Search for:
  • Home/
  • ରାଜ୍ୟ/
  • ମନ୍ଦିର ପୂଜକଙ୍କୁ ହତ୍ୟା, କାରଣ ଅସ୍ୱଷ୍ଟ

ମନ୍ଦିର ପୂଜକଙ୍କୁ ହତ୍ୟା, କାରଣ ଅସ୍ୱଷ୍ଟ

Spread the love

Loading

ମନ୍ଦିର ପୂଜକଙ୍କୁ ହତ୍ୟା, କାରଣ ଅସ୍ୱଷ୍ଟ

କୋରାପୁଟ, : ବୁଧବାର ସକାଳେ କୋରାପୁଟ ଟାଉନ ଥାନା ଅନ୍ତର୍ଗତ ୨୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ଚନ୍ଦ୍ର ତ୍ରିପାଠୀଙ୍କ ହାତ ଗୋଡ଼ ବନ୍ଧା ମୃତଦେହ ଉଦ୍ଧାର କରା ଯାଇଛି । ମନ୍ଦିର ପଛ ପଟେ ଥିବା ବାସ ଭବନରୁ ପୂଜକ ରମେଶ ତ୍ରିପାଠୀଙ୍କ ମୃତଦେହ ମିଳିଥିବା ବେଳେ ହତ୍ୟାର କାରଣ ଅସ୍ଵଷ୍ଟ ରହିଛି। ବୁଧବାର ସକାଳେ ପୂଜକ ରମେଶଙ୍କ ଘରେ କାମ କରୁଥିବା ସ୍ତ୍ରୀ ଲୋକଟି ଘର ଭିତରେ ମୃତଦେହ ପଡ଼ିଥିବା ଦେଖି ସାହି ବାସିନ୍ଦାଙ୍କୁ ଜଣାଇଥିଲେ । ସାହି ଲୋକେ ଟାଉନ ଥାନାକୁ ସୂଚନା ଦେଇଥିଲେ। ଅତିରିକ୍ତ ଏସ ପି ବଳଭଦ୍ର ଦୀପ, ଡି ଏସ ପି ସୁମିତ୍ରା ଜେନା, ଟାଉନ ଥାନାର ସବ ଇନ୍ସପେକ୍ଟର ସୁଲୋଚନା ପ୍ରଧାନ ପୁଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ଵିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅତିରିକ୍ତ ଏସ ପି ପ୍ରତିକ୍ରିୟା ଦେବା ସହ ସାଇଣ୍ଟିଫିକ୍ ଟିମ୍ ଓ ଡଗ ସ୍କ୍ୱାର୍ଡ ପହଂଚି ବିସ୍ତୃତ ଛାନଭିନ କରିବ ବୋଲି କହିଛନ୍ତି। ଘରର ଅସବାପତ୍ର ଛିନଛତ୍ର ହୋଇ ପଡ଼ି ଥିବାବେଳେ ଜଣେ ବୃଦ୍ଧଙ୍କୁ କିଏ କାହିଁକି ହତ୍ୟା କରିଛି ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଅନ୍ୟ ପକ୍ଷରେ ମୃତ ରମେଶ ଚନ୍ଦ୍ର ତ୍ରିପାଠୀଙ୍କ ମୋବାଇଲ ଫୋନ୍ ହତ୍ୟାକାରୀ ନେଇ ପଳାଇ ଥିବାରୁ ପୁଲିସ ରମେଶଙ୍କ ନମ୍ବର ଟ୍ରାକିଂ କରିବାକୁ ଉଦ୍ୟମ ଜାରି ରଖିଛି। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଏସ୍ ଏଲ ଏନ୍ ମେଡ଼ିକାଲ କଲେଜକୁ ନିଆ ଯାଇଛି।

Leave A Comment

All fields marked with an asterisk (*) are required