Search for:
  • Home/
  • ରାଜ୍ୟ/
  • ବିଳମ୍ବିତ ରାତିରେ ଶବ ସତ୍କାର ପାଇଁ ପରିବାର ସହ ଛିଡ଼ା ହେଲା ଓଡ଼ିଶା-ମୋ ପରିବାର

ବିଳମ୍ବିତ ରାତିରେ ଶବ ସତ୍କାର ପାଇଁ ପରିବାର ସହ ଛିଡ଼ା ହେଲା ଓଡ଼ିଶା-ମୋ ପରିବାର

Spread the love

Loading

ବିଳମ୍ବିତ ରାତିରେ ଶବ ସତ୍କାର ପାଇଁ ପରିବାର ସହ ଛିଡ଼ା ହେଲା ଓଡ଼ିଶା-ମୋ ପରିବାର

ରାତିଅଧରେ, ଚାଲିଗଲା ବୃଦ୍ଧାଙ୍କ ଜୀବନ, ଶେଷ ରୀତିନୀତି ସମ୍ପନ୍ନ କରିବାକୁ ଅସହାୟ ହୋଇପଡ଼ିଥିବା ପରିବାରବର୍ଗଙ୍କ ସହ ଛିଡ଼ା ହେଲା ଓଡ଼ିଶା-ମୋ ପରିବାର ।

ସୂଚନାନୁସାରେ, ଭୁବନେଶ୍ୱରସ୍ଥିତ ୟୁନିଟ୍-୨ ଅଞ୍ଚଳ ତାରିଣୀ ବିଜୁ ଆଦର୍ଶ କଲୋନୀର ଜଣେ ୮୩ବର୍ଷିୟା ବୃଦ୍ଧା ଛାୟା ବେହେରା ଗତ କାଲି ମଧ୍ୟରାତ୍ରିରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ଭୁବନେଶ୍ୱର ଆସିବା ପରେ, ଛାୟା ଘର ଚଳାଇବା ପାଇଁ ପର ଘରେ ବାସନ ମାଜୁଥିଲେ । ବୟସ ଗଡ଼ିବା ସହ ଯେତେବେଳେ ସେ ରୋଗାଗ୍ରସ୍ତ ହେଲେ ତାଙ୍କ ପୁଅ ଓ ନାତି ଏକ ଛୋଟ ଦୋକାନରେ ମକା ବିକ୍ରି କରି ପରିବାର ଚଳାଇବାର ଦାୟିତ୍ଵ ନେଲେ । ଛାୟା ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇପଡ଼ିଥିଲେ ଏବଂ ଗତକାଲି ସେ ପରିବାରବର୍ଗଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ । ପରିବାରବର୍ଗ ପୂର୍ବରୁ ହିଁ ଅର୍ଥାଭାବରେ ଦିନ କାଟୁଥିଲେ ଓ ଛାୟାଙ୍କ ମୃତ୍ୟୁ ତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ପରି ମନେ ହେଉଥିଲା ।
ଅସହାୟ ହୋଇ ସେମାନେ ବିଜୁ ଜନତା ଦଳ ତଥା ଓଡ଼ିଶା- ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ । ବିଳମ୍ବିତ ରାତ୍ରି ହୋଇଥିଲେ ମଧ୍ୟ ଶ୍ରୀ ସାମନ୍ତରାୟ, ତୁରନ୍ତ ପଦକ୍ଷେପ ନେଇ ଜୟ ଓଡ଼ିଶାର “ଶେଷସାଥି” ଯାନ ସହାୟତାରେ ତାଙ୍କ ମୃତ ଶରୀର ସତ୍ୟନଗର ଶ୍ମଶାନକୁ ସ୍ଥାନାନ୍ତର କରିଥିଲେ । ବିଳମ୍ବିତ ରାତ୍ରି ହୋଇଥିବାରୁ ଶେଷକୃତ୍ୟ ନିମନ୍ତେ ଆବଶ୍ୟକୀୟ ସରଞ୍ଜାମ ମଧ୍ୟ ପାଇବାରେ ପରିବାରବର୍ଗ ଅସହାୟ ହୋଇପଡ଼ିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସାଢେ ଚାରିକୋଟି ଓଡ଼ିଆଙ୍କୁ ତାଙ୍କ ପରିବାର ମାନନ୍ତି । ଏହି ଉଦ୍ଦେଶ୍ୟରେ, ଓଡ଼ିଶା-ମୋ ପରିବାର ସଦାସର୍ବଦା କର୍ତ୍ତବ୍ୟରତ । ଏହି ଉଦ୍ଦେଶ୍ୟରେ, ଶ୍ରୀ ସାମନ୍ତରାୟ ଛାୟାଙ୍କର ଶେଷ ରୀତିନୀତି ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବା ସହିତ ଖର୍ଚ୍ଚ ବହନ କରିଥିଲେ । ପରିବାରବର୍ଗ, ଭାବ ବିହୋଳ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୋଟି ଧନ୍ୟବାଦ ଜଣାଇବା ସହିତ ଓଡ଼ିଶା-ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Comment

All fields marked with an asterisk (*) are required