ବି ଏସ୍ କେ ୱାଇ କାର୍ଡ ଶ୍ରମଜୀବୀ ବାନାମ୍ବରଙ୍କୁ ଦେଲା ନୂଆ ଜୀବନ
ବି ଏସ୍ କେ ୱାଇ କାର୍ଡ ଶ୍ରମଜୀବୀ ବାନାମ୍ବରଙ୍କୁ ଦେଲା ନୂଆ ଜୀବନ
ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମେ ଚିରଋଣୀ – ଝିଅ ଝରଣା
ଭୁବନେଶ୍ୱର,୯/୧ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ( ବି ଏସ୍ କେ ୱାଇ) ଲୋକଙ୍କ ମନରେ ଆଣିଛି ବଞ୍ଚିବାର ନୂଆ ଆଶା ଓ ଭରସା । ଏହି କାର୍ଡ ବଳରେ ରାଜ୍ୟର ଦୂରଦୂରାନ୍ତ ଶ୍ରମଜୀବୀ, ଆର୍ଥିକ ଦୁର୍ବଳ ବର୍ଗ ଏବଂ ନିସହାୟ ଲୋକ ଘରୋଇ ସୂପରସ୍ପେସିଆଲିଟି ହସ୍ପିଟାଲମାନଙ୍କରେ ଦେୟମୁକ୍ତ ଚିକିତ୍ସା ପାଇ ପାରୁଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନାଚୁଣୀ ଗ୍ରାମ ପଞ୍ଚାୟତର ଗୋରଡ଼ାଝରି ଗ୍ରାମବାସୀ ବାନାମ୍ବର ଦାଶ କୁହନ୍ତି – ” ସରକାର ବିଜୁ ସ୍ଵାସ୍ଥ୍ୟ କାର୍ଡ ଜରିଆରେ ମୋତେ ନୂଆ ଜୀବନ ଦେଲେ । ମୁଁ ଜଣେ ଦିନ ମଜୁରିଆ ଭାବେ କାମ କରେ । ମୋର ତିନି ଝିଅ । ଯାହା ରୋଜଗାର କରିଥିଲି ସେ ସବୁକୁ ଝିଅମାନଙ୍କ ଲାଳନ ପାଳନ ଓ ବାହାଘରରେ ଖର୍ଚ୍ଚ କରିଦେଇଥିଲି । ମୁଁ କିଛି ସଞ୍ଚୟ କରିପାରିନଥିଲି । ଆଉ ଏଇ ବୟସରେ ମଧ୍ୟ ମୁଁ କୋଉଠୁ ପଇସା ଯୋଗାଡ କରିପାରିନଥାନ୍ତି । ମୋ ପାଖରେ ଆଉ କିଛି ଉପାୟ ନଥିଲା । ମୁଁ ନିଜ ଉପରୁ ଆଶା ଛାଡିଦେଇଥିଲି । ମୋର ଶେଷ ଅବସ୍ଥା ସମୟରେ ମୋ ପାଖରେ ଧନ ନଥିଲା । ଭାରି କଷ୍ଟ ଅନୁଭବ କରୁଥିଲି । ମୋତେ ବୁଦ୍ଧି ବାଟ ଦିଶୁ ନଥିଲା’’ ।
ଗାଁ ରୁ ଶୁଣିବାକୁ ପାଇଲି ଯେ ବି ଏସ୍ କେ ୱାଇ କାର୍ଡ ଯୋଗେ ମାଗଣାରେ ଅପରେସନ ହେଉଛି । ମୋ କାର୍ଡ ନେଇ ନାଚୁଣୀରେ ଥିବା ଏକ ଘରୋଇ ହସ୍ପିଟାଲକୁ ଗଲି । ମୋତେ ଟଙ୍କାଟିଏ ବି ଖର୍ଚ୍ଚ ଲାଗିଲାନି ମାଗଣାରେ ପରୀକ୍ଷା, ନିରୀକ୍ଷା ଓ ଅପରେସନ ହେଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ମୋତେ ନୂଆ ଜୀବନ ଦେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ ରାଜ୍ୟ ସରକାରଙ୍କ ଏହି ଯୋଜନା ପାଇଁ ଆମ ଭଳି ଗରିବ ଲୋକ ବହୁ ଉପକାର ପାଉଛନ୍ତି ।
ବାନମ୍ବର ଦାଶଙ୍କ ଝିଅ ଝରଣା ଦାଶ କହିଛନ୍ତି – ‘’ବିଜୁ ସ୍ଵାସ୍ଥ୍ୟ କାର୍ଡ ପାଇଁ ଆମେ ଆମ ବାପାଙ୍କୁ ଫେରିପାଇଛୁ’’ । ଆମେ ହେଉଛୁ ଗରିବ ପରିବାର । ବାପାଙ୍କୁ ଭଲ କରିବା ପାଇଁ ଆମ ପାଖରେ କିଛି ଉପାୟ ନଥିଲା । ଆମେ ଉପାୟ ଶୂନ୍ୟ ହୋଇଯାଇଥିଲୁ । ଗାଁରୁ ଶୁଣି ବାପାଙ୍କୁ ନାଚୁଣୀର ନନ୍ଦ ଟ୍ରିଟମେଣ୍ଟ ହସ୍ପିଟାଲ ଆଣିଲୁ । ସେଠାରେ ବି ଏସ୍ କେ ୱାଇ ସ୍ୱାସ୍ଥ୍ୟକର୍ମୀ ଆମକୁ ସାହାଯ୍ୟ କଲେ । ବାପାଙ୍କର ଭଲରେ ଭଲରେ ଅପରେସନ ହେଲା । ମୋ ବାପାଙ୍କ ଜୀବନ ବଞ୍ଚେଇଥିବାରୁ ଆମେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିରଋଣୀ ।