ଦୁର୍ଗା ବାହିନୀର ୩୩ତମ ପ୍ରତିଷ୍ଠା ଦିବସ ସହ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କନ୍ୟା ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ।
ଦୁର୍ଗା ବାହିନୀର ୩୩ତମ ପ୍ରତିଷ୍ଠା ଦିବସ ସହ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କନ୍ୟା ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ।
ଭୁବନେଶ୍ବର, ୨୧/୧୦ : ବିଶ୍ବ ହିନ୍ଦୁ ପରିଷଦର ମାତୃଶକ୍ତି ବିଭାଗ ରୂପେ ପରିଚିତ
ଦୁର୍ଗା ବାହିନୀର ୩୩ତମ ସ୍ଥାପନା ଦିବସ ଆଜି ଭୁବନେଶ୍ୱର ମହାନଗର ପକ୍ଷରୁ
ମହାସମାରୋହରେ ପାଳିତ ହୋଇଯାଇଛି । ଏହା ସହିତ ପରିଷଦ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା
ନବରାତ୍ରୀ ଉପଲକ୍ଷେ କନ୍ୟା ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ।
କାର୍ଯ୍ୟକର୍ତ୍ତାମାନଙ୍କ ଉପସ୍ଥିତି ମଧ୍ୟରେ ଦୀପ ପ୍ରଜ୍ଜ୍ୱଳନ ସହ ମା ‘ ଦୁର୍ଗାଙ୍କର
ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଦୁର୍ଗା ବାହିନୀର ଅଖିଳ
ଭାରତୀୟ ସଂଯୋଜିକା ସୁଶ୍ରୀ ପ୍ରଜ୍ଞା ପାରମିତା ମାହାଲା ସନାତନ ସଂସ୍କୃତିର ସୁରକ୍ଷା
ପାଇଁ ମାତୃଶକ୍ତି ଦାୟିତ୍ୱବାନ୍ ହେବା ସହ ଆମର ପରିବାରଗୁଡ଼ିକ ସଂସ୍କୃତି ସଂପନ୍ନ
ହେବା ଆବଶ୍ୟକ ବୋଲି କହିଥିଲେ । ବିଶେଷ ଭାବରେ ଆଜି ଦିନରେ ହିନ୍ଦୁ ଯୌଥ ପରିବାର
ସଂରଚନା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ନାରୀ ଅବଳା ନୁହେଁ ସେ ମାଆ ଦୁର୍ଗା
କାଳୀଙ୍କ ପରି ସମର୍ଥା ଏବଂ ସଂସାରରେ ଥିବା ଅନ୍ୟାୟ ଅତ୍ୟାଚାର ରୂପୀ
ମହିଷାସୁମାନଙ୍କୁ ବଧ କରିବାରେ ନିପୂଣା ବୋଲି କହିଥିଲେ । ଆଜିର ମହିଳା ମାନଙ୍କୁ ସେ
ମାଆ ଦୁର୍ଗାଙ୍କ ଭଳି ସନାତନ ସଂସ୍କୃତିର ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ସହ
ଅବତୀର୍ଣ୍ନା ହେବା ପାଇଁ ଆହ୍ଵାନ କରିଥିଲେ । ଦୁର୍ଗା ବାହିନୀର କ୍ଷେତ୍ର ସଂଯୋଜିକା
ଶ୍ରୀମତୀ ଝରଣା ଜେନା ଦୁର୍ଗା ବାହିନୀ ଗଠନର ଉଦ୍ଦେଶ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ
କରିଥିଲେ । ଗାଁ ଗାଁରେ ପ୍ରତି ଘରେ ପହଞ୍ଚି ଆମର ମାତୃଶକ୍ତିଙ୍କୁ ଦେଶର ସଂସ୍କୃତି
ପ୍ରତି ଜାଗୃତି ଆଣିବାର ଦାୟୀତ୍ୱ ଆମେ ସମସ୍ତେ ନେବା ପାଇଁ ଆଗ୍ରହ କରିଥିଲେ । ଆଗାମୀ
ଦିନରେ ଆମ ସଂସ୍କୃତିର ଭବିଷ୍ୟତ କନ୍ୟାମାନଙ୍କ ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହେବା
ପରେ ଜିଲ୍ଳା ସଂଯୋଜିକା ଲୋପାମୁଦ୍ରା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ
। ମାତୃଶକ୍ତି ସଂଯୋଜିକା ଶ୍ରୀମତୀ ମାଳତୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା
ଦାୟିତ୍ଵ ନିର୍ବାହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ବ ହିନ୍ଦୁ ପରିଷଦ ଓଡ଼ିଶା
ପୂର୍ବ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ କୁମାର ପ୍ରଧାନ, ଭୁବନେଶ୍ୱରର ଜିଲ୍ଲା ସଭାପତି
ଶ୍ରୀ ଯୁକ୍ତ ଲକ୍ଷ୍ମୀ ନାରାୟଣ ରଥ, କାର୍ଯ୍ୟକାରୀ ସଭପତି ଶ୍ରୀଯୁକ୍ତ ପଦିପ କୁମାର
ମହାନ୍ତି , ସମ୍ପାଦକ ଶୁଭ୍ରାଂଶୁ ଶେଖର ଶତପଥୀ,ବରୁଣ ପ୍ରଧାନ, ହରପ୍ରସାଦ ମିଶ୍ରଙ୍କ
ସମେତ ଅନେକ କାର୍ଯ୍ୟକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।