Search for:
  • Home/
  • ରାଜ୍ୟ/
  • ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ ୨୩୬ଟି ଜବତ ହେଲାଣି ବନ୍ଧୁକ

ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ ୨୩୬ଟି ଜବତ ହେଲାଣି ବନ୍ଧୁକ

Spread the love

Loading

ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ
୨୩୬ଟି ଜବତ ହେଲାଣି ବନ୍ଧୁକ

ଜାରି ରହିବ ତଲାସୀ ଅଭିଯାନ:ଏସପି

ବାରିପଦା:ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଶିମିଳିପାଳରେ ପୁଲିସ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ(ସେପ୍ଟେମ୍ବର ଓ ଅକ୍ଟୋବର) ସର୍ଚ୍ଚ ଅପରେସନ ଜାରି ଥିବା ବେଳେ ବନ୍ଧୁକ ଜବତ ନେଇ ସୂଚନା ପ୍ରଦାନ କରାଯାଇଛି।
ମୟୂରଭଞ୍ଜ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଏସପି ବି ଗଙ୍ଗାଧର କହିଛନ୍ତି । ଶିମିଳିପାଳ ସଂଲଗ୍ନ ଥିବା ୧୩ଟି ଥାନା ଅଧୀନରେ ଥିବା ଗାଁ ଗୁଡିକରୁ ପୁଣି ୭୧ଟି ଆଗ୍ନୟାସ୍ତ୍ର (ଦେଶୀବନ୍ଧୁକ) ଜବତ ହୋଇଛି। ସେଥିମଧ୍ୟରୁ ଗୋଟିଏ ଏୟାର ପିସ୍ତଲ ରହିଛି । ତତସହିତ ଏକ ଯୋଡା ହରିଣ ସିଂଘ ଜବତ ହୋଇଛି । ୧୩ଟି ଥାନାରେ ଏନେଇ ବନ୍ୟପ୍ରାଣୀ ଆଇନ ଅନୁଯାୟୀ ୩୨ଟି ମାମଲା ରୁଜୁ ହୋଇଛି । କେହି ଗିରଫ ହୋଇନାହାନ୍ତି । ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କ ଶିକାରୀ ଗୁଳିରେ ମୃତ୍ୟ ପରେ ବନ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ଥିବା ବେଳେ ବନ ବିଭାଗ ପକ୍ଷରୁ ଏହି ସଫଳତା ମିଳିଛି।
ସୂଚନା ଥାଉକି, ଶିକାରୀଙ୍କ ଆକ୍ରମଣରେ ଦୁଇ ବନ କର୍ମଚାରୀ ସହିଦ ହେବା ପରେ ପରେ ଜୁନ ୧୮ ତାରିଖରୁ ପୁଲିସ ପକ୍ଷରୁ ଶିମିପାଳକୁ ଶିକାର ଓ ଶିକାରୀ ମୁକ୍ତ ପାଇଁ ୯ ଥାନା ଅଧୀନସ୍ଥ ଜଙ୍ଗଲ ସଂଲଗ୍ନ ଗ୍ରାମ ମାନଙ୍କରେ ଅସ୍ତ୍ରଶସ୍ତ୍ର ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ୪ପ୍ଲାଟୁନ ପୁଲିସ ଫୋର୍ସ ସହିତ ଥାନା କର୍ମଚାରୀ ଏଥିରେ ସାମିଲ ଥିଲେ । ସେହିପରି ଶିମିଳିପାଳ ସଂଲଗ୍ନ ୧୩ଟି ଥାନାରେ ଦେଶୀବନ୍ଧୁକ ଆତ୍ମ ସମର୍ପଣ ଅଭିଯାନ ଆରମ୍ଭ କରାଯାଇ ବ୍ୟାପକ ଜନସେଚତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ୪୦ଟି ମାମଲା ରୁଜୁ ସହିତ ୧୬୫ଟି ବନ୍ଧୁକ, ଗୁଳି, ଗୋଟିଏ ବନ୍ଧୁକ ତିଆରି କାରଖାନା, ବଜ୍ରକାପ୍ତା ଛାଲ, ନଗଦ ୨ଲକ୍ଷ ୯୫ହଜାର ଟଙ୍କା, ମୋବାଇଲ ଫୋନ, ବନ୍ୟପ୍ରାଣୀ ମୃତଦେହ, ମାଂସ ଆଦି ଜବତ କରାଯିବା ସହିତ ୨୧ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସମସ୍ତ ଜବତ ବନ୍ଧୁକ, ଅସ୍ତ୍ରଶସ୍ତ୍ର ଓ ବନ୍ୟପ୍ରାଣୀ ଜୀବାଂଶ ରିଜର୍ଭ ପୁଲିସ କାର୍ଯ୍ୟାଳୟ ପରିସରରେ ଅଗଷ୍ଟ ୯ତାରିଖରେ ପ୍ରଦର୍ଶିତ ହୋଇଥିଲା। ମୟୂରଭଞ୍ଜ ପୁଲିସ ଏହି ସଫଳତାକୁ ପୁଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶାଲ ନିଜେ ଉପସ୍ଥିତ ରହି ପ୍ରଶଂସା କରିଥିଲେ। ପୂର୍ବରୁ ପୁଲିସକୁ ଏଭଳି କୌଣସି ସଫଳତା ମିଳିନଥିଲା। ଆଗକୁ ବନବିଭାଗ ସହ ଗଠିତ ଜଏଣ୍ଟ ଟାସ୍କଫୋର୍ସ ଶିମିପାଳକୁ ସୁରକ୍ଷା ଦେବା ପାଇଁ ଆହୁରୀ ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେତେବେଳେ ଶ୍ରୀ ବଂଶାଲ କହିଥିଲେ। ଏଥି ସହିତ ଶିମିପାଳ କେବଳ ମୟୂରଭଞ୍ଜର ନୁହେଁ ଏହା ଓଡିଶାର ବୋଲି କହିଥିଲେ। ତଦନୁଯାୟୀ ଦ୍ବିତୀୟ ପର୍ଯ୍ୟାୟରେ ପୁଲିସକୁ ପୁଣି ସଫଳତା ମିଳିଛି । ଆଗକୁ ତଲାସୀ ଅଭିଯାନ ଜାରି ରହିବ । ଏଥିରେ ସ୍ଥାନୀୟ ସରପଞ୍ଚ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି ଶିକାର ଓ ଶିକାରୀ ସମ୍ବନ୍ଧରେ ସୂଚନା ଜାଣିଥିଲେ ପୁଲିସକୁ ଅବଗତ କରିବେ । ଅନ୍ୟଥା ବନ୍ୟପ୍ରାଣୀ ଆଇନ ଉଲଙ୍ଘନ ପାଇଁ ସେମାନେ ମଧ୍ୟ ଉତ୍ତରଦାୟୀ ରହିବେ ବୋଲି ଏସପି ଗଣମାଧ୍ୟମକୁ କହିଛନ୍ତି । ଏହି ସଫଳତାକୁ ମିଶାଇ ମୋଟ ୨୩୬ଦେଶୀ ବନ୍ଧୁକ ଜବତ ହେଲାଣି । ସେହିପରି ମୋଟ ୮୦ଟି ରୁଜୁ ମାମଲାରେ ୪୨ଜଣ ଗିରଫ ହୋଇଛନ୍ତି ।

Leave A Comment

All fields marked with an asterisk (*) are required