ଅଧ ଏକର ସରକାରୀ ଜମି ମୁକ୍ତ କଲା ବିଡିଏ
ଅଧ ଏକର ସରକାରୀ ଜମି ମୁକ୍ତ କଲା ବିଡିଏ
ଭୁବନେଶ୍ୱର, : ପଟିଆରେ ବହୁମୂଲ୍ଯ ସରକାରୀ ସମ୍ପତ୍ତିକୁ ମାଡି ବସିଥିଲେ ଜଣେ ବ୍ଯକ୍ତି ଗୁଣ୍ଠେ କି ଦୁଇ ଗୁଣ୍ଠ ନୁହେଁ ଅଧ ଏକର ଜମିକୁ ନିଜ ଅକ୍ତିଆରରେ ରଖତ୍ ଦୋକାନ ନିର୍ମାଣ କରିଥିଲେ ବର୍ଷ ବର୍ଷ ଧରି ଏକାଧିକ ଦୋକାନ ମଧ୍ୟ ଭଡା ସୂତ୍ରରେ ଲାଗିଥିଲା ଆଜି (ସୋମବାର) ବିଡିଏ ପକ୍ଷରୁ ଏହାକୁ ଉଚ୍ଛେଦ କରାଯାଇଛି
ପଟିଆ ଜାତୀୟ ରାଜପଥ କଡରେ ସାଧାରଣ ପ୍ରଶାସନ ବିଭାଗର ପ୍ଲଟ ନଂ-422ରେ ଅଧ ଏକର (500ଡିସିମିଲ) ଜମି ରହିଛି ସେହି ଜମିରେ ଗୋବିନ୍ଦ ଚନ୍ଦ୍ର ରାଉତ ନାମକ ଜଣେ ବ୍ଯକ୍ତି କେତେକ ଦୋକାନ କରି ଭଡା ସୂତ୍ରରେ ଲଗାଇଥିଲେ ତେବେ ସାଧାରଣ ପ୍ରଶସନ ବିଭାଗର ରିକୁ୍ଯଜିସନ କ୍ରମେ ବିଡିଏ ଏନଫୋର୍ସମେଣ୍ଟ ଟିମ୍ ଉକ୍ତ ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ପହଞ୍ଚତ୍ଥିଲା ଉଚ୍ଛେଦ ସମୟରେ ଜବରଦଖଲକାରୀ ଓ ଏନଫୋର୍ସମେଣ୍ଟ ଟିମ୍ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା ଏହି ବିରୋଧ କିଛି ସମୟ ଧରି ଲାଗି ରହିଥିବା ବେଳେ ଶେଷରେ ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି ଏଥିରେ 12ଟି ବାଣିଜି୍ଯକ ଦୋକାନ, 3ଟି ଘର ଭଙ୍ଗାଯାଇଛି ପ୍ରାୟ 500ଡିସିମିଲ ଜମିକୁ ଜବରଦଖଲମୁକ୍ତ କରାଯାଇଛି
ସୂଚନାଯୋଗ୍ଯ, ଗୋବିନ୍ଦ ଚନ୍ଦ୍ର ରାଉତ ଏବଂ ଅନ୍ଯମାନେ ହାତ ପଟ୍ଟା ଜରିଆରେ ଭୁବନେଶ୍ୱର ଆଡିସନାଲ ତହସିଲଦାରଙ୍କ ନିକଟରେ ଏକ କେସ୍ ରୁଜୁ କରିଥିବା ବେଳେ ଏହି କେସଟି ଖାରଜ ହୋଇଯାଇଥିଲା ପରେ ସେ ଶ୍ରୀ ରାଉତ ଓ ଅନ୍ଯମାନେ ଓଡିଶା ରାଜସ୍ବ ବୋର୍ଡର ସଦସ୍ଯଙ୍କ ଠାରେ 2000 ମସିହାରେ କେସ୍ କରିଥିବା ବେଳେ ତାହା ମଧ୍ୟ ଖାରଜ ହୋଇଯାଇଥିଲା ପରେ ସେ 2008 ମସିହାରେ ଉଚ୍ଚନ୍ଯାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଉଚ୍ଚନ୍ଯାଳୟ ଏହାକୁ ଖାରଜ କରିଦେଇଥିଲେ ସେହିପରି ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା 2018ରେ ଓପିପି କେସ୍ ଜରିଆରେ ଉଚ୍ଛେଦ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଥିଲା ଓ ତତ୍ପରେ ପୁନର୍ବାର ସେ 2022 ମସିହାରେ ମାନ୍ୟବର ଉଚ୍ଚ ଅଦାଲତ ରେ ମଧ ମାମଲା କରି ହରି ଯିବା ପରେ ଆଜି ଉଛେଦ କରାଯାଇଛି l