Search for:
  • Home/
  • ରାଜ୍ୟ/
  • ସରକାରଙ୍କ ଜନବିରୋଧୀ ନୀତି ବିରୋଧ ରେ ଲଗାତାର ସଂଘର୍ଷ ପାଇଁ କୃଷକ-ମଜଦୁର ମହାଧାରଣା

ସରକାରଙ୍କ ଜନବିରୋଧୀ ନୀତି ବିରୋଧ ରେ ଲଗାତାର ସଂଘର୍ଷ ପାଇଁ କୃଷକ-ମଜଦୁର ମହାଧାରଣା

Spread the love

Loading

ସରକାରଙ୍କ ଜନବିରୋଧୀ ନୀତି ବିରୋଧ ରେ ଲଗାତାର ସଂଘର୍ଷ ପାଇଁ କୃଷକ-ମଜଦୁର ମହାଧାରଣା ର ଉଦଯାପନୀ ସମାବେଶ ରେ ଆହ୍ୱାନ

ଭୁବନେଶ୍ୱର, ତା28.11.2023 ସଂଯୁକ୍ତ କୃଷକ ମୋର୍ଚ୍ଚା, କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ମିଳିତ ମଞ୍ଚ ତଥା ସ୍ୱାଧୀନ ଫେଡେରେସନ୍ ମାନଙ୍କ ଦ୍ଵାରା ଶ୍ରମିକ ଓ କୃଷକ ମାନଙ୍କର ୨୧ ଦଫା ଦାବିରେ ୨୬ ନଭେମ୍ବର ଠାରୁ ମହାତ୍ମାଗାନ୍ଧୀ ମାର୍ଗରେ ଜାରି ରହିଥିବା ତିନି ଦିନିଆ ମିଳିତ ଗଣଧାରଣା ର ଉଦଯାପନୀ ସମାବେଶ ଅନୁଷ୍ଠିତ ହୋଇଯାଇଛି l
ଆଜିର ଏହି ମହାଧାରଣା ଓ ମିଳିତ ସମାବେଶରେ ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନ ମାନଙ୍କର ନେତୃବୃନ୍ଦ ସେମାନଙ୍କ ବକ୍ତବ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଐକ୍ୟବଦ୍ଧ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ l ଆଗାମୀ ନିର୍ବାଚନରେ ଜନବିରୋଧୀ ତଥା କର୍ପୋରେଟ ସ୍ୱାର୍ଥରକ୍ଷା କରୁଥିବା ଉଭୟ ସରକାରଙ୍କ ବିରୋଧ ରେ କୃଷକ-ଶ୍ରମିକ ର ମିଳିତ ଆନ୍ଦୋଳନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ମିଳିତ ମଞ୍ଚରୁ ଘୋଷଣା କରାଯାଇଛି l

ଆଜି ର ସମାବେଶ କୁ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ଏବଂ ସଂଯୁକ୍ତ କୃଷକ ମୋର୍ଚ୍ଚା
ତରଫରୁ ଏକ 17ଜଣିଆ ସଭାପତି ମଣ୍ଡଳୀ ପରିଚାଳନା କରିଥିଲେ l ଶ୍ରମିକ-କୃଷକ ସଂଗଠନ ମାନଙ୍କ ତରଫରୁ 40ଜଣ ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ l

ଏକ ସାତ ଜଣିଆ ପ୍ରତିନିଧି ମଣ୍ଡଳୀ 21ଦଫା ସମ୍ବଳିତ ସ୍ମାରକ ପାତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି l

ସମସ୍ତ ବକ୍ତା ମାନେ ସେମାନଙ୍କର ବକ୍ତବ୍ୟରେ ସମସ୍ତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍.ଏସ୍.ପି)କୁ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ କରିବା, ଚାଷୀ ମାନଙ୍କର ଋଣ ଛାଡ଼, ଭାଗଚାଷୀ ମାନଙ୍କୁ ଆଇନଗତ ଭାବେ ଚାଷୀର ମାନ୍ୟତା ଓ ଚାଷୀର ସୁବିଧା ପ୍ରଦାନ, ମନରେଗା ଯୋଜନାରେ ଦୈନିକ ମଜୁରୀ କୁ ୬୦୦ ଟଙ୍କା କୁ ବୃଦ୍ଧି କରିବା ସହିତ ସମସ୍ତ କିସମ ର ଶ୍ରମିକ ମାନଙ୍କୁ ମାସିକ ସର୍ବନିମ୍ନ ୨୬୦୦୦ ଟଙ୍କାକୁ ମଜୁରୀ ପ୍ରଦାନ କରିବା ପାଇଁ ଦାବି କରିଥିଲେ । ସେହିପରି ଶ୍ରମିକ ବିରୋଧୀ ଲେବର କୋଡ଼ ଅବିଳମ୍ବେ ବାତିଲ କରିବା, ଆକାଶଛୁଆଁ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, କ୍ରମ ବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟାର ସମାଧାନ କରିବା ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବାକୁ ଆଜିର ସମାବେଶରେ ବିଭିନ୍ନ ସଂଗଠନର ନେତୃବୃନ୍ଦ ଦାବି କରିଥିଲେ ।
ଅନ୍ୟପକ୍ଷରେ ରାଷ୍ଟ୍ରାୟତ ଉଦ୍ୟୋଗ ତଥା କଳ କାରଖାନା ବିକ୍ରୀ ବନ୍ଦ କରିବା, କୃଷକ ମାନଙ୍କୁ ପେନସନ ପ୍ରଦାନ କରିବା, ଛାତ୍ର ବିରୋଧୀ ତଥା ଶିକ୍ଷା ବିରୋଧୀ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦କୁ ଅବିଳମ୍ବେ ବାତିଲ କରିବା, ସମସ୍ତଙ୍କ ପାଇଁ ମାଗଣା ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ସମସ୍ତଙ୍କ ପାଇଁ ବାସଗୃହ, ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀ ମାନଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ ପାଇଁ ଜଙ୍ଗଲ ଅଧିକାର ଆଇନ-୨୦୦୬କୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ଏବଂ ପରିବେଶ ତଥା ଜନବିରୋଧୀ ଜଙ୍ଗଲ ସଂରକ୍ଷଣ ସଂଶୋଧନ ଆଇନ୍-୨୦୨୩କୁ ପ୍ରତ୍ୟାହାର କରିବା, ଆଦିବାସୀ, ଦଳିତ, ତଥା ମହିଳା ନିର୍ଯାତନା ଅଧିକାର ବନ୍ଦ କରିବା ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସେମାନେ ଦୃଢ଼ ଦାବି କରିଥିଲେ ।
ଆଜିର ସମାବେଶକୁ ସଂଯୋଜନା କମିଟିର ସଦସ୍ୟ ବୃନ୍ଦ ସର୍ବଶ୍ରୀ ସୁରେଶ ପାଣିଗ୍ରାହୀ, ନରେନ୍ଦ୍ର ମହାନ୍ତି, ସନ୍ତୋଷ ରଥ, ପୁଷ୍ପା ଦାସ, ପ୍ରମିଳା ସଂଯୋଜନା କରିଥିଲେ। ବିଭିନ୍ନ ସଂଗଠନର ନେତୃବୃନ୍ଦ ଅଶୋକ ଦାସ, ଜନାର୍ଦ୍ଦନ ପତି, ଭୁବନାନନ୍ଦ ମହାପାତ୍ର, ଅଶୋକ କୁମାର ପ୍ରଧାନ(ପଶ୍ଚିମ ଓଡ଼ିଶା), ନିରଞ୍ଜନ ମହାନ୍ତି, ମହେନ୍ଦ୍ର ପରିଡ଼ା, ପୂର୍ଣଚନ୍ଦ୍ର ପାଢ଼ୀ, ଲିଙ୍ଗରାଜ, ମନୋରଞ୍ଜନ ମହାରଣା, ବୀରେନ୍ଦ୍ର ପ୍ରତାପ ଦାସ, ସତ୍ୟବ୍ରତ ନାୟକ, ଅଶୋକ ପ୍ରଧାନ (ପୂର୍ବ ଓଡ଼ିଶା), ଶଶୀଭୂଷଣ ସ୍ବାଇଁ, ଅଭିରାମ ବେହେରା, ସଦାଶିବ ଦାସ, ପ୍ରତାପ ନାୟକ, ବାସୁଦେବ ଦାସ, ବଳଭଦ୍ର ମଳିକଙ୍କୁ ନେଇ ଏକ ବୃହତ ସଭାପତି ମଣ୍ଡଳୀ ଗଠନ କରାଯାଇଥିଲା। ବିଭିନ୍ନ ସଂଗଠନର ନେତୃବୃନ୍ଦ, ସଭାପତି ମଣ୍ଡଳୀ ତଥା ସଭା ପରିଚାଳନା କମିଟିର ସଦସ୍ୟ ବୃନ୍ଦ ବିଜୟ ଜେନା, ବିଦ୍ୟାଧର ମହାନ୍ତି, ସରୋଜ, ମନୋରଞ୍ଜନ ପରିଡ଼ା, ନିରଞ୍ଜନ ବିଦ୍ରୋହୀ, ବିଷ୍ଣୁ ମହାନ୍ତି, ତିରୁପତି ଗମାଙ୍ଗ, ପ୍ରଫୁଲ୍ଲ ସାମନ୍ତରା, ଜୟସେନ ମେହେର, ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଧାକାନ୍ତ ସେଠୀ, ଶ୍ରୀକାନ୍ତ ମହାନ୍ତି, ରଘୁନାଥ ଦାସ, ବିଚିତ୍ର ପାତ୍ର, କ୍ଷୀରୋଦ ସିଂହଦେଓ, ଆଶିଷ କାନୁନଗୋ, ଜମ୍ବେଶ୍ଵର ସାମନ୍ତରାୟ, ମୁକ୍ତାର ଖାଁ, ଜୟନ୍ତ ଦାସ, ଅମୀୟ ମହାନ୍ତି, ରମେଶ ମହାପାତ୍ର, ହର ବଣିଆ, ଦିଲ୍ଲୀପ ବଢେଇ, ବ୍ୟୋମକେଶ ଠାକୁର, ନମିତା ସାହୁ, ଜିନ୍ମୟୀ ସାହାଣୀ, ଇସାନୀ ଷଡ଼ଙ୍ଗୀ, ଶଙ୍କର, କିଶୋର ଜେନା, ନରୋତ୍ତମ ପାର୍ଥସାରଥୀ, ଭାରତ ଭୂଷଣ ନାୟକ, ଅଜୟ ମହାନ୍ତି, ରବିନ୍ଦ୍ର ଧଳ, ରାଜେଶ ଜାନି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ତିନି ଦିନିଆ ମହାଧାରଣା ତଥା ସମାବେଶରେ ସର୍ବଶ୍ରୀ ବାସୁଦେବ ଦାସ, ନିରାକାର ନାୟକ, ବଳଭଦ୍ର ମଳିକ, ହେନା, ପି.ପାର୍ବତୀ, ରାଜକିଶୋର ଦୁହ୍ଲାରୀ ଓ ସେମାନଙ୍କ ସାଥୀ ମାନେ ବିଭିନ୍ନ ବିପ୍ଳବୀ ତଥା ଜାଗରଣ ସଙ୍ଗୀତ ପରିବେଷଣ କରିଥିଲେ

 

Leave A Comment

All fields marked with an asterisk (*) are required