ବେଆଇନ ପାର୍କିଂ କଲେ ଉଠାଇନେବ ଗାଡି ପୋଲିସ l
ବେଆଇନ ପାର୍କିଂ କଲେ ଉଠାଇନେବ ଗାଡି ପୋଲିସ l
ଭୁବନେଶ୍ୱର:୦୯.୦୭ ରାଜଧାନୀରେ କୌଣସି ମଲ୍ ସାମ୍ନାରେ କି ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରୁଥିଲେ ହୁସିଆର। ଏପରି ସ୍ଥାନରେ ପାର୍କିଂ କରୁଥିଲେ ଆପଣଙ୍କ ଗାଡିକୁ ଟୋଇଂ ମାଧ୍ୟମରେ ଉଠାଇ ନେବ ପୋଲିସ। ପୋଲିସ ଏବଂ ବିଏମସି ପକ୍ଷରୁ ଏନେଇ ଡ୍ରାଇଭ ଆରମ୍ଭ ହୋଇଥିବା ବେଳେ ବ୍ୟବସାୟୀ ଏବଂ ମଲ ମାଲିକ ମାନଙ୍କୁ ସତର୍କ କରାଯାଇଛି। ରାସ୍ତାକଡ଼ ବଦଳରେ ବିଏମସି ଦ୍ଵାରା ପ୍ରସ୍ତୁତ ମଲ୍ଟିଲେବଲ ପାର୍କିଂ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବିଏମସି ପକ୍ଷରୁ ଏଥିପାଇଁ ଏକ ମାସର ମହଲତ ଦିଆଯାଇଛି। ରାଜଧାନୀର ସହୀଦ ନଗର ଏବଂ ରାଜମହଲ ଅଞ୍ଚଳରେ ମଲ୍ଟିଲେବଲ ପାର୍କିଂ ପ୍ରସ୍ତୁତ ହୋଇଥିବା ବେଳେ ବ୍ୟବସାୟୀଙ୍କ ପାଇଁ ରିହାତି ବ୍ୟବସ୍ଥା ରହିଛି। ଅମାନିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି।
ପୋଲିସ ଆଉ ବିଏମ୍ସି ଗୋଟାଏ ପ୍ରଶ୍ନ କରିଛନ୍ତି ବୁଦ୍ଧି ଯିବି ୟୁନିଟ ୧ ଭିତରେ ବେଆଇନ ପାର୍କିଂ ମାର ମାର ହେଲେ ବିଏମ୍ସି ଆ ଉଅରେ ଆଖି ବଡୁନି କାରଣ ଏହିଠୁ ପାଇଶା ପାଉଛି ଆମେ ବୃଦ୍ଧ ଗଲାବେଳେ ଭାରି ଅସୁବିଧା ର ସମ୍ମୁଖୀନ ହେଉଛି ତେଣୁ ସରକାର ଙ୍କୁ ଅନୁରୋଧ ଆ ଉପରେ ନଜର ଦେବାକୁ ୟୁନିଟ ୧ କସ୍ତୁରବା ନାରୀମହଲ ପଛପଟେ ଭାରି ଆସୁଭିଧା ହେଉଛି ସେହିଁଭରି ଏଜି ରୁ ରାଜମହଲ ଓ ରାଜମହଲ ରୁ ଏଜି ସେହି ଅବସ୍ଥା।
ମଲ୍ଟିଲେବଲ ପାର୍କିଂ ପାଇଁ ୩୦ଟି ସ୍ଥାନ ଚିହ୍ନଟ କରାଯାଇଛି। ଖୁବ ଶୀଘ୍ର ଏଗୁଡିକ ମଧ୍ୟ କାର୍ଯ୍ୟକ୍ଷମ କରାଯିବ। ବିଏମସିର ଏଭଳି ନିଷ୍ପତ୍ତିକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ଏହି ନିଷ୍ପତ୍ତିକୁ ସ୍ଵାଗତ କରିଥିବା ବେଳେ ଆଉ କିଛି ଲୋକ ଏବେ ବି ନୋ ପାର୍କିଂ ଜୋନରେ ବିଏମସି କର୍ମଚାରୀ ମାନେ ୨୦ଟଙ୍କା ନେଇ ଗାଡ଼ି ପାର୍କିଂ କରାଉଥିବା ଅଭିଯୋଗ କରିଛନ୍ତି, ଯାହା ସନ୍ଦେହ ସୃଷ୍ଟି କରିଛି।