Search for:
  • Home/
  • ରାଜ୍ୟ/
  • ରାସ୍ତା ମଝିରେ ଫରେଷ୍ଟ ଗାର୍ଡକୁ ମାଡି ବସିଲା ଭିଜିଲାନ୍ସ।

ରାସ୍ତା ମଝିରେ ଫରେଷ୍ଟ ଗାର୍ଡକୁ ମାଡି ବସିଲା ଭିଜିଲାନ୍ସ।

Spread the love

Loading

ଭୁବନେଶ୍ୱର:ରାସ୍ତା ମଝିରେ ଫରେଷ୍ଟ ଗାର୍ଡକୁ ମାଡି ବସିଲା ଭିଜିଲାନ୍ସ। ତାଙ୍କଠାରୁ ଦେଢ ଲକ୍ଷରୁ ଅଧିକ ଟଙ୍କା ଜବତ କରି ଉଚରା ଉଚରା କରୁଛି। ହେଲେ ସନ୍ତୋଷ ଜନକ ଉତ୍ତର ପାଇନଥିବାରୁ ଭିଜିଲାନ୍ସ ଟିମ୍‌ ତାଙ୍କ ଅଫିସ୍ ଓ ଘରେ ଚଢ଼ଉ କରିଛି। ଆଜି ଏପରି ଖବର ନବରଙ୍ଗପୁରରୁ ଆସିଛି।
ନନ୍ଦାହାଣ୍ଡି ବ୍ଲକ୍‌ ଜଗନ୍ନାଥପୁର ବିଟର ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରି ଆଜି ଏକ ଲକ୍ଷ ୫୩ ହଜାର ଟଙ୍କା ଧରି ନିଜ ବାଇକ୍‌ରେ ରଖି ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ଭିଜିଲାନ୍ସ ଟିମ୍‌ ତାଙ୍କୁ ପିଛା କରିଥିଲା। ଖାତିଗୁଡ଼ା ନିକଟସ୍ଥ ଇନ୍ଦ୍ରାବତୀ ପୋଲ ନିକଟରେ ତାଙ୍କୁ ଅଟକାଇ ଥିଲା। ପରେ ତାଙ୍କୁ ଯାଞ୍ଚ କରିଥିଲେ ଭିଜିଲାନ୍ସ ଟିମ୍‌। ସେହି ସମୟରେ ତାଙ୍କଠାରୁ ଏତେ ପରିମାଣର ଟଙ୍କା ପାଇଥିଲା। ସେ ଏତେ ଗୋଡାଏ ଟଙ୍କା କେଉଁଠୁ ଆଣିଲେ? ତାଙ୍କୁ କିଏ ଟଙ୍କା ଦେଇଥିଲା? ତା’ର ସନ୍ତୋଷ ଜନକ ଉତ୍ତର ସେ ଦେଇ ପାରିନଥିଲେ।

Leave A Comment

All fields marked with an asterisk (*) are required