Search for:
  • Home/
  • ରାଜ୍ୟ/
  • ଦୋଷୀ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ- ଅଗ୍ନିଶମ

ଦୋଷୀ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ- ଅଗ୍ନିଶମ

Spread the love

Loading

ଏହା ଦୁର୍ଘଟଣା ନୁହେଁ ଅପରାଧ, ଦୋଷୀ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ- ଅଗ୍ନିଶମ

ଭୁବନେଶ୍ୱର:ଡିଜି ଭୁବନେଶ୍ବର: ସମ୍ବଲପୁର ରେଙ୍ଗାଲିରେ ବୋରୱେଲ ଭିତରୁ ଶିଶୁ ଉଦ୍ଧାର ଘଟଣା । ଏ ନେଇ ଆଜି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି ଯେ, ଏହା ଅନ୍ୟ ବୋରୱେଲରେ ପଡ଼ିବା ଭଳି ଦୁର୍ଘଟଣା ନୁହେଁ । ଏହା ଅପରାଧ । ପରେ କିଭଳି ଭାବେ ଉଦ୍ଧାର କରାଯାଇଥିଲା ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲେ। ଛୁଆଟି ଲୁହା ପାଇପ ଭିତରେ ପଡ଼ିଥିବାରୁ ଭିଏଲ୍‌ସି ଦରକାର ଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ବିମାନରେ ଭିଏଲ୍‌ସି ପଠାଯାଇଥିଲା। ଭିଏଲ୍‌ସି ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା ।

ଏହା ଅନ୍ୟ ବୋରୱେଲରେ ପଡ଼ିବା ଭଳି ଦୁର୍ଘଟଣା ନୁହେଁ । ଏହା ଏକ ଅପରାଧ ବେଲି କହିଛନ୍ତି ଅଗ୍ନିଶମ ଡିଜି । ସ୍ଥାନୀୟ ପୁଲିସ ଏନେଇ ୩୦୭ ଦଫାରେ ଏକ ମାମଲା କରିଛି । ଯିଏ ବି ଦୋଷୀ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଜି କହିଛନ୍ତି।
ଗତକାଲି ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରୁ ଗୋଟେ ଶିଶୁର କାନ୍ଦିବ ଶୁଣିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାମ। ଶିଶୁଟି କାହାର, ସେ କେମିତି ପରିତ୍ୟକ୍ତ ବୋରଓ୍ବେଲ ଭିତରେ ପଡିଲା, ତାକୁ କିଏ ପକାଇଲା, ତାହା କେହି ଜାଣିନଥିଲେ। କିନ୍ତୁ ଶିଶୁଟିର କଇଁ କଇଁ କାନ୍ଦ ସମସ୍ତଙ୍କୁ ବିଚଳିତ କରିଥିଲା। କାରଣ କାନ୍ଦ ମାଧ୍ୟମରେ ଶିଶୁଟି ତାକୁ ବଞ୍ଚାଇବା ବୋଧ ହୁଏ ନିବେଦନ କରୁଥିଲା। ସେ ଜାଣିନି ତାକୁ କିଏ ଦୁନିଆକୁ ଆଣିଛି। ତାକୁ କଣ ପାଇଁ ଏପରି ମରିବା ପାଇଁ ୨୫ ଫୁଟର ବୋରଓ୍ବେଲ ଭିତରକୁ ଫୋପଡା ଯାଇଛି। ଆଉ ଶିଶୁଟିର କାନ୍ଦ ଶୁଣିବା ପରେ କଥା ପହଞ୍ଚିଥିଲା ପୁଲିସ, ଅଗ୍ନିଶମ ବିଭାଗ ଆଉ ପ୍ରଶାସନ ନିକଟରେ। ସମସ୍ତେ ଧାଇଁ ଯାଇଥିଲେ ଶିଶୁଟିକୁ ବଞ୍ଚାଇବା ପାଇଁ । ଆଉ ସମ୍ବଲପୁରର ଘଟଣା ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଚହଳ ପକାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଅଗ୍ନିଶମ ଡିଜିଙ୍କ ତତ୍ତ୍ବାବଧାନରେ ଉଦ୍ଧାର କାମ ଆଗକୁ ବଢିଥିଲା।

ଶିଶୁଟିର ଉଦ୍ଧାର ପାଇଁ ଭିକ୍ଟିମ ଲୋକେସନ କ୍ୟାମେରା ମଧ୍ୟ ରାଜ୍ୟ ସରକାର ଉଡ଼ାଜାହାଜରେ ପଠାଇଥିଲେ। ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ବିମାନରେ ଏହି ଭିକ୍ଟିମ ଲୋକେସନ କ୍ୟାମେରା ଝାରସୁଗୁଡା ବିମାନ ବନ୍ଦରାର ପହଞ୍ଚିବା ପରେ ସମ୍ବଲପୁର ଯାଇଥିଲା। ଏହାପୂର୍ବରୁ ସେଠାରେ ଉଦ୍ଧାର କରୁଥିବା ପୁଲିସ, ଅଗ୍ନିଶମ ବିଭାଗ, ଓଡ୍ରାଫ ଓ ଏନ୍‌ଡିଆରଏଫ୍‌ ମଧ୍ୟ ଶିଶୁଟିକୁ ବଞ୍ଚାଇବାକୁ ଲାଗିପଡିଥିଲେ। ଶେଷରେ ଭଗବାନ ସମସ୍ତଙ୍କ ଗୁହାରୀ ଶୁଣିଲେ। ଆଉ ଉଦ୍ଧାର ହେଲା ଶିଶୁ। ଏହା ପରେ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ମେଡିକାଲ ଟିମ୍‌ର ନେତୃତ୍ବରେ ଏକ ଆମ୍ବୁଲାନ୍ସରେ ନବଜାତ ଶିଶୁକନ୍ୟାକୁ ବୁର୍ଲା ବଡ଼ଡାକ୍ତରଖାନାକୁ ନିଆଯାଇଥିଲା।
ନବଜାତର ଚିକିତ୍ସା ପାଇଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ବୁର୍ଲା ଡାକ୍ତରଖାନାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଡ. ଶୁଭମ ସିଂହ ଏହି ମେଡିକାଲ ଟିମ୍‌ର ନେତୃତ୍ବ ନେଇଥିଲା ବେଳେ ଫମାର୍ସିଷ୍ଟ ସୁରେନ୍ଦ୍ର ମୋହନ ବେହେରାଙ୍କ ସମେତ ରେଙ୍ଗାଲି ଓ କତରବଗାର ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ୟ କର୍ମଚାରୀମାନେ ତାଙ୍କୁ ସହଯୋଗ କରିଥିଲେ। ସମ୍ବଲପୁର ଏସ୍‌ପି ମୁକେଶ ଭାମୁ, ଏଡିଏମ୍‌ ପ୍ରଦୀପ ସାହୁ, ଏସ୍‌ଡିପିଓ ପ୍ରଦୀପ ସାହୁ, ବିଡିଓ କୃଷ୍ଣଚନ୍ଦ୍ର ଦଳପତି, ରେଞ୍ଜ ଫାୟାର ଅଫିସର ଏସ୍‌ପି ଡିଙ୍ଗରୋ, ରେଙ୍ଗାଲି ଥାନା ଆଇଆଇସି ସୁଦର୍ଶନ ପଣ୍ଡା, ଠେଲକୋଲେଇ ଥାନା ଅଧିକାରୀ ସାବିତ୍ରୀ ବଳ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required