ଅପରାଧୀକ ସାମ୍ରାଜ୍ୟ ତିଆରି କରିଛି ବିଜେଡି: ଡ.ଲେଖାଶ୍ରୀ
ଅପରାଧୀକ ସାମ୍ରାଜ୍ୟ ତିଆରି କରିଛି ବିଜେଡି: ଡ.ଲେଖାଶ୍ରୀ
୧୩ନଂ ମୁଦାଲା ବିଜୁ ଜନତା ଦଳର କେନ୍ଦ୍ରାପଡା ପର୍ଯ୍ୟବେକ୍ଷକ
ରାଜ୍ୟ ସରକାର ନିଜ ଦଳର ଅପରାଧୀ ନେତାଙ୍କୁ ଘଂଟ ଘୋଡାଉଛନ୍ତି
ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ସମୀର ଦାସ, ବିଜୟ ଶଙ୍କର ଦାସ ଆଇନରେ ସମ୍ମୁଖୀନ ନହେବା ପର୍ଯ୍ୟନ୍ତ ଓଡ଼ିଶାବାସୀ ବାରମ୍ବାର ପ୍ରଶ୍ନ ପଚାରିବେ
ଜେଏମ୍ଏଫସି କୋର୍ଟରେ ଏଯାଏଁ ହାଜର ହେଲେନି ପ୍ରତାପ ଜେନା
ଆଗକୁ ନିର୍ବାଚନ ଆସୁଛି ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ
ଭୁବନେଶ୍ୱର, ତା.୦୨/୧୧: “ବିଜୁ ଜନତା ଦଳ ଅପରାଧୀଙ୍କ ବଳ” ବୋଲି ପୂର୍ବରୁ ବାରମ୍ବାର ଭାରତୀୟ ଜନତା ପାର୍ଟି କହିଛି ଏବେ ବି କହୁଛି । ବିଜେଡି ଯଦି ନିଜ ଦଳର ଅପରାଧ ଲୋକଙ୍କୁ ବିଦା ନକରିବ ତାହାଲେ ଓଡ଼ିଶାରେ ବାରମ୍ବାର ଅପରାଧ ଘଟିଚାଲିବ । ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ମାହାଙ୍ଗା “ଟ୍ରିପଲ ମର୍ଡର”ରେ ସଂପୃକ୍ତି ରହିଥିଲେ ବି କାହିଁକି ତାଙ୍କୁ ପ୍ରଶ୍ନ କରାଗଲା ନାହିଁ? ଶ୍ରୀ ଜେନାଙ୍କ ଫାର୍ମହାଉସ ସାମ୍ନାରେ ପ୍ରଫୁଲ ସ୍ୱାଇଁଙ୍କୁ ହତ୍ୟା କରାଗଲା । ଏ ଖବର ଗଣମାଧ୍ୟମ, ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ହୋଇଛି । ପ୍ରତାପ ଜେନା ଆଇନମନ୍ତ୍ରୀ ଥିବାବେଳେ ରାଜ୍ୟ ସରକାର ତାଙ୍କୁ ଘଂଟ ଘୋଡାଇ ସୁରକ୍ଷିତ ରଖିବା ସହ ଆଇନରେ ସମ୍ମୁଖୀନ ହେବାକୁ ଦେଲେ ନାହିଁ । ନିର୍ବାଚନବେଳେ ଶ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇଥିଲେ କାହିଁକି? ଏହାର ସ୍ପଷ୍ଟ ଉତର ନବୀନ ବାବୁ ରଖନ୍ତୁ ବୋଲି ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଡ.ଲେଖାଶ୍ରୀ କହିଛନ୍ତି ଯେ, ଜେଏମ୍ଏଫସି କୋର୍ଟ ଅଳ୍ପଦିନ ତଳେ ଶ୍ରୀ ଜେନାଙ୍କୁ ହାଜିର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୧୩ନଂ ମୁଦାଲା ହିସାବରେ ଶ୍ରୀ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନିର୍ଦ୍ଦେଶ ଦେଲା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା, କିନ୍ତୁ ଏବେ ଯାଏଁ ପ୍ରତାପ ଜେନା ଜେଏମ୍ଏଫସି କୋର୍ଟରେ ହାଜିର ହେଲେ ନାହିଁ । ଶ୍ରୀ ଜେନା ଅପରାଧରେ ସଂପୃକ୍ତ ଥିଲେ ବି ଶାସକ ଦଳର ମୁଖିଆ ତାଙ୍କୁ କେନ୍ଦ୍ରାପଡା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । କେଉଁଭଳି ଭାବେ ତାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଗଲା ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ଶ୍ରୀ ଜେନାଙ୍କୁ ସଭ୍ୟସମାଜରେ ସ୍ଥାନ ନାହିଁ । ବିଜେଡି ରାଜନୀତିର ସାମ୍ରାଜ୍ୟ ନୁହେଁ ବରଂ ଅପରାଧୀକ ସାମ୍ରାଜ୍ୟ ତିଆରି କରିଛି । ଓଡ଼ିଶାବାସୀଙ୍କ ଅଧିକାର, ରାଜନୀତିରେ ସ୍ୱଚ୍ଛତା ଆଣିବା ପାଇଁ ଓଡ଼ିଶାବାସୀ ବାରମ୍ବାର ପ୍ରଶ୍ନ କରୁଛନ୍ତି । ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ସମୀର ଦାସ, ବିଜୟ ଶଙ୍କର ଦାସ ଭଳି ଲୋକ ଯେବେ ଯାଏଁ ରାଜନୀତିରେ ଅଛନ୍ତି ସେମାନେ ଆଇନରେ ସମ୍ମୁଖୀନ ନହେବା ପର୍ଯ୍ୟନ୍ତ ଓଡ଼ିଶାବାସୀ ଏ ପ୍ରଶ୍ନ ପଚାରିବେ । ଆଗକୁ ନିର୍ବାଚନ ଆସୁଛି ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
(ବିଜେପି ମିଡିଆ ସେଲ୍)