ପ୍ରତାପ ଶାସନ ଡିଗ୍ରୀ କଲେଜରେ ବନ ମହୋତ୍ସବ ବୃକ୍ଷ ପୂଜା ଭାରତୀୟ ସଂସ୍କୃତି – ଡଃ ରଜନୀ ରଞ୍ଜନ
ପ୍ରତାପ ଶାସନ ଡିଗ୍ରୀ କଲେଜରେ ବନ ମହୋତ୍ସବ
ବୃକ୍ଷ ପୂଜା ଭାରତୀୟ ସଂସ୍କୃତି – ଡଃ ରଜନୀ ରଞ୍ଜନ
ଭୁବନେଶ୍ୱର:ବାଳକାଟୀ ୦୮.୦୭ – ଏଠି ରଥ ଦେବତା ଏଠି ପଥ ଦେବତା, ଏଠି ବୃକ୍ଷ ବି ଦେବତା | ଭାରତୀୟ ସଂସ୍କୃତି ବିଶ୍ୱାସ କରେ ବୃକ୍ଷ ଦେବତାଙ୍କ ପୂଜା ପାଇଁ ପୃଥିବୀ ବଞ୍ଚିଛି | ଆମ ସଂସ୍କୃତିକୁ ବଞ୍ଚେଇ ରଖିବା ପାଇଁ ବ୍ୟାପକ ବୃକ୍ଷ ରୋପଣ ଆବଶ୍ୟକ ବୋଲି ଓଡିଶା ପ୍ରସିଦ୍ଧ ସିନେ ବ୍ୟକ୍ତିତ୍ବ ତଥା ଶିକ୍ଷାବିତ ଡଃ ରଜନୀ ରଞ୍ଜନ କଲେଜ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି |
ପ୍ରତାପ ଶାସନ ଡିଗ୍ରୀ କଲେଜ ପରିସରରେ 74 ତମ ବନ ମହୋତ୍ସବ ପାଳିତ ହୋଇଯାଇଛି | ଜାତୀୟ ସେବା ଯୋଜନା ବାଳକ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ପରିଚିତ ବ୍ୟକ୍ତିତ୍ବ ଡଃ ରଜନୀ ରଞ୍ଜନ ଓ ସଂମ୍ମାନିତ ଅତିଥି ଭାବେ ଶିକ୍ଷାବିତ ତଥା ପରିବେଶବିତ ଲକ୍ଷ୍ମୀଧର ପ୍ରଧାନ ଯୋଗ ଦେଇଥିଲେ | କଲେଜ ଅଧକ୍ଷ ଡଃ କାଳନ୍ଦୀ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବାଳକାଟୀ +2 କଲେଜର ପୂର୍ବତନ ଅଧକ୍ଷ ଲକ୍ଷ୍ମୀଧର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | କଲେଜର ବିଭିନ୍ନ ବିଭାଗର ମୁଖ୍ୟଙ୍କ ସମେତ ସେଇ ବିଭାଗର ଛାତ୍ରଛାତ୍ରୀଙ୍କୁ ଗୋଟିଏ ଗୋଟିଏ ଗଛ ପ୍ରଦାନ କରା ଯାଇଥିଲା ଓ ଏହାକୁ ବଡ଼ କରିବାକୁ ଗୁରୁ ଦାୟିତ୍ୱ ଦିଆ ଯାଇଥିଲା | ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଚିତ୍ରସେନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଓ କଲେଜ ସମସ୍ତ ଅଧ୍ୟାପକ କର୍ମଚାରୀ ସାମିଲ ହୋଇଥିଲେ |