ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ରେ ଜାତୀୟ ଗ୍ରନ୍ଥାଗାର ସପ୍ତାହ ପାଳନ
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ରେ ଜାତୀୟ ଗ୍ରନ୍ଥାଗାର ସପ୍ତାହ ପାଳନ
ଭୁବନେଶ୍ୱର-ତା ୧୪.୧୧.୨୦୨୩- ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଜାତୀୟ ଗ୍ରନ୍ଥାଗାର ସପ୍ତାହର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାକୁ ଉଦଘାଟନ କରି ପାଠକ ପାଠିକା ମାନେ ପାଠାଗାର ପ୍ରତି କିପରି ଆକୃଷ୍ଟ ହେବେ ତା ଉପରେ ଆଲୋଚନା କରିଥିଲେ । ଶିଶୁ ମାନଙ୍କ ପଠନ ଅଭ୍ୟାସ ବୃଦ୍ଧି କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ସୁଜିତ୍ ମହାପାତ୍ର ପାୱାର ପଏଣ୍ଟ ମାଧ୍ୟମରେ ବକୁଳ ଫାଉଣ୍ଡେସନ୍ କିପରି ଶିଶୁ ପାଠକ ପାଠିକା ମାନଙ୍କୁ ଆକୃଷ୍ଟ କରୁଥିବା ସମ୍ପର୍କରେ କହିଥିଲେ । ଅନ୍ୟତମ ବକ୍ତାଭାବେ ଶ୍ରୀମତୀ ଅତସୀ ଦାସ, ସ୍ଵତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ପାଠକ ପାଠିକା ମାନେ କିପରି ପୁସ୍ତକ ପଠନ ପ୍ରତି ଆଗ୍ରହୀ ହୋଇ କୃତକାର୍ଯ୍ୟ ହେବା ଉପରେ ଆଲୋକପାତ କରିଥିଲେ l ଓଡ଼ିଶା ପରିବାର ତରଫରୁ ଶ୍ରୀ ଲକ୍ଷ୍ମୀଧର ବେହେରା ଯୋଗଦାନ କରିବା ସହ ଧନ୍ଯବାଦ ଅର୍ପଣ କରିଥିଲେ l ଶ୍ରୀ ବିଦ୍ୟାଧର ପଣ୍ଡା, ଗ୍ରନ୍ଥାଧ୍ୟକ୍ଷ ଏହି ଉଦଘାଟନୀ ଉତ୍ସବକୁ ସଂଯୋଜନା କରିଥିଲେ l ଗ୍ରନ୍ଥାଗାର ର ସମସ୍ତ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଓ ଏହି ଜାତୀୟ ଗ୍ରନ୍ଥାଗାର ସପ୍ତାହ ନଭେମ୍ବର ୨୦ ତାରିଖରେ ରେ ଉଦଯାପିତ ହେବ ।