Search for:
  • Home/
  • ରାଜ୍ୟ/
  • ରାଜଧାନୀ ଭୁବନେଶ୍ୱର ଲୁଟେରାଙ୍କ କବଜା ରେ ପୋଲିସ ଫୋନ କଲେ ପୋଲିସ ଧରୁଛି।

ରାଜଧାନୀ ଭୁବନେଶ୍ୱର ଲୁଟେରାଙ୍କ କବଜା ରେ ପୋଲିସ ଫୋନ କଲେ ପୋଲିସ ଧରୁଛି।

Spread the love

Loading

ଚୋର ପୋଲିସ ଏବେ ଏକାଠି ପବ୍ଲିକ କାର୍ପେଟର ଫୋନ କଲେ ପିସିଆର ପୋଲିସ ଯାଉଛି।

ଭୁବନେଶ୍ୱର:୦୮.୦୭  ଇନଫୋଭ୍ୟାଲି ଥାନା ଯାଆଁଳା ଝୁଲଣସାହିରେ ରହୁଥିବା ଅଜୟ ପ୍ରଧାନଙ୍କ ଘରୁ ବଡଧରଣର ଚୋରି ହୋଇଛି । ଶ୍ରୀ ପ୍ରଧାନ ପରିବାର ସହିତ ଏକ ବିବାହ କାର୍ଯ୍ୟକ୍ରମରେ ଗତ ୨୬ ତାରିଖ ଦିନ ଯୋଗ ଦେବାକୁ ଡେଲାଙ୍ଗ ଯାଇଥିଲେ । ଏହି ସମୟରେ ସୁଯୋଗ ଦେଖି ଦୁର୍ବୃତ୍ତମାନେ ତାଙ୍କ ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ । ପରେ ଆଲମାରୀ ଭାଙ୍ଗି ସେଥିରେ ଥିବା ନଗଦ ୬୦ ହଜାର ଟଙ୍କା, ୮ଟି ମୁଦି, ଦୁଇଟି ଚେନ୍ ସମେତ ଅନ୍ୟାନ୍ୟ ଜିନିଷ ପତ୍ର ଲୁଟି ନେଇଥିଲେ । ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ମାତ୍ର ତଦନ୍ତର ଫଳ ଶୂନ ।ବୃଦ୍ଧି ଯିବି ଓ ମହିଳା କହୁଚଥି ପୋଲିସ କୁ ନେତା କିମ୍ବା କାର୍ପେଟର ଫୋନ କଲେ ପିସିଆର ଯାଉଛି ବୋଲି ମହିଳା ଓ ବୃଦ୍ଧି ଯିବି କହୁଚଥି ତେବେ ଗତକିଛିଦିନ ହେଲା ସହର ଓ ଉପକଣ୍ଠରେ ଯେଉଁ ପରିମାଣରେ ଲୁଟପାଟ ହେଉଛି, ସେଥିରୁ ଜଣାପଡୁଛି ରାଜଧାନୀ ଭୁବନେଶ୍ୱର ସତେ ଯେମିତି ଲୁଟେରାଙ୍କ କବଜାକୁ ଚାଲିଯାଇଛି । ପୋଲିସ କେବଳ ମାମଲା ରୁଜୁ କରି ହାତବାନ୍ଧି ବସିଛି । ନିୟମିତ ପାଟ୍ରୋଲିଂ ଓ ଦକ୍ଷ ପୋଲିସ ଅଫିସରଙ୍କ ଅଭାବ ଯୋଗୁଁ ଏଭଳି ଲୁଟପାଟ ହେଉଥିବା ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

Leave A Comment

All fields marked with an asterisk (*) are required