ସରକାରୀ ଖାତାକୁ ଆସିଲା ୮ ଏକର ଜମି।
ସରକାରୀ ଖାତାକୁ ଆସିଲା ୮ ଏକର ଜମି
ଭୁବନେଶ୍ୱର : ସରକାରୀ ଖାତାକୁ ଫେରିଲା ୮ଏକର ୧୪୦ ଡିସିମିଲ ଜମି। ବିଡ଼ିଏ ଓ ବିଏମସି ଏନଫୋର୍ସମେଣ୍ଟ ଟିମ୍ ।
ସରକାରୀ ଖାତା ନମ୍ବର ୭୬୬ର ପ୍ଲଟ ନମ୍ବର ୨୯୪ ଓ ୨୯୫ରେ ହୋଇଥିଲା ବେଆଇନ ଜବରଦଖଲ । ଭୁବନେଶ୍ୱର ତହସିଲଦାରଙ୍କ ରିକ୍ୟୁଜିସନ କ୍ରମେ ବିଡ଼ିଏ ଜବରଦଖଲକାରୀଙ୍କୁ ହଟେଇଥିଲା। ଏଥିରେ ୧୫ଟି ଆଜବେଷ୍ଟସ ଘର, ୩ଟି ଟିଣ ସେଡ, ଗୋଟିଏ ଗୁହାଳ, ଗୋଟିଏ ଗେଟ୍, ୩୦୦ ଫୁଟ ଲମ୍ବର ପାଚେରୀ, ଗୋଟିଏ ଅର୍ଦ୍ଧ ନିର୍ମିତ ଘର ଏବଂ ଗୋଟିଏ ପୂଜା ମଣ୍ଡପ ମାଟିରେ ମିଶିଥିଲା। ପ୍ଲଟ ନମ୍ବର ୨୯୪ରେ ୨ଏକର ୫୪୦ ଓ ପ୍ଲଟ ନମ୍ବର ୨୯୭ରେ ୫ ଏକର ୬୦୦ ଡିସିମିଲ ଜମି ଜବଦଖଲମୁକ୍ତ କରିଛି ବିଡ଼ିଏ। ମୋଟ ୮ଏକର ୧୪୦ ଡିସିମିଲ ଜମି ସରକାରୀ ଖାତାକୁ ଫେରିଲା। ଆଇଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଏବଂ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା । ଉଚ୍ଛେଦ ବେଳେ ବିଡ଼ିଏ ଯୁଗ୍ମ କମିଶନର (ଏନଫୋର୍ସମେଣ୍ଟ) ଶ୍ୱେତ କୁମାର ଦାଶ, ବିଡ଼ିଏ ଲିଆସନ୍ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଭୁବନେଶ୍ୱର ଅତିରିକ୍ତ ତହସିଲଦାର, ଇନ୍ଫୋସିଟି ଥାନା ଆଇଆଇସି ଉପସ୍ଥିତ ଥିଲେ।ସେହିପରି ଚନ୍ଦ୍ରଶେଖରପୁର ମୌଜା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ବିଏମସି ୱାର୍ଡ ଅଫିସ ପାଇଁ ଏହି ଉଚ୍ଛେଦ ହୋଇଥିଲା । ଏଥିରେ ୩ଟି ଆଜବେଷ୍ଟସ ଘର, ଗୋଟିଏ କବାଡିଆ ଦୋକାନ, ୨ଟି କ୍ୟାବିନ ଏବଂ ୨ଟି ଉଠା ଦୋକାନ ଭଙ୍ଗା ଯାଇଥିଲା। ପ୍ରାୟ ୮୦୦୦ ବର୍ଗ ଫୁଟ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି।