Search for:
  • Home/
  • ରାଜ୍ୟ/
  • ମା କିଚକେଶ୍ୱରୀ ମନ୍ଦିର ଆକୃତିର ତୋରଣ ଏଥରର ଆକର୍ଷଣ

ମା କିଚକେଶ୍ୱରୀ ମନ୍ଦିର ଆକୃତିର ତୋରଣ ଏଥରର ଆକର୍ଷଣ

Spread the love

Loading

ନଭେମ୍ବର ୧ରୁ ମୟୂରଭଞ୍ଜ ମହୋତ୍ସବ ଆଜି।

ଆସନ୍ତାକାଲି ହେବ କାର୍ଣ୍ଣିଭାଲ ଶୋ:୧୨ଦିନ ଧରି ଚାଲିବ ଉତ୍ସବ

ମା କିଚକେଶ୍ୱରୀ ମନ୍ଦିର ଆକୃତିର ତୋରଣ ଏଥରର ଆକର୍ଷଣ

ବାରିପଦା:ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି ମୟୂରଭଞ୍ଜ ମହୋତ୍ସବ। ଏହି ମହୋତ୍ସବ ଷଷ୍ଠ ବର୍ଷରେ ପଦାର୍ପଣ କରିଛି। ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ୧୨ଦିନ ଧରି ମହୋତ୍ସବ ଚାଲିବ। ଯାହାକୁ ନେଇ ସୋମବାର ବାରିପଦା ସ୍ଥିତ ଛଉ ପଡ଼ିଆ ଠାରେ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ପ୍ରଦାନ କରାଯାଇଛି। ସଭାପତି ତଥା ପୌରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, କଳିଙ୍ଗ କେଶରୀ ଜେନା, ସଂଜୀବ ଦ୍ବିବେଦୀ, ରାକେଶ ସିଂ, ବିପ୍ଳବ ଭଂଜନ ବୁଗୁଡେଇ, ସତ୍ୟଜିତ ସୋମ, ତାପସ ପାଢ଼ୀ, ଲଡ଼ୁ କେଶର ରଣା, ସବିତା ହାଁସଦା, ନିମାଇଁ ତ୍ରିପାଠୀ ଏବଂ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଥମ ଦିନରେ ନଭେମ୍ବର ୧ରେ ଜିଲ୍ଲାର ବିଭିନ୍ନ କଳାକାର ମାନଙ୍କୁ ନେଇ ପାରମ୍ପାରିକ ନୃତ୍ୟ ଗୀତରେ ତାଳେ ତାଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଛଉ ପଡିଆ ପର୍ଯ୍ୟନ୍ତ କାରନିଭାଲ ସୋ ଆୟୋଜିତ ହେବ। ନଭେମ୍ବର ୨ ତାରିଖ ଠାରୁ ଆସନ୍ତା ୧୦ ଦିନ ଧରି ବାରିପଦାର ଐତିହାସିକ ଛଉ ପଡିଆରେ ମହୋତ୍ସବ ଅନୁଷ୍ଠିତ ହେବ। ଓଡ଼ିଆ ସିନେ ଜଗଗତର ସୁପାରଷ୍ଟାର ଉତ୍ତମ ମହାନ୍ତି, ଅସିତ ପତି, ପପୁ ପମପମ୍, ସ୍ଵରାଜ ବାରିକ, ସନ୍‌ରା, ଅନିମେଶ ଘୋଷ, ଗାୟକ ଅସୀମା ପଣ୍ଡା, ଇରା ମହାନ୍ତି , ଅନନ୍ୟା ଶ୍ରିତମ ନନ୍ଦ ପ୍ରଖୁମ ବହୁ ନାମିଦାମୀ କଳାକାର ଏହି ମଞ୍ଚରେ କଳା ପ୍ରଦର୍ଶନ କରି ଲୋକଙ୍କ
ମନୋରଞ୍ଜନର ଖୋରାଖ ଯୋଗାଇବେ। ଏଥି ସହିତ ସାଧନା ସରଗମ, ଇଣ୍ଡିଆନ ଆଇଡଲ ଫେମ ଅଙ୍କିତା ପାତ୍ରା ପ୍ରମୁଖ ମଧ୍ୟ ଏହି ମଞ୍ଚରେ ଲୋଙ୍କୁ ମନୋରଞ୍ଜନ କରିବେ। ଆଦିବାସୀ ବହୁଳ ଜିଲ୍ଲାର ଆଦିବାସୀ ପରମ୍ପରାକୁ ଅବା ଭୁଲିବ କିଭଳି ଏହି ମୟୂରଭଞ୍ଜ ମହୋତ୍ସବ। ଏଥିପାଇଁ ୩ ଦିନ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ମୟୁରଭଞ୍ଜ ଜିଲ୍ଲାର ସାନ୍ତାଳୀ କଳାକାରଙ୍କ ସମେତ ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଆସାମର ସାନ୍ତାଳୀ କଳାକାର ମଙ୍ଗଲ ହାଁସଦା, କଳ୍ପନା ହାଁସଦା, ମଧୁସ୍ମିତା ସୋରେନ ମୁର୍ମୁ, ରାମ ମାର୍ଣ୍ଡି, ପ୍ରିୟା ମୁଣ୍ଡା ଏବଂ ବବି ସିଂ ପ୍ରମୁଖ ଯୋଗ ଦେଇ ନିଜ କଳା ମାଧ୍ୟମରେ ଜିଲ୍ଲାବସୀଙ୍କୁ ବିମୋହିତ କରିବେ। ନଭେମ୍ବର ୨ ପ୍ରଥମ ସନ୍ଧ୍ୟାରେ ଅସୀମା ପଣ୍ଡାଙ୍କ ସୁମଧୁର ସଂଗୀତ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ। ସେହିଭଳି ଦ୍ବିତୀୟ ସନ୍ଧ୍ୟା ନଭେମ୍ବର ୩ରେ ଜି ସାରେଗାମା ଫେମ ଓମ୍ ଅଗ୍ରହରି, ସ୍ମୃତି ଜୟଶ୍ୱାଲ ଏବଂ ସେକ୍ସଫୋନ କଳାକାର ଲିପିକା ସାମନ୍ତ, ତୃତୀୟ ସନ୍ଧ୍ୟା ୪ରେ ସାନ୍ତାଳୀ ଗାୟକ ମଙ୍ଗଲ ହାଁସଦା ସାଙ୍ଗକୁ ସୁପରଷ୍ଟାର ସ୍ଵରାଜ ବାରିକ ମଞ୍ଚରେ ଦର୍ଶକଙ୍କୁ ମତୁଆଲା କରିବେ। ଚତୁର୍ଥ ସନ୍ଧ୍ୟା ନଭେମ୍ବର ୫ରେ ଓଡ଼ିଆ ସିନେ ଜଗତର କମେଡି କିଙ୍ଗ ପପୁ ପମ ପମଙ୍କ ସହିତ ପ୍ରମୁଖ କଣ୍ଠଶିଳ୍ପୀ ଇରା ମହାନ୍ତି, ଓ ସତ୍ୟଜିତ୍ ପ୍ରଧାନ ସଂଗୀତ ପରିବେଷଣ କରିବେ। ପଞ୍ଚମ ସନ୍ଧ୍ୟା ନଭେମ୍ବର ୬ରେ
ସାନ୍ତାଳୀ ନାଇଟରେ ରାମ ମାର୍ଣ୍ଡି ସାଙ୍ଗକୁ ପ୍ରିୟା ମୁଣ୍ଡା ଏବଂ ବବି ସିଂ ଦର୍ଶକଙ୍କ ମନୋ ମହିବେ। ଷଷ୍ଠ ସନ୍ଧ୍ୟା ନଭେମ୍ବର ୭ରେ ଝୁମର ନାଇଟରେ କଳାର ପ୍ରଦର୍ଶନ ଗୌତମ ମହାନ୍ତ ଏବଂ ଉର୍ମିଳା ମହାନ୍ତ କରିବେ। ସପ୍ତମ ସନ୍ଧ୍ୟା ନଭେମ୍ବର ୮ରେ ଇଣ୍ଡିଆନ ଆଇଡଲ ଫେମ ଅନ୍ଵେଷା ପାତ୍ର ସଙ୍ଗୀତ ପରିବେଷଣ କରିବାକୁ ଥିବା ବେଳେ ଅଷ୍ଟମ ସନ୍ଧ୍ୟା ନଭେମ୍ବର ୯ ତାରିଖରେ ସାନ୍ତାଳୀ ଗାୟୀକା କଳ୍ପନା ହାଁସଦା ଦର୍ଶକଙ୍କୁ ମତୁଆଲା କରିବେ। ନବମ ସନ୍ଧ୍ୟା ନଭେମ୍ବର ୧୦ରେ ଇଣ୍ଡିଆନ ଆଇଡଲ ଫେମ ଅନନ୍ୟା ଶ୍ରିତମ ପଣ୍ଡାଙ୍କ ସୁମଧୁର ସଙ୍ଗୀତ ପରିବେଷଣ ହେବାକୁ ଥିବା ବେଳେ ଦଶମ ତଥା ଶେଷ ସନ୍ଧ୍ୟା ନଭେମ୍ବର ୧୧ ତାରିଖରେ ପ୍ରଖ୍ୟାତ ବଲିଉଡ ଗାୟୀକା ସାଧନା ସରଗମ ନାଇଟ ଅନୁଷ୍ଠିତ ହେବ। ଏଥି ସହିତ ମୟୂରଭଞ୍ଜ ଜିଲ୍ଲାର କଳାକାର ମାନେ ମଧ୍ୟ ନିଜ ନିଜର କଳାର ପ୍ରଦର୍ଶନ କରିବେ। ନଭେମ୍ବର ୩ ତାରିଖରେ ବାରିପଦା ଉପଖଣ୍ଡ କଳାକାର ମାନେ କଳାର ପ୍ରଦର୍ଶନ କରିବାକୁ ଥିବା ବେଳେ ୫ ତାରିଖରେ କପ୍ତିପଦା ଉପଖଣ୍ଡ କଳାକାର ମାନେ ପ୍ରଦର୍ଶନ କରିବେ। ସେହିଭଳି ୮ ତାରିଖ ଦିନ ପଞ୍ଚପୀଢ ଅଞ୍ଚଳର କଳାକାର ମାନେ ପ୍ରଦର୍ଶନ କରିବାକୁ ଥିବା ବେଳେ ୧୦ ତାରିଖ ଦିନ ବାମନଘାଟି ଉପଖଣ୍ଡ କଳାକାର ମାନେ ନିଜ ନିଜର କଳାର ପ୍ରଦର୍ଶନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କମିଟି ସୂଚନା ଦେଇଛି। ଚଳିତ ବର୍ଷ ମୟୁରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତି ସହ ଅନ୍ୟ ଜିଲ୍ଲା ମାନଙ୍କର କଳାର ଆଦାନ ପ୍ରଦାନର ବ୍ୟବସ୍ଥା
କରାଯାଇଛି। ଏହି ମହୋତ୍ସବରେ ମୟୂରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପରୁ ଆରମ୍ଭ କରି କୁଟୀର ଶିଳ୍ପ, ଖେଳନାରୁ ଆରମ୍ଭ କରି ପୋଷାକ ଆଉ ତା ସହ ଘରକରଣା ସାମଗ୍ରୀ ଏବଂ ପାରମ୍ପାରିକ ଖାଦ୍ୟ ମୁଢି ମାଂସ ସହ ଅନ୍ୟାନ୍ୟ ଖାଦ୍ୟର ମଧ୍ଯ ମଜା ଉଠାଇ ପାରିବେ ଦର୍ଶକ। ୨୦୦ରୁ ଉର୍ଦ୍ଧ୍ଵ ଷ୍ଟଲ ମହୋତ୍ସବରେ ଖୋଲିବ। ପ୍ରତିଦିନ ସନ୍ଧ୍ୟା ୫ ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା କହିଛନ୍ତି। ଯୁବପିଢୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଲ୍ସି ଜୋନର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

Leave A Comment

All fields marked with an asterisk (*) are required