ଅସହାୟ ଙ୍କ ଘର ଭାଗୁଛି ବିଡିଏ ବିଏମ୍ସି। ଦେବାର ନାଁ ଧରୁନି।
ଲୋକସେବା ଭବନ ପାର୍କିଂ ପାଇଁ ହଟିଲା କ୍ଯାଣ୍ଟିନ
2500 ବର୍ଗଫୁଟ ଜମିକୁ ମୁକ୍ତ କଲା ବିଡିଏ
ଭୁବନେଶ୍ୱର, : ଲୋକସେବା ଭବନ ପାର୍କିଂ ପାଇଁ ଜବରଦଖଲ ଉଚ୍ଛେଦ କରାଯାଇଛି ୟୁନିଟ-5 ସ୍ଥିତ କେଶରୀନଗର ମୌଜାରେ ଏକ କ୍ଯାଣ୍ଟିନକୁ ମାଟିରେ ମିଶାଇଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)
ଜନୈକ ଜାନକୀ ପଟ୍ଟନାୟକଙ୍କୁ ଏକ କ୍ଯାଣ୍ଟିନ ଲିଜ୍ ସୂତ୍ରରେ ସାଧାରଣ ପ୍ରଶାସନ ବିଭାଗ ଦେଇଥିଲା ତେବେ ସେହି କ୍ଯାଣ୍ଟିନ ଲିଜ୍କୁ 2018 ମସିହାରେ ରଦ୍ଦ କରିଦିଆଯାଇଥିଲା ଉକ୍ତ ବ୍ଯକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହାଇକୋର୍ଟ ଉକ୍ତ ମାମଲାକୁ ଖାରଜ କରିଦେଇଥିଲେ ଏହା ପରେ ବିଡିଏ ଉକ୍ତ କ୍ଯାଣ୍ଟିନକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି ଏଥିରେ ଗୋଟିଏ ଛାତଘର, 6ଟି ଆଜବେଷ୍ଟସ ଘର, 3ଟି ପାଣିଟାଙ୍କି ଏବଂ 150 ଫୁଟ ଲମ୍ବର ଏକ ସମ୍ପ୍ରସାରଣ ଅଂଶ ଭଙ୍ଗାଯାଇଛି ପ୍ରାୟ 2500 ବର୍ଗଫୁଟ ଜମିକୁ ମୁକ୍ତ କରିଛି ବିଡିଏ ଏହି ଜମିରେ ଲୋକସେବା ଭବନର ଗାଡ଼ି ପାର୍କିଂ କରାଯିବ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଗୋଟିଏ ସେକ୍ସନ ରିଜର୍ଭ ପୋଲିସ ଏବଂ 3 ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା ଏହି ଉଚ୍ଛେଦ ବେଳେ ବିଡିଏ ଏନ୍ଫୋର୍ସମେଣ୍ଟ (ଓଏସ୍ଡି) ଦେବରାଜ ସେଠୀ, ଜିଏର ସହକାରୀ ନିର୍ଦ୍ଦେଶକ (ଏନ୍ଫୋର୍ସମେଣ୍ଟ) ଅମିୟ କୁମାର ଦାସ ଓ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ