Search for:
  • Home/
  • ରାଜ୍ୟ/
  • ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀଙ୍କୁ ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀଙ୍କୁ ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

Spread the love

Loading

ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ
ସୀତାଂଶୁ ମୋହନ ଦ୍ୱିବେଦୀଙ୍କୁ
ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ବର,୧୮/୧ : ବରିଷ୍ଠ ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ନର୍ବାଚିତ ପରେ ଆଜି
ଦାୟିତ୍ଵ ଗ୍ରହଣ କରିଛନ୍ତି। ଏନେଇ ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ ଶ୍ରୀ ଦ୍ୱିବେଦୀଙ୍କୁ ଭୁବନେଶ୍ବର କୋର୍ଟ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଛି । ତାଙ୍କୁ
ଜଗନ୍ନାଥଙ୍କ ଫଟୋ, ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଭାରତୀୟ ଆଇନଜୀବୀ ପରିଷଦ ସଭ୍ୟ ଭକ୍ତ ଭୂଷଣ ବାରିକ୍, ବରିଷ୍ଠ ଆଇନଜୀବି ଶିବାନନ୍ଦ ରାୟ, ଓକିଲ ସଂଘର ସଭାପତି ଧନେଶ୍ୱର ମହାନ୍ତି, ଉପ ସଭାପତି ଅଞ୍ଜନ କୁମାର ସାମନ୍ତରାୟ, ସଂଘର ସମ୍ପାଦକ ତାପସ ରଞ୍ଜନ ଦାସ, କୋଷାଧ୍ୟକ୍ଷ ମନିଶ କୁମାର ନାୟକ, ଯୁଗ୍ମ ସମ୍ପାଦକ ସୁକାନ୍ତ କୁମାର ବେହେରା, ସହ ସମ୍ପାଦକ ପୁଲିନ କୁମାର ମାର୍ଥା, କାର୍ଯ୍ୟକାରୀ କମିଟି ସଭ୍ୟ ସବ୍ୟସାଚ୍ଚି ସୂତାର, ଅଭିନାଶ ମହାନ୍ତି, ଅମିତ କୁମାର ବାରିକ୍‌, ଆନନ୍ଦ ଚନ୍ଦ୍ର ଜେନା, ବିମଳ କେଶୋରୀ ଦାସ, ବିର କିଶୋର ବେହେରା, ଚିତ୍ରସେନ ଶ୍ରୀଚନ୍ଦନ, ବିଶ୍ୱନାଥ ଷଡ଼ଙ୍ଗୀ, ଜୌତ୍ରୀମୟୀ ପଣ୍ଡା, ପ୍ରୀତିଜୋତ୍ସ୍ନା ନାଥ ସମେତ ସମସ୍ତ ସଦସ୍ୟ ଉପସ୍ଥିତଥିଲେ ।

Leave A Comment

All fields marked with an asterisk (*) are required