ଅସୀମା ପଣ୍ଡା ଙ୍କ ଗୀତରେ ଝୁମିଲେ ଦର୍ଶକ।
ସଂସ୍କୃତି ଓ ଅସ୍ମିତାକୁ ବଞ୍ଚାଏ ମହୋତ୍ସବ
ମୟୂରଭଞ୍ଜ କଳା ସଂସ୍କୃତିର ପାଓ୍ବାରହାଉସ
ଷଷ୍ଠ ବାର୍ଷିକ ମୟୂରଭଞ୍ଜ ମହୋତ୍ସବ ଉଦଘାଟିତ
ଅସୀମା ପଣ୍ଡା ଙ୍କ ଗୀତରେ ଝୁମିଲେ ଦର୍ଶକ
ମା କିଚକେଶ୍ୱରୀ ମନ୍ଦିର ଆକୃତିର ତୋରଣ ଏଥରର ଆକର୍ଷଣ
ବାରିପଦା:ସଂସ୍କୃତି ଓ ଅସ୍ମିତାକୁ ବଞ୍ଚାଏ ମହୋତ୍ସବ । ଆତ୍ମା ନଥିଲେ ଶରୀର ମୃତ । ସେହିପରି କଳା, ସଂସ୍କୃତି ଓ ପରମ୍ପରା ନଥିଲେ ଦେଶ ମୃତ ।
ମୟୂରଭଞ୍ଜ ଜିଲ୍ଲା କଳା ସଂସ୍କୃତିର ପାଓ୍ବାରହାଉସ । ଯାହା ବିଶ୍ବଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି । ଆଉ ଏହାକୁ ବଳବତ୍ତର ରଖିବା ପାଇଁ ମୟୂରଭଞ୍ଜ ମହୋତ୍ସବ ଏକ ନିଆରା ପ୍ରୟାସ ବୋଲି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର କହିଛନ୍ତି । ଷଷ୍ଠ ବାର୍ଷିକ ମୟୂରଭଞ୍ଜ ମହୋତ୍ସବ ଉଦଘାଟନ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଉଭୟେ ଏହା କହିଛନ୍ତି । ମହୋତ୍ସବ କମିଟିର ଅଧ୍ୟକ୍ଷ ସିନେ ଅଭିନେତା ଅସିତ ପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ ସଭାପତି ତଥା ବାରିପଦା ପୌରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, କାର୍ଯ୍ୟକାରୀ ସଭାପତିସଂଜୀବ ଦ୍ବିବେଦୀ ଓ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ଉପସ୍ଥିତ ରହି ମହୋତ୍ସବ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ କହିବା ସହିତ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ ।
ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି ମୟୂରଭଞ୍ଜ ମହୋତ୍ସବ। ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ୧୨ଦିନ ଧରି ମହୋତ୍ସବ ଚାଲିବ।
ପ୍ରଥମ ଦିନରେ ବୁଧବାର ଜିଲ୍ଲାର ୮ଟି ଦଳର ବିଭିନ୍ନ କଳାକାର ମାନଙ୍କୁ ନେଇ ପାରମ୍ପାରିକ ନୃତ୍ୟ ଗୀତରେ ତାଳେ ତାଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଛଉ ପଡିଆ ପର୍ଯ୍ୟନ୍ତ କାରନିଭାଲ ସୋ ଅନୁଷ୍ଠିତ ହୋଇଥିଲା। ଛଉ ପଡିଆରେ ଚାଲିଥିବା ମହୋତ୍ସବରେ ଓଡ଼ିଆ ସିନେ ଜଗଗତର ସୁପାରଷ୍ଟାର ଉତ୍ତମ ମହାନ୍ତି, ଅସିତ ପତି, ପପୁ ପମପମ୍, ସ୍ଵରାଜ ବାରିକ, ସନ୍ରା, ଅନିମେଶ ଘୋଷ, ଇରା ମହାନ୍ତି , ଅନନ୍ୟା ଶ୍ରିତମ ନନ୍ଦ ପ୍ରଖୁମ ବହୁ ନାମିଦାମୀ କଳାକାର ଏହି ମଞ୍ଚରେ କଳା ପ୍ରଦର୍ଶନ କରିବେ । ଏଥି ସହିତ ସାଧନା ସରଗମ, ଇଣ୍ଡିଆନ ଆଇଡଲ ଫେମ ଅଙ୍କିତା ପାତ୍ରା ପ୍ରମୁଖ ମଧ୍ୟ ଏହି ମଞ୍ଚରେ ଲୋଙ୍କୁ ମନୋରଞ୍ଜନ କରିବେ। ଉଦଘାଟନୀ ସନ୍ଧ୍ୟାରେ ଅସୀମା ପଣ୍ଡାଙ୍କ ସୁମଧୁର ସଂଗୀତ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ସେହିଭଳି ଦ୍ବିତୀୟ ସନ୍ଧ୍ୟା ନଭେମ୍ବର ୩ରେ ଜି ସାରେଗାମା ଫେମ ଓମ୍ ଅଗ୍ରହରି, ସ୍ମୃତି ଜୟଶ୍ୱାଲ ଏବଂ ସେକ୍ସଫୋନ କଳାକାର ଲିପିକା ସାମନ୍ତ ସଂଗୀତ ପରିବେଷଣ କରିବେ। ଏଥି ବିଭିନ୍ନ ସନ୍ଧ୍ୟାରେ ସହିତ ମୟୂରଭଞ୍ଜ ଜିଲ୍ଲାର କଳାକାର ମାନେ ମଧ୍ୟ ନିଜ ନିଜର କଳାର ପ୍ରଦର୍ଶନ କରିବେ।
ଏହି ମହୋତ୍ସବରେ ମୟୂରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପରୁ ଆରମ୍ଭ କରି କୁଟୀର ଶିଳ୍ପ, ଖେଳନାରୁ ଆରମ୍ଭ କରି ପୋଷାକ ଆଉ ତା ସହ ଘରକରଣା ସାମଗ୍ରୀ ଏବଂ ପାରମ୍ପାରିକ ଖାଦ୍ୟ ମୁଢି ମାଂସ ସହ ଅନ୍ୟାନ୍ୟ ଖାଦ୍ୟର ମଧ୍ଯ ମଜା ଉଠାଉଛନ୍ତି ଦର୍ଶକ। ୨୦୦ରୁ ଉର୍ଦ୍ଧ୍ଵ ଷ୍ଟଲ ମହୋତ୍ସବରେ ଖୋଲିଛି। ପ୍ରତିଦିନ ସନ୍ଧ୍ୟା ୫ ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଯୁବପିଢୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଲ୍ସି ଜୋନର ବ୍ୟବସ୍ଥା କରାଯାଇଥିବା ବେଳେ ଭିଡ ଦେଖିବାକୁ ମିଳିଛି ।