Search for:
  • Home/
  • ରାଜ୍ୟ/
  • ରାଜ୍ୟ ସରକାର ସବୁକିଛି ସୁବିଧା ଯୋଗାଇ ଦେବା ବି ଅବ୍ୟବସ୍ଥା

ରାଜ୍ୟ ସରକାର ସବୁକିଛି ସୁବିଧା ଯୋଗାଇ ଦେବା ବି ଅବ୍ୟବସ୍ଥା

Spread the love

Loading

ରାଜ୍ୟ ସରକାର ସବୁକିଛି ସୁବିଧା ଯୋଗାଇ ଦେବା ବି ଅବ୍ୟବସ୍ଥା
* ନିରୀହ ଚାଷୀ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି
* ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଚାଷୀ ସଂଗଠନ

ଭୁବନେଶ୍ୱର:ବରଗଡ ଜିଲ୍ଲା ର ଧାନ ମଣ୍ଡି ଚରମ ଅବ୍ଯବସ୍ଥା ଘେରରେ ଗତି କରୁଛି। ଧାନ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀର ଧାନ ଖେତରେ ଗଜା ହୋଇଥିବା ବେଳେ ଏବେ ମଣ୍ଡି ରେ ଖୋଲା ଆକାଶ ତଳେ ପଡି ରହି ଭିଜୁଛି। ଏପରି ଏକ ଦୃଶ୍ଯ ଦେଖିବାକୁ ମିଳିଛି ଭଟଲି ବ୍ଲକ ଅନ୍ତର୍ଗତ ସୁଲୁସୁଲିଆ ଧାନ କ୍ରୟ କେନ୍ଦ୍ର ରେ। ଏହି ଗ୍ରାମ ର ଚାଷୀ ମିନିଷ୍ଟର୍ ବାରିକ, କନ୍ଦର୍ପ ବେହେରା ଏବଂ ସଙ୍ଗୀତା ଭୁଏ ମାତ୍ର ୧୮୧ ପାକେଟ ଧାନ ଜାନୁୟାରୀ ପ୍ରଥମ ସପ୍ତାହରୁ ବିକ୍ରି ହେବା ଆଶା ରେ ମଣ୍ଡି କୁ ଆଣିଥିଲେ। ହେଲେ ଏଯାଏଁ ବିକ୍ରି କରି ପାରି ନାହାଁନ୍ତି। ମିନିଷ୍ଟର୍ ବାରିକ ଙ୍କ ଟୋକନ୍ ନଂ ୧୩୩୬୬୦ ରେ ଧାନ ବିକ୍ରି ପାଇଁ ମାତ୍ର ୫ : ୫୯ କ୍ବୁଣ୍ଟାଲ ଆସିଛି। ଏପରି ପରିସ୍ଥିତି ରେ ଚାଷୀ କିପରି ତାର ଧାନ ବିକ୍ରି କରିପାରିବ। ମଣ୍ଡି ରେ ଚାଲିଥିବା ଦଲାଲ ଏବଂ ମିଲମାଲିକଙ୍କ ରାଜତ୍ବ କୁ ଖାତିର୍ ନ କରି ନିଜେ ନିଜ ଧାନ ବିକିବାକୁ ସାହସ ଜୁଟାଇ ଥିବା ଏହି ତିନିଜଣ ଚାଷୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କିନ୍ତୁ ବାରମ୍ବାର ଅନୁରୋଧ କଲେମଧ୍ଯ ୟାର୍ଡ କର୍ତ୍ତୃପକ୍ଷ ବିକ୍ରି କରିବାର କୌଣସି ବ୍ଯବସ୍ଥା ହୋଇପାରୁ ନାହାନ୍ତି । ଚାଷୀ ଙ୍କୁ ଏପରି ହଇରାଣ ହରକତ କଲେ ସେ ମଣ୍ଡି କୁ ଧାନ ଆଣିବ ନାହିଁ ଏବଂ ବେପାରି କୁ କୁ କମ ଦରରେ ବିକିବାକୁ ବାଧ୍ଯ ହେବ।
ସୁଲୁସୁଲିଆ ମଣ୍ଡି ରେ ପଡି ରହିଥିବା ୧୮୧ ପାକେଟ ଧାନ ଧାନ କୁ ଯଦି ଆସନ୍ତା କାଲି ସୁଦ୍ଧା ବିକ୍ରି କରାନଯାଏ ତାହେଲେ କୌଣସି ସମୟରେ ଭଟଲି ତହସିଲଦାର ଙ୍କ କାର୍ଯ୍ୟାଳୟ ରେ ସବୁ ଧାନ କୁ ଗଦା କରିଦିଆଯିବ ବୋଲି ଜୟ କିସାନ ଆନ୍ଦୋଳନ ର ସାଧାରଣ ସଂପାଦକ ହର ବଣିଆଁ କହିଛନ୍ତି।

Leave A Comment

All fields marked with an asterisk (*) are required