ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ.
ଭୁବନେଶ୍ୱର:ଆସନ୍ତାକାଲି ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ. ସବୁ ବିଧାୟକ, ସାଂସଦ ସହ ଛାମୁଆ ସଂଗଠନ, କର୍ମକର୍ତ୍ତା, ଆମନ୍ତ୍ରିତ କର୍ମକର୍ତ୍ତା ଯୋଗ ଦେବେ. ପୂର୍ବାହ୍ନରେ ଏହା ଅନୁଷ୍ଠିତ ହେବ. ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଯୋଗ ଦେବେ. ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ
ହୋଇଛି ଯେ ସ୍ମାରକୀ ପଦଯାତ୍ରା ସହ ପ୍ରତି ନିର୍ବାଚନ ମଣ୍ଡଳୀରୁ 200 ସଦସ୍ୟ ପ୍ରଶିକ୍ଷଣ ନେଇଥିଲେ. ସମୁଦାୟ 30 ହଜାର ପ୍ରଶିକ୍ଷଣ ନେଇଥିଲେ. ତା ପରେ ଜୋନାଲରେ 2.80 ଲକ୍ଷ ପ୍ରଶିକ୍ଷଣ ନେଲେଣି. ଯାହା ଡ଼ିସେମ୍ବର 24 ରେ ସରିବ.
ବିଜେଡିକୁ ଡିସେମ୍ବର 26ରେ 26 ବର୍ଷ ପୁରିବ. 27 ବର୍ଷରେ ପାଦ ଦେବେ. ସେ ଦିନ ସାମାଜିକ କାର୍ଯ୍ୟକ୍ରମ, ଜୀବନ ବିନ୍ଦୁ, ବୃକ୍ଷରୋପଣ କରାଯିବ. ପ୍ରତି ବ୍ଲକ ଓ ନଗରରେ ସଭା ଜରିଆରେ ନବୀନ ପଟ୍ଟନାୟକଙ୍କ ଜଣକଲ୍ୟାଣକାରୀ ଯୋଜନା ନେଇ ଆଲୋଚନା ହେବେ. କର୍ମକର୍ତାମାନେ ନିଜକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିବାକୁ ଶପଥ ନେବେ. ଏହି କାର୍ଯ୍ୟକ୍ରମ ସହ ସାଇକେଲ ରାଲି କଟକ ଆନନ୍ଦ ଭବନରୁ ଶଙ୍ଖ ଭବନ ଯାଏ ହେବ. ଯାହାର ନେତୃତ୍ୱ ନେବେ ଛାତ୍ର ଓ ଯୁବ. ଗଣଦୌଡ ବି ହେବ.
ଦେଵୀ ମିଶ୍ର
ବିଜେଡି ବିଧାୟକ
ସର୍ବଭାରତୀୟ ସ୍ତରରେ ବଡ଼ ଆଞ୍ଚଳିକ ଦଳ ପାଲଟିଛି ବିଜେଡି. ପ୍ରତିଷ୍ଠା ଦିବସରେ ମହିଳା ବିଜେଡି ସବୁ କାର୍ଯ୍ୟରେ ଅଂଶୀଦାର ରହିବେ. ମହିଳା ସଶକ୍ତିକରଣରେ ଯେପରି ଅଧିକରୁ ଅଧିକ ମହିଳା ସାମିଲ ହେବେ, ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଦେଶ କାର୍ଯ୍ୟକାରୀ ହେବେ. ସବୁ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ମହିଳା ଯେପରି ସାମିଲ ରହିବେ, ସେ ନେଇ କାମ ଚାଲିଛି.
ସୁଲୋଚନା ଦାସ
ଭୁବନେଶ୍ୱର ମେୟର
ଆମର ସାମାଜିକ ପ୍ରତିବଦ୍ଧତା ରହିଛି. ଜୀବନ ବିନ୍ଦୁ ଓ ବୃକ୍ଷରୋପଣ ଚାଲିଛି. ଛାତ୍ର ଓ ଯୁବ ବିଜେଡି ଏକ ଲକ୍ଷରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହେବ. 26 ବର୍ଷ ପାଇଁ 26 ହଜାର ୟୁନିଟ ରକ୍ତ ସଂଗ୍ରହ ପାଇଁ 12 ଦିନ ଭିତରେ ଟାର୍ଗେଟ ରହିଛି. ମୁଁ ବି ହେବି ନବୀନ ଓଡ଼ିଶାର ସାରଥୀ ସଫଳ ସହ ହୋଇଛି. ସବୁ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ ହେବ.
ବ୍ୟୋମକେଶ ରାୟ
ଯୁବ ବିଜେଡି ସଭାପତି
27 ତମ ପ୍ରତିଷ୍ଠା ଦିବସରେ ସାଇକେଲ ରାଲି ସହ ଗଣଦୌଡ କରାଯିବ. ତୃଣମୂଳ ସ୍ତରରେ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପହଞ୍ଚା ଯିବ. ବିକାଶ ଅଭିଯାନରେ ଛାତ୍ର ଓ ଯୁବଙ୍କୁ ସାମିଲ କରିବାକୁ ଶପଥ ନିଆଯିବ.
ଦେଵୀ ତ୍ରିପାଠୀ
ଛାତ୍ର ବିଜେଡି ସଭାପତି