ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସରସ୍ୱତୀ ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସରସ୍ୱତୀ ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
ଭୁବନେଶ୍ୱର, ତା.୦୨/୧୧: ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସରସ୍ୱତୀ ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ଚିକିତ୍ସିତ ଅବସ୍ଥାରେ ୯୮ବର୍ଷୀୟା ସ୍ୱର୍ଗତାଃ ପ୍ରଧାନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱର୍ଗତାଃ ପ୍ରଧାନ ରାଜନୀତିରେ ଅଧିକରୁ ଅଧିକ ମହିଳା ସାମିଲ ହେବା ନେଇ ପ୍ରୋତ୍ସାହିତ କରୁଥିଲେ । ସ୍ୱର୍ଗତାଃ ପ୍ରଧାନଙ୍କ ମୃତ୍ୟୁ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ।
ସ୍ୱର୍ଗତାଃ ପ୍ରଧାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।
(ବିଜେପି ମିଡିଆ