ହୁତୁହୁତୁ ହୋଇ ଜଳିଗଲା ଟ୍ରକ।
ଭୁବନେଶ୍ୱର:ରାଜପଥ ଉପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ
ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ର ବାଉଁଶୁଳି ନିକଟରେ ଆଘଟଣ l ରାଜପଥ ଉପରେ ଏକ ଟ୍ରକ ହୁତୁହୁତୁ ହୋଇ ଜଳି ଯାଇଛି l ସୂଚନା ଅନୁସାରେ କଲିକତା ପଟରୁ କେନ୍ଦୁଝର ଆଡକୁ ଯାଉଥିବା ଏକ ୧୨ ଚକିଆ ଟ୍ରକ ରେ ହଠାତ ଅଗ୍ନିକାଣ୍ଡ ଘଟିଥିବା ରୁ ଟ୍ରକ ଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବା କୁ ମିଳିଛି l ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଟ୍ରକ ଟି ଜଳୁଥିବା ଦେଖିବାକୁ ମିଳିଥିଲା l ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି l