Search for:
  • Home/
  • ରାଜ୍ୟ/
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସବୁକ୍ଷେତ୍ରରେ ୧ ନମ୍ବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସବୁକ୍ଷେତ୍ରରେ ୧ ନମ୍ବର

Spread the love

Loading

ଭୁବନେଶ୍ୱର: ସୁଖୀ ଓଡ଼ିଶା, ସୁସ୍ଥ ଓଡ଼ିଶା। ୨୩ ବର୍ଷ ଧରି ଦ୍ରୁତ ବିକାଶ ସହିତ ବାସ ଉପଯୋଗୀ ଅନୁକୂଳ ପରିବେଶ ପାଇଁ ଓଡ଼ିଶା ଏବେ ଦେଶରେ ଅଗ୍ରଣୀ ରାଜ୍ୟ। ବିଭିନ୍ନ ସୂଚକାଙ୍କରେ ବାସ ଉପଯୋଗୀ ଅନୁକୂଳ ପରିବେଶ କ୍ଷେତ୍ରରେ ଓଡ଼ିଶା ଦେଶରେ ଟପ୍ ଟେନ୍ ରାଜ୍ୟ ଭିତରେ ସ୍ଥାନ ପାଇଛି। ଏ କ୍ଷେତ୍ରରେ ଓଡ଼ିଶାଠାରୁ ବହୁଗୁଣରେ ଧନୀ ରାଜ୍ୟଗୁଡ଼ିକ ପଛରେ ପଡ଼ିଯାଇଛନ୍ତି। ନଦୀଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବା ହେଉ, କି ଘଞ୍ଚ ଜଙ୍ଗଲ ସୃଷ୍ଟି, ସବୁଥିରେ ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା। ସହରାଞ୍ଚଳରେ ଟ୍ରାଫିକ ନିୟନ୍ତ୍ରଣ, ଅଳିଆ ଆବର୍ଜନା ଓ ସ୍ୱେରେଜ ସିଷ୍ଟମର ସଠିକ ପରିଚାଳନା ଏବଂ ସିମ୍ ଲେସ ପରିବହନ ବ୍ୟବସ୍ଥାରେ ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଳୁରୁକୁ ଓଡ଼ିଶା ପଛରେ ପକାଇ ଦେଇଛି।ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ 5T ପରିକଳ୍ପନା ସାଜିଛି ମାଇଲଖୁଣ୍ଟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନକୁ ବଡ଼ ସଫଳତା ମିଳିଛି। ସହରାଞ୍ଚଳରେ ଭୂମିହୀନଙ୍କୁ ଜମି ପ୍ରଦାନ, ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌, ମୁକ୍ତା ଯୋଜନାରେ ସହରାଞ୍ଚଳର ବିକାଶ, ଟେକ୍ନୋଲୋଜି ଓ ଟ୍ରାନ୍ସପାରେନ୍ସି ମାଧ୍ୟମରେ ଯୋଜନାର ସଫଳ ରୂପାୟନ, ସବୁଜ ଶକ୍ତି, ପ୍ରଦୂଷଣ ନିୟନ୍ତ୍ରଣ, ପ୍ରତ୍ୟେକ ଗାଁକୁ ରାସ୍ତା ସଂଯୋଗରେ ମଧ୍ୟ ଦେଶରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇଛି। ଖାଦ୍ୟ ସୁରକ୍ଷା, ପ୍ରତ୍ୟେକ ଲୋକଙ୍କ ମୁଣ୍ଡ ଉପରେ ଛାତ, ଶିଳ୍ପାୟନରେ ନୂଆ ଅଧ୍ୟାୟ ସୃଷ୍ଟି ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଦେଶକୁ ବାଟ ଦେଖାଇଛି ଓଡ଼ିଶା।ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସବୁକ୍ଷେତ୍ରରେ ୧ ନମ୍ବର ରାଜ୍ୟରେ ପରିଣତ ହେବ ବୋଲି ଶାସକ ଦଳ କହଛି। ଶାସନ ବ୍ୟବସ୍ଥାରେ 5T ଓ ମୋ ସରକାର କାର୍ଯ୍ୟକାରୀ ଏବଂ ସବୁ ବିଭାଗ 5T ଅଧୀନକୁ ଆସିବା ପରେ ଓଡ଼ିଶା ଏବେ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହେବା ସହ ରୋଲ୍‌ ମଡେଲ ସାଜିଛି। ଯାହା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Leave A Comment

All fields marked with an asterisk (*) are required