ପ୍ରଶାନ୍ତ ନନ୍ଦଙ୍କୁ ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ-୨୦୨୪ ପାଇଁ ମନୋନୀତ
ପ୍ରଶାନ୍ତ ନନ୍ଦଙ୍କୁ ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ-୨୦୨୪ ପାଇଁ ମନୋନୀତ
ଭୁବନେଶ୍ୱର,୧୮/୦୧- ବରିଷ୍ଠ ଚଳଚ୍ଚିତ୍ର ଅଭିନେତା,ନିର୍ଦ୍ଦେଶକ ଓ ପ୍ରଯୋଜକ ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ପାଇବେ ଚଳିତ ବର୍ଷ ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ।ଭାରତର ଅଭିନବ ଚଳଚ୍ଚିତ୍ରର ଜନକ ପ୍ରମୋଦ ପତିଙ୍କ ସ୍ମୃତିରେ ପ୍ରତି ବର୍ଷ ପ୍ରମୋଦ ପତି ଟ୍ରଷ୍ଟ ଦ୍ଵାରା ଏହି ସମ୍ମାନ ପ୍ରଦାନ କରାଯାଇଥାଏ।ଜାନୁଆରୀ ୨୦ ତାରିଖରେ ଏକ ସ୍ବତନ୍ତ୍ର ଉତ୍ସବରେ ବୁଦ୍ଧ ମନ୍ଦିର ସଭାଗୃହରେ ବିଶିଷ୍ଟ ଅତିଥିଙ୍କ ଦ୍ଵାରା ଏହି ସମ୍ମାନ ପ୍ରଦାନ କରାଯିବ।ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରି ପୁରସ୍କାର ପାଇବା ସହିତ ବହୁ ଚଳ୍ଚିତ୍ରରେ ନିର୍ଦ୍ଦେଶନା ଓ ପ୍ରଯୋଜନା ସହ ସୁଖ୍ୟାତି ଲାଭ କରିଥିବା ପ୍ରଶାନ୍ତ ନନ୍ଦଙ୍କୁ ଚଳିତ ବର୍ଷ ଏହି ସମ୍ମାନ ପ୍ରଦାନ କରାଯିବ।