ପାଠ ପଢ଼ାଉଥିବା ବେଳେ ଶିକ୍ଷକ ଙ୍କୁ ମାଡ ମାରିଲେ ଛାତ୍ର ଛାତ୍ର ଙ୍କୁ ବିଦ୍ୟାଳୟ ରୁ ବହିଷ୍କାର ଦାବି ରେ ଫାଟକ ରେ ତାଲା ପକାଇ ବିକ୍ଷୋଭ।
ପାଠ ପଢ଼ାଉଥିବା ବେଳେ ଶିକ୍ଷକ ଙ୍କୁ ମାଡ ମାରିଲେ ଛାତ୍ର
ଛାତ୍ର ଙ୍କୁ ବିଦ୍ୟାଳୟ ରୁ ବହିଷ୍କାର ଦାବି ରେ ଫାଟକ ରେ ତାଲା ପକାଇ ବିକ୍ଷୋଭ।
ଭୁବନେଶ୍ୱର:ସାନଖେମୁଣ୍ଡି ୦୩/୧୨ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଶ୍ୟାମ ସୁନ୍ଦର ଉଚ୍ଚ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ଶୁକ୍ରବାର ବିଦ୍ୟାଳୟ ରେ ଜଣେ ଶିକ୍ଷକ ଇତିହାସ ପାଠ ପଢ଼ାଉଥିବା ବେଳେ ଜଣେ ଛାତ୍ର ସାର୍ଟ କଲର ଧରି ଚାପୁଡ଼ା ମାଡ ମାରିଥିବା ଅଭିଯୋଗ ରେ ଶନିବାର ବିଦ୍ୟାଳୟ ର ମୁଖ୍ୟ ଫାଟକ ରେ ତାଲା ପକାଇ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଭିଭାବକ ମାନେ ଧାରଣା ରେ ବସିଥିଲେ l ସୂଚନା ଯୋଗ୍ୟ ବିଦ୍ୟାଳୟ ର ଦଶମ ଶ୍ରେଣୀ ର କିଛି ଛାତ୍ର ବିଦ୍ୟାଳୟ ରେ ବିଶୃଙ୍ଖଳା କରିବା ସହ ବିଦ୍ୟାଳୟ କୁ ବିଭିନ୍ନ ପ୍ରକାର ମାରଣା ଅସ୍ତ୍ର ଧରି ଆସି ଛାତ୍ର ଛାତ୍ରୀ ମାନଙ୍କୁ ଅଶ୍ଳିଳ କମେଣ୍ଟ କରିବା ସହ ସିଗାରେଟ ପିଇ ପରିସ୍ରା ଗାରରେ ପକାଉଛନ୍ତି l ଏହା ସହ ବିଦ୍ୟାଳୟକୁ ସ୍ମାର୍ଟ ଫୋନ ଧରି ଆସୁଥିବା ବେଳେ ପ୍ରଧାନ ଶିକ୍ଷକ ସ୍ମାର୍ଟ ଫୋନ କୁ ଚାର୍ଜ ରେ ବସାଉଛନ୍ତି l ଏନେଇ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ଜଣାଇଥିଲେ ମଧ୍ଯ ପ୍ରଧାନ ଶିକ୍ଷକ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନ ନେଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ଛାତ୍ର ମାନଙ୍କୁ ସୁରକ୍ଷା ଦେଉଥିବା ନେଇ ଅଭିଭାବକ ମାନଙ୍କୁ ଜଣାଇଥିଲେ l କିଛି ଅଭିଭାବକ ବିଦ୍ୟାଳୟ କୁ ଆସି ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ l ତଥାପି ପିଲା ଛାତ୍ର ଛାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମନେ କରି ବିଦ୍ୟାଳୟ କୁ ଆସିବାର l ଶୁକ୍ରବାର ଦଶମ ଶ୍ରେଣୀ ରେ ଖେଳ ଶିକ୍ଷକ ଶମ୍ଭୁ ପାଣି ପ୍ରଧାନ ଇତିହାସ ପଢ଼ାଉଥିବା ବେଳେ ଦଶମ ଶ୍ରେଣୀ ଛାତ୍ର ଲିପୁ ଗୌଡ଼ କ୍ଲାସ ରେ ବିଶୃଙ୍ଖଳା କରିଥିଲେ l ଶିକ୍ଷକ ଉକ୍ତ ଛାତ୍ର କୁ ବୁଝା ଶୁଝା କରିବାରୁ ଛାତ୍ର ଜଣଙ୍କ ଶିକ୍ଷକ ଙ୍କୁ ଗାଳି ଗୁଲଜ କରି ସାର୍ଟ ର କଲର ଧରି ମାଡ଼ ମରିଥିଲା l ଏନେଇ ଶିକ୍ଷକ ଜଣଙ୍କ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ ପ୍ରଧାନ ଶିକ୍ଷକ ଙ୍କୁ ଜଣାଇଥିଲେ ମଧ୍ଯ ପ୍ରଧାନ ଶିକ୍ଷକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ l ଶନିବାର ବିଦ୍ୟାଳୟକୁ ବିଶୃଙ୍ଖଳା ସୃଷ୍ଟି କରୁଥିବା ଛାତ୍ର ମାନେ ଆସିଥିବା ଦେଖି ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ମୁଖ୍ୟ ଫାଟକ ରେ ତାଲା ପକାଇ ଧାରଣ ରେ ବସିଥିଲେ l ଖବର ପାଇ ପାଟପୁର ପୋଲିସ ବିଦ୍ୟାଳୟ ରେ ପହଞ୍ଚି ଧାରଣ ରେ ବସିଥିବା ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ବୁଝାସୁଝା କରିବା ପରେ ବିଦ୍ୟାଳୟ କୁ ଛାତ୍ର ଛାତ୍ରୀ ପଢ଼ିବା ପାଇଁ ଯାଇଥିଲେ ମଧ୍ୟ ବିଦ୍ୟାଳୟ ସମ୍ମୁଖରେ ଅଭିଭାବକ ମାନେ ଧାରଣା ରେ ବସି ବିଦ୍ୟାଳୟ ରୁ ବିଶୃଙ୍ଖଳା ସୃଷ୍ଟି କରୁଥିବା ଛାତ୍ର ମାନଙ୍କୁ ବହିଷ୍କାର ଓ ପ୍ରଧାନ ଶିକ୍ଷକ ଙ୍କୁ ବଦଳି ଦାବି ନେଇ ନାରାବାଜି କରିଛନ୍ତି l