ଓଡିଶାର ୨୪ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶାର ୨୪ ରେ, ଏଥିପାଇଁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦାୟୀ ! ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର :-୦୮.୦୭ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବାବେଳେ ଏଥର ୧୪ଟି ସ୍ଥାନ ତଳକୁ ଖସି ୨୪ତମ ସ୍ଥାନରେ ରହିଛି l ଶିକ୍ଷାର ଗୁଣବତ୍ତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି, ଶିକ୍ଷକ, ଶିକ୍ଷା ଓ ତାଲିମ ନେଇ ସାରା ଦେଶରେ କରାଯାଇଥିବା ସର୍ଭେରେ ଓଡ଼ିଶା ପଛରେ ରହିଛି। ବର୍ଷକ ମଧ୍ୟରେ ଶିକ୍ଷାରେ ଓଡ଼ିଶାର ପ୍ରଦର୍ଶନ ହ୍ରାସକୁ ନେଇ ଶିକ୍ଷାବିତ୍ମାନେ ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଓଡ଼ିଶା ୨୪ ତମ ସ୍ଥାନରେ ରହିଥିବା ବେଳେ ଶୀର୍ଷରେ ରହିଛି ଚଣ୍ଡିଗଡ଼। ଓଡ଼ିଶାର ଜଗତସିଂହପୁର, କଟକ, ଭଦ୍ରକ, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାର ଗ୍ରେଡ୍ ଅତି ଉତ୍ତମ ରହିଛି। ୨୨ଟି ଜିଲ୍ଲାର ଗ୍ରେଡ୍ ଉତ୍ତମ ରହିଛି। ରାୟଗଡ଼ା ଓ କୋରାପୁଟର ଗ୍ରେଡ୍ ରାଜ୍ୟରେ ସବୁଠାରୁ ତଳେ ରହିଛି। ଏହା ରାଜ୍ୟର ଶିକ୍ଷା ବ୍ୟବସ୍ତlର ନଗ୍ନ ଚିତ୍ର l ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ l 5-ଟି ଦ୍ୱାରା ସ୍କୁଲ ରୂପାନ୍ତୀକରଣ କରାଗଲା l ମାତ୍ର ଶିକ୍ଷାର ଗୁଣାତ୍ମକ ଓ ଶିକ୍ଷକ ଅଭାବରୁ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେବାରେ ବିଫଳ l ବିଶେଷ ଭାବେ କୋଭିଡ ପରେ ଏପରି ସ୍ଥିତି ସ୍ତୃଷ୍ଟି ହୋଇଛି l ସରକାର ପିଲାଙ୍କୁ ପାଠରେ ମନ ଲଗେଇବା ପାଇଁ କିଛି ନୂଆ ଚିନ୍ତା କଲେନାହିଁ l ମାନସିକତାର ଅଭାବ ରହିଛି ରାଜ୍ୟ ସରକାରଙ୍କ ପାଖରେ lଏବେ ସମୟ ଆସିଛି, ସତକୁ ମାନି ରାଜ୍ୟ ସରକାର ତୁରନ୍ତ ଏକ ଉଚ୍ଚ ସ୍ତରୀୟ କମିଟି କରି, ଏହାର ତର୍ଜମା କରି ବିହିତ ପଦକ୍ଷେପ ନିଅନ୍ତୁ ନଚେତ ଇତିହାସ କେବେ 23 ବର୍ଷର ସରକାରଙ୍କୁ କ୍ଷମା ଦେବ ନାହିଁ l ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ଶ୍ରୀ ବାସୁଦେବ ଭଟ୍ଟ କ୍ଷୋଭ ପ୍ରକାଶ କରିବାସହ ଏହାକୁ ନେଇ ଏକ ବଡ଼ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଛନ୍ତି l ଏକ ଜରୁରୀ ବୈଠକରେ ଅଭିଭାବକ ମହାସଂଘ ଏହାକୁ ସୁଧାରିବା ପାଇଁ ତୁରନ୍ତ ଓ ତ୍ୱରିତ ପଦକ୍ଷେପ ନେବାପାଇଁ ଓଡିଶା ଅଭିଭାବକ ମହାସଂଘର ସହ ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ ଦାବି କରିଛନ୍ତି l