Search for:
  • Home/
  • ରାଜ୍ୟ/
  • ଏପ୍ରିଲ ୧୬ରେ ହେବନି ଲୋକସଭା ନିର୍ବାଚନ, ସିଇସିଙ୍କ ସୂଚନା

ଏପ୍ରିଲ ୧୬ରେ ହେବନି ଲୋକସଭା ନିର୍ବାଚନ, ସିଇସିଙ୍କ ସୂଚନା

Spread the love

Loading

ଏପ୍ରିଲ ୧୬ରେ ହେବନି ଲୋକସଭା ନିର୍ବାଚନ, ସିଇସିଙ୍କ ସୂଚନା

ଭୁବନେଶ୍ୱର:ପାଖେଇ ଆସୁଛି ଦିନ। କେବେ ବାଜିବ ନିର୍ବାଚନୀ ବିଗୁଲ୍? ୨୪ ଲୋକସଭା ନିର୍ବାଚନ କେବେ ହେବ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ ହେବ ବୋଲି ସୋସିଆଲ ମିଡିଆରେ ଏ କଥା ବେଶ ଭାଇରାଲ ହେଉଥିଲା। ଯାହାକୁ ଖଣ୍ଡନ କରିଛନ୍ତି ମୁଖ୍ୟ ନିର୍ବାଚନ କମଶନ। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ୨୦୨୪ ଲୋକସଭା ନିର୍ବାଚନ ୧୬ ଏପ୍ରିଲରେ ହେବ ବୋଲି ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ବାସ୍ତବରେ, ସିଇଓଙ୍କ କାର୍ଯ୍ୟାଳୟରୁ ଆସିଥିବା ଏକ ଚିଠି ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଉତ୍ତେଜନା ଦେଖାଦେଇଥିଲା। ଭାଇରାଲ ଦାବି ସମ୍ପର୍କରେ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଏପ୍ରିଲ ୧୬ ରେ ନିର୍ବାଚନ ହେବ ନାହିଁ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିର୍ବାଚନ ଆୟୋଗ ଏହା କହିଛନ୍ତି। ଏହା ସ୍ପଷ୍ଟ ହୋଇଛି ଯେ ଇଲେକ୍ସନ କମିଶନ ଅଫ ଇଣ୍ଡିଆର ନିର୍ବାଚନ ଯୋଜନା ଅନୁଯାୟୀ କାର୍ଯ୍ୟକଳାପ ଯୋଜନା କରିବାକୁ ଅଧିକାରୀଙ୍କ ପାଇଁ କେବଳ ‘ରେଫରେନ୍ସ’ ପାଇଁ ଏହି ତାରିଖ ଉଲ୍ଲେଖ କରାଯାଇଛି।

Leave A Comment

All fields marked with an asterisk (*) are required