ଦାମୋଦର ସେନାପତି ଭଜନ ଜଗତର ସଫଳ ବିନ୍ଧାଣି ଥିଲେ।
ଦାମୋଦର ସେନାପତି ଭଜନ ଜଗତର ସଫଳ ବିନ୍ଧାଣି ଥିଲେ।
ଭୁବନେଶ୍ୱର ତା ୯.୧୨.୨୩ ଦାମୋଦର ସେନାପତି ଭଜନ ଜଗତ ର ଜଣେ ସଫଳ ବିନ୍ଧାଣି ଥିଲେ ବୋଲି ପୂଜ୍ୟପୂଜା ଓଡିଶା ପକ୍ଷରୁ ବିରଜା ପ୍ରସାଦ ଶତପଥୀଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସ୍କୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗଦାନ କରି କହିଥିଲେ।ନୀଳକଣ୍ଠ ନଗର ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଇଂ. ଗଣେଶ ଚନ୍ଦ୍ର ପଣ୍ଡା ସମ୍ମାନିତ ବକ୍ତା ଭାବେ ପ୍ରତାପ ଚନ୍ଦ୍ର ମିଶ୍ର ବକ୍ତା ଓ ଆଲୋଚକ ଭାବେ ଡକ୍ଟର ଆରତି କର, ମନୋରଞ୍ଜନ ମହାନ୍ତି, ନିରଞ୍ଜନ ପଣ୍ଡl, ନିରଞ୍ଜନ ପ୍ରସାଦ ଦାଶ, ପ୍ରଦୀପ୍ତ କୁମାର ବିଶ୍ୱାଳ, ନାରାୟଣ ମହାପାତ୍ର, ରଵି ନାରାୟଣ ମିଶ୍ର, କାଳକୃଷ୍ଣ ପଣ୍ଡା ଆଦି ଯୋଗଦାନ କରି ଦାମୋଦର ବାବୁ ଙ୍କ ବହୁ ମୁଖୀ ପ୍ରତିଭା ଉପରେ ସୁବିସ୍ତୃତ ଆଲୋଚନା କରିଥିଲେ। ସର୍ବୋପରି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ସେ ପରମ ଭକ୍ତ ଥିଲେ ଯେ ଯାହା ଭାବୁ ଥିଲେ ତାହା ତାଙ୍କ ଜୀବନ ରେ ପ୍ରତିଫଳିତ ହୋଇଥିଲା ବୋଲି ମତ ପ୍ରକାଶ ପାଇଥିଲା, ବିନା ବାଦ୍ୟ ଯନ୍ତ୍ରରେ ଭଜନ ଗାନ ଏବଂ ଭଜନ ଗାନ ନ କଲେ ଭୋଜନ ନ କରିବା ଗୁରୁ ବୈକୁଣ୍ଠ ନାଥ ବ୍ରହ୍ମଚ।ରୀ ଙ୍କ ଆଦେଶ କୁ ଅକ୍ଷରେ ଅକ୍ଷରେ ସେ ଜୀବନରେ ପାଳନ କରୁଥିଲେ । ପ୍ରାରମ୍ଭରେ ପୂଜ୍ୟପୂଜା ଓଡ଼ିଶା ର ସମ୍ପାଦକ ରମାକାନ୍ତ ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ଦୀର୍ଘ ୧୫ ବର୍ଷର ସମ୍ପର୍କ ବିଷୟରେ ନିଜସ୍ଵ ଅନୁଭୂତି ପ୍ରକାଶ କରିଥିଲେ। ରାମନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯକ୍ରମ କୁ ବିଶ୍ଵମୋହନ ସେନାପତି ଓ ତାଙ୍କ ପରିବାର ଆୟୋଜନ କରିଥିଲେ।