡ଼ିଶା କଳାକାର ମହାସଂଘର କଳାକାର ମାନେ ବହୁ ସଂଖ୍ୟାରେ ଆସି ଅନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା, ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ ନାୟକ, ସୁବାସ ବେହେରା, ଶିବରାମ ପ୍ରଧାନଙ୍କ ପରି ବିଶିଷ୍ଟ କଳାକାର ଶଙ୍ଖ ଫୁଙ୍କିଛନ୍ତି! ରାଜ୍ୟ କଳାକାର ମହାସଂଘ ତରଫରୁ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୪୦୦ ରୁ ଉର୍ଦ୍ଧ୍ବ କଳାକାର ବିଜେଡ଼ି ଦଳରେ ଯୋଗ ଦାନ କରିଛନ୍ତି l
ଯାତ୍ରା କଳାକାର ଦୈତାରି ପଣ୍ଡା, ବାପି ପଣ୍ଡା,ସୁବାସ ବେହେରା, ହୃଷିକେଶ ମିଶ୍ର ,ଦୟାନିଧି ଉପାଧ୍ୟାୟ ,ମନ୍ଦାକିନୀ ବିଶ୍ଵାଳ ଯାଦୁଗର ଆର.କେ.ହୀରାଲାଲ , ରାଜ୍ୟ ମସାସଂଘ ସଭାପତି ଚୈତନ୍ୟ ପାଇକ, ଦଣ୍ଡନାଚ ସଭାପତି ଶିବରାମ ପ୍ରଦାନ ସମେତ ଅନେକ କଳାକାର . ବହୁ ଯାତ୍ରା କଳାକାର ଓ ଯାଦୁଗର ଆର.କେ.ହୀରାଲାଲ ଶଙ୍ଖ ଭବନରେ ବିଜେଡିରେ ଯୋଗଦାନ କରିଛନ୍ତି l
ଏମାନଙ୍କ ସହ ୩ଶହରୁ ଅଧିକ କଳାକାର ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ବିଜେଡିରେ ଯୋଗ ଦେବାକୁ ସେମାନେ ଆବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିବା ପରେ ଦଳରେ ବିଧିବଦ୍ଧ ଯୋଗ ଦେଇଛନ୍ତି । ଏମାନଙ୍କୁ ଦଳକୁ ପାଛୋଟି ନେଇଛନ୍ତି ବରିଷ୍ଠ ବିଧାୟକ ଦେବୀ ମିଶ୍ର, ସାଂସଦ ମାନସ ମଙ୍ଗରାଜ ଓ ଅମର ପଟ୍ଟନାୟକ । ସଂସ୍କୃତିର ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ରହିଛି । ଓଡ଼ିଶା ସଂସ୍କୃତି ଓ କଳାର ମାଟି । ନବୀନ ବାବୁଙ୍କ ନେତୃତ୍ୱ ଓ ସାଂସ୍କୃତିକ ଆଭିମୁଖ୍ୟ ଦେଖି ଏହି କଲାକାର ବିଜେଡିରେ ମିଶୁଛନ୍ତି ବୋଲି କହିଛନ୍ତି ବିଧାୟକ ଦେବୀ ମିଶ୍ର । ଓଡ଼ିଶାର ସଂସ୍କୃତି, ଭାସ୍କର୍ଯ୍ୟକୁ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି, ସେଥିପାଇଁ ସେମାନେ ବିଜେଡି ସାଂସ୍କୃତିକ ସାମ୍ମୁଖ୍ୟରେ ମିଶୁଛନ୍ତି । ଏହା ଓଡ଼ିଶାର କଳାକୁ ଆହୁରି ଆଗକୁ ନେବ ବୋଲି ଆଶା କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ଓଡ଼ିଶାରେ କଳାକାର ଓ କଳାର ବିକାଶ କଥା କେହି ଚିନ୍ତା କରି ନଥିଲେ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖୀ, ଗରିବ, କଳାକାରଙ୍କ ଦୁଃଖ ହୃଦୟରୁ ଅନୁଭବ କଲେ । କେବଳ କଳାକାର ଭତ୍ତାରେ ରହିବେ ନାହିଁ ବୋଲି ରୋଜଗାର ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଆମ ପାଇଁ ନୂଆ ପର୍ବ ଓ ନୂଆ ଅଭିନୟ । ସମସ୍ତଙ୍କୁ ଉଚ୍ଚସ୍ତରକୁ ନେବାକୁ ନବୀନ ପଟ୍ଟନାୟକ ପ୍ରୟାସ କରିଛନ୍ତି ବୋଲି କହିଛନ୍ତି ଦଳରେ ଯୋଗଦେଇଥିବା କଳାକାରଗଣ ।