Search for:
  • Home/
  • ରାଜ୍ୟ/
  • ଐତିହ୍ୟ କଂସା ପିତଳ ବସ୍ତୁ ତଥା ଅବହେଳିତ କଳାକୃତି

ଐତିହ୍ୟ କଂସା ପିତଳ ବସ୍ତୁ ତଥା ଅବହେଳିତ କଳାକୃତି

Spread the love

Loading

ଗୋପୀନାଥ ଐତିହ୍ୟ କଂସା ପିତଳ ବସ୍ତୁ ତଥା ଅବହେଳିତ କଳାକୃତି ସଂଗ୍ରହlଳୟ,

ଭୁବନେଶ୍ୱର:ଶ୍ରୀମତୀ ରିତା ସlହୂ, ସମ୍ମାନନୀୟା ରାଷ୍ଟ୍ର ମନ୍ତ୍ରୀ, ବୟନ ଓ ହସ୍ତଶିଳ୍ପ ବିକାଶ ବିଭାଗ ଓଡିଶା ସରକାର ଆମ ଘର ଓ ସଂଗ୍ରହlଳୟ ପରିଦର୍ଶନ ରେ ଆସିଥିଲେ lକଂସା ର ଖାଇବା ବାସନ ସେଟ ସରକାରୀ ଅତିଥି ଙ୍କ ଉପହାର ରେ ସାମିଲ ପାଇଁ ମୋ ଅନୁରୋଧ ରଖିଲି ।ଓଡ଼ିଆ ଘର ର ପରମ୍ପରା ରେ ତାଙ୍କୁ ପାଛୋଟି ଆଣିଲୁ, ସେ ଵି ଘରୁଆ କୁଣିଆଁ ଭଳି ଆମ ମାନକ ସହିତ ବେଶ ମିଶିଲେ l ସଂଗ୍ରହlଳୟ ରେ କଂସାରୀ କୁଳ ର କଳା ଓ ଗାରିମା ବହନ କରୁଥିବା ପ୍ରାୟ 4000 ଲୁପ୍ତପ୍ରାୟ ଅତି ପ୍ରାଚୀନ କଳାକୃତି ଦେଖି ଭାବ ବିହ୍ୟୁଳ ହୋଇ ତୁହା କୁ ତୁହା ବରଗଡ ର ରାମଶାଇ କଂସା ବେଲା,କଣ୍ଟିଲୋ ଜୋଇଁ ଚର୍ଚ୍ଚା ଥାଳି, ପାଇକ ସଂଗ୍ରାମ ର ମୁଦଗର, ହସ୍ତା, ଦୁଦୁରାଫୁଲିଆ ବେଲା, ରଙ୍ଗସରସିଆ ଥାଳି, ପହଁରି ପାରୁଥିବା ପିତଳ ମାଛ, ବାପୁ ପ୍ରତିମା, ଚଉଠି ରାତି ଖଜା ଚଟିକି, ସ୍ୱାଧୀନତା ସ୍ମାରକୀ ଡିବି, ୫ ସେରିଆ ଓଜନ ର ଆଦିବାସୀ ଝିଙ୍କା ଗୋଡ ବଳା, ପିତଳ ଖେଳଣା ସଵାରୀ ପାଲିଙ୍କି, ରାଜକୀୟ ବାଙ୍କୁଳିବାଡ଼ି ଓ ବିଞ୍ଚଣା, ପଦ୍ମ ଫୁଲିଆ ଚିଲମ ଇତ୍ୟାଦି ଊପରେ ପଚାରି ନାନା ତଥ୍ୟ ଓ ଐତିହାସିକ ପୃଷ୍ଠଭୂମି ଜାଣି ଆମ କଂସା, ପିତଳ, ତମ୍ବା ବର୍ତ୍ତନ ଓ କଳାକୃତି କୁ ସ୍ଵ ଚକ୍ଷୁରେ ଦେଖି ଶୁଣା କଥା କୁ ଷୋଳଣl ବିଶ୍ୱାସ କୁ ନେଲେ l ଉଭୟ ଙ୍କ ପେଟ ପୁରିଗଲା l ମୋ ଗବେଷଣା ସମ୍ପକିତ ବହି ( କଂସା ଥାଳି ର କଥା ) ତାଙ୍କୁ ଉପହାର ଡେଲି lପୁଣି ସମୟ କରି ଆସିବେ ଓ ତର୍ଣ୍ଣ ତର୍ଣ୍ଣ କରି ନିରେଖି ଦେଖିଵେ ବୋଲି କହିଲେ l ଶେଷରେ କଂସାରୀ ଭାଇଙ୍କ କୁଳ ବେଉସା ର ପୁନଃରୁଦ୍ଧାର ଓ ସରକାରୀ ପ୍ରୋଛାଅନ ଇତ୍ୟାଦି ଊପରେ ଆଲୋଚନା ହେଲା।

Leave A Comment

All fields marked with an asterisk (*) are required