୩ଜଣ ଓକିଲଙ୍କ ପରଲୋକ, କୋର୍ଟରେ ଶୋକ ସଭା
୩ଜଣ ଓକିଲଙ୍କ ପରଲୋକ, କୋର୍ଟରେ ଶୋକ ସଭା
ଭୁବନେଶ୍ୱର୦୭.୦୭ : ଭୁବନେଶ୍ବରର ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଅଜିତ୍ କୁମାର ଦାସ ଓ ଟିଏସ୍ ବିଶ୍ବନାଥନଙ୍କ ପରଲୋକରେ ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ ଏକ ଶୋକ ସଭା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘର ଭୁବନେଶ୍ବର ଓକିଲ ସଂଘର ସଭାପତି ସଭାପତି ଧନେଶ୍ୱର ମହାନ୍ତି, ଉପ ସଭାପତି ଅଞ୍ଜନ କୁମାର ସାମନ୍ତରାୟ, ସଂଘର ସମ୍ପାଦକ ତାପସ ରଞ୍ଜନ ଦାସ, କୋଷାଧ୍ୟକ୍ଷ ମନିଶ କୁମାର ନାୟକ, ଯୁଗ୍ମ ସମ୍ପାଦକ ସୁକାନ୍ତ କୁମାର ବେହେରା, ସହ ସମ୍ପାଦକ ପୁଲିନ କୁମାର ମାର୍ଥା, କାର୍ଯ୍ୟକାରୀ କମିଟି ସଭ୍ୟ ସବ୍ୟସାଚ୍ଚି ସୂତାର, ଅଭିନାଶ ମହାନ୍ତି, ଅମିତ କୁମାର ବାରିକ୍, ଆନନ୍ଦ ଚନ୍ଦ୍ର ଜେନା, ବିମଳ କେଶୋରୀ ଦାସ, ବିର କିଶୋର ବେହେରା, ଚିତ୍ରସେନ ଶ୍ରୀଚନ୍ଦନ, ବିଶ୍ୱନାଥ ଷଡ଼ଙ୍ଗୀ, ଜୌତ୍ରୀମୟୀ ପଣ୍ଡା, ପ୍ରୀତିଜୋତ୍ସ୍ନା ନାଥ, ବରିଷ୍ଠ ଓକିଲ ଶିବାନନ୍ଦ ରାୟ, ପୂର୍ବତନ ସଭାପତି ରବି ନାରାୟଣ ସାମନ୍ତରାୟ, ଉପେନ୍ଦ୍ର ନାୟକ, ଚିତରଞ୍ଜନ ବୈରିଶାଲ, ଶିଳଭଦ୍ର ଶାତ୍ସୀ ସମେତ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ।