ବିଜେପି ନକରାତ୍ମକ ଭୋଟ ପାଇ ଜିତିଛି।
ବିଜେପି ନକରାତ୍ମକ ଭୋଟ ପାଇ ଜିତିଛି। ବିଜେପି ବା କଂଗ୍ରେସ ପ୍ରତି ଦେଶବାସୀଙ୍କର ଲୋକପ୍ରିୟ ସମର୍ଥନ ନାହିଁ।
ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି:-
ଭୁବନେଶ୍ଵର:- ତା ୪/୧୨/୨୦୨୩ ରିଖ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନାରେ ନକରାତ୍ମକ ଭୋଟ ହୋଇଛି ଏବଂ ବିଜେପି ବା ନରେନ୍ଦ୍ର ମୋଦି ବା କଂଗ୍ରେସ୍ ପ୍ରତି ଦେଶବାସୀଙ୍କର ଲୋକପ୍ରିୟ ସମର୍ଥନ ନାହିଁ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ୍ ଏକ ପ୍ରେସ ବିବୃତିରେ କହିଛନ୍ତି। କଂଗ୍ରେସ୍ ଓ ଅନ୍ୟଦଳମାନେ ଅଧିକ ଭୋଟପାଇ ହାରିବା ଏବଂ ବିଜେପି କଂଗ୍ରେସ ଓ ଅନ୍ୟଦଳ ମାନଙ୍କ ଠାରୁ କମ୍ ଭୋଟ ପାଇଁ ଜିତିବା ଇଣ୍ଡିଆର ଗଣତାନ୍ତ୍ରିକ ବ୍ୟବସ୍ଥାର ବିଡମ୍ବନା ବୋଲି ଶ୍ରୀ ରାଉତ୍ କହିଛନ୍ତି। ବିଜେପି ଓ ନରେନ୍ଦ୍ର ମୋଦି ଙ୍କ ପ୍ରତି ଏହା ସକରାତ୍ମକ ଭୋଟ ନୁହେଁ ଏବଂ ସମୁଦାୟ ଭୋଟ ତୁଳନାରେ ବିଜେପି ଓ ନରେନ୍ଦ୍ର ମୋଦି ହାରିଯାଇଛନ୍ତି ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ୍ କହିଛନ୍ତି। ଇଣ୍ଡିଆର ପାରମ୍ପରିକ ଭୋଟ ଦାନ ପ୍ରକ୍ରିୟା ଯୋଗୁ ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବାସୀ ସେମାନଙ୍କର ସରକାର୍ ବଦଳାଇ ଦେଇଛନ୍ତି ଏବଂ ରାଜସ୍ଥାନ ଏବଂ ଛତିଶଗଡ ପ୍ରଚାର୍ ମଧ୍ୟପ୍ରଦେଶ ଉପରେ ପ୍ରଭାବବିସ୍ତାର କରିବାରୁ ବିଜେପି ଜିତିଲା ବୋଲି ଶ୍ରୀ ରାଉତ୍ କହିଛନ୍ତି। କଂଗ୍ରେସ୍ ଦଳର ଅହଙ୍କାରୀ ମନୋବୃତ୍ତି ଯୋଗୁ କଂଗ୍ରେସ୍ ଓ ଅନ୍ୟ ଦଳମାନେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ହାରିଲା ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ୍ ରୋକଠୋକ୍ ଶୁଣାଇଛନ୍ତି, ରାଜସ୍ଥାନ ରେ କଂଗ୍ରେସ୍ ଓ ଅନ୍ୟାନ୍ୟ ଦଳମାନେ ୫୭.୩୫ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ମାତ୍ର ୪୧ ପ୍ରତିଶତ ଭୋଟ ପାଇଛି। ମଧ୍ୟପ୍ରଦେଶ ରେ କଂଗ୍ରେସ୍ ଓ ଅନ୍ୟଦଳମାନେ ୪୯.୭୫ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ୪୮.୫୫ ପ୍ରତିଶତ ଭୋଟ ପାଇଛି। ଛତିଶଗଡ଼ ରେ କଂଗ୍ରେସ୍ ଓ ଅନ୍ୟଦଳମାନେ ୫୨.୪୫ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ମାତ୍ର ୪୬.୨୭ ପ୍ରତିଶତ ଭୋଟ ପାଇଛି। ତେଣୁ ଏହି ଚାରି ରାଜ୍ୟର ଭୋଟ ଫଳାଫଳ ଆସନ୍ତା ୨୦୨୪ ନିର୍ବାଚନ ରେ ବିଜେପି ର ମୃତ୍ୟୁଘଣ୍ଟି ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ୍ କହିଛନ୍ତି। ବିଜେପି ବାସ୍ତବତାରେ ବିଶ୍ୱାସ କରେନାହିଁ ଏକ ବିଫଳତାରେ ବିଜୟ ଉତ୍ସବ ପାଳନକରେ ବୋଲି ଶ୍ରୀ ରାଉତ୍ ଆହୁରି କହିଛନ୍ତି। ତେବେ ଇଣ୍ଡିଆର ଭୋଟରୁ ବିଜୟୀ ହେବାର ପ୍ରକ୍ରିୟାରେ ବିଜେପି ବିଜୟୀ ହୋଇଛି ଏବଂ ଯୋ ଜିତା ଓଇ ସିକନ୍ଦର ବୋଲି ଶ୍ରୀ ରାଉତ୍ କହିଛନ୍ତି।
Mob No-9438843612