Search for:
  • Home/
  • ରାଜ୍ୟ/
  • ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

Spread the love

Loading

ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭୁବନେଶ୍ଵର- ତା ୨୮/୦୧/୨୦୨୪ :ଓଡିଶାର ଖ୍ୟାତନାମା ପ୍ରାବନ୍ଧିକ ଓ ସମାଲୋଚକ ତଥା ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଭୁବନେଶ୍ଵର ସ୍ଥିତ ଓ. ଏ. ଏସ. ଆସୋସିଏସନ ସଭାଗୃହ ରେ ପାଳିତ ହୋଇଯାଇଅଛି । ଏଥିରେ ବର୍ଷୀୟାନ୍ ସାହିତ୍ୟିକ ପ୍ରଫେସର ବାଳକୃଷ୍ଣ ଶତପଥୀ ମୁଖ୍ୟ ଅତିଥି ଓ ପ୍ରଫେସର ସଂଘମିତ୍ରା ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ଆଚାର୍ଯ୍ୟଙ୍କୁ ଓଡିଆ ସମାଲୋଚନା ସାହିତ୍ୟର ଜଣେ ଧୂରୀଣ ସ୍ରଷ୍ଟl ଥିଲେ ବୋଲି ଅଭିହିତ କରିଥିଲେ । ତାଙ୍କର ଦୃଷ୍ଟିଭଙ୍ଗୀ , ଉଦାର ମାନସିକତା ଓ ନିରଳସ ଜୀବନ ଚର୍ଯ୍ୟାର ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ମଥୁରେନ୍ଦ୍ର ପୃଷ୍ଟି, ପ୍ରଫେସର ଆଚାର୍ଯ୍ୟଙ୍କ ସମଗ୍ର ସାହିତ୍ୟ ସୃଷ୍ଟିକୁ ଗୋଟିଏ ଗ୍ରନ୍ଥାବଳୀରେ ପ୍ରକାଶ କରିବା ପାଇଁ ଆହ୍ଵାନ ଦେଇଥିଲେ । ଏହି ଅବସରରେ ଡ଼ଃ ବିବେକାନନ୍ଦ ପାଣିଗ୍ରାହୀ ମଧ୍ୟ ସ୍ବର୍ଗତ ଆଚାର୍ଯ୍ୟଙ୍କ ବ୍ୟକ୍ତିତ୍ଵର ସ୍ମୃତି ଚାରଣ କରିଥିଲେ । ଏ ଶ୍ରଦ୍ଧା ସୁମନର ଆୟୋଜନ ଆଚାର୍ଯ୍ୟ ପରିବାର ତରଫରୁ କରାଯାଇଥିଲା । ସଭାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଅନେକ ସାହିତ୍ୟ ଅନୁରାଗୀ ଯୋଗ ଦେଇଥିଲେ ।

Leave A Comment

All fields marked with an asterisk (*) are required