Search for:
  • Home/
  • ରାଜ୍ୟ/
  • ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକଙ୍କ ମୁଣ୍ଡ ପୂରା ନଷ୍ଟ

ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକଙ୍କ ମୁଣ୍ଡ ପୂରା ନଷ୍ଟ

Spread the love

Loading

ରସୁଲଗଡ଼ରୁ ବାଣୀବିହାର ଆଡ଼କୁ ଯାଉଥିବା ବେଳେ ସ୍କୁଟିକୁ ଧକ୍କା ଦେଇଥିଲା ଟ୍ରକ୍‌। ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକଙ୍କ ମୁଣ୍ଡ ପୂରା ନଷ୍ଟ ହୋଇଯାଇଛି।

ଭୁବନେଶ୍ୱର: ଭୁବନେଶ୍ୱରର ରସୁଲଗଡ଼ ଛକ ନିକଟରେ ଆଜି ସକାଳେ ଟ୍ରକ୍ ମାଡ଼ି ଯିବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ଖବର ଲେଖାଯିବା ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ।ରସୁଲଗଡ଼ରୁ ବାଣୀବିହାର ଆଡ଼କୁ ଯାଉଥିବା ବେଳେ ସ୍କୁଟିକୁ ଧକ୍କା ଦେଇଥିଲା ଟ୍ରକ୍‌। ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକଙ୍କ ମୁଣ୍ଡ ପୂରା ନଷ୍ଟ ହୋଇଯାଇଛି।ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍‌ପିଟାଲ୍‌କୁ ପଠାଇଛି। ତା’ସହିତ ଏହି ଦୁର୍ଘଟଣା କେମିତି ଘଟିଲା ତା’ର ତଦନ୍ତ କରୁଛି ପୁଲିସ୍। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ସ୍କୁଟି ପଛରେ ଟ୍ରକ୍‌ଟି ଯାଉଥିଲା। ହଠାତ୍ ସ୍କୁଟି ଚାଳକ ଟ୍ରକ୍ ସାମ୍ନାକୁ ଚାଲି ଯାଇଥିଲେ। ଟ୍ରକ୍‌ଟି ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା।

Leave A Comment

All fields marked with an asterisk (*) are required