ଲୋକଙ୍କ କଥା ଶୁଣିବେ ତେବେ ଆପଣ ଆଗକୁ ବଢ଼ିପାରିବେନି।
ଭୁବନେଶ୍ୱର:ଗାଁ ଲୋକେ ଖରାପ ଭାବିବେ ଆଉ ପଛପଟରେ ଟୁପୁରୁଟାପର ହେବେ, କହିବେ ଅମୁକ ଘରର ବୋହୂ ଗାଁ ଗାଁ ବୁଲି ଅଳିଆ ଉଠାଇଛି। କିନ୍ତୁ ଆପଣ ଯଦି ଖଳ ପ୍ରକୃତିର ଲୋକଙ୍କ କଥା ଶୁଣିବେ ତେବେ ଆପଣ ଆଗକୁ ବଢ଼ିପାରିବେନି। ମୁଣ୍ଡରେ ଓଢ଼ଣା ଆଉ ହାତରେ ଗାଡ଼ିର ଷ୍ଟେୟରିଂ, ସକାଳ ହେଲେ ବାହାରି ପଡ଼ନ୍ତି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ମହୁପଦର ଗାଁର ପ୍ରଫୁଲ ବେହେରାଙ୍କ ପତ୍ନୀ ମାମିରାଣୀ ବେହେରା।