Search for:
  • Home/
  • ରାଜ୍ୟ/
  • ନାଇଜର କ୍ୟାମ୍ପସରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନାଇଜର କ୍ୟାମ୍ପସରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Spread the love

Loading

ନାଇଜର କ୍ୟାମ୍ପସରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ହୋମି ଭାବା କ୍ୟାନସର ହସପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସପିଟାଲରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ସହ ଗବେଷଣା କରାଯିବ । ୨ଶହ ଶର୍ଯ୍ୟା ବିଶିଷ୍ଟ ଏହି କ୍ୟାନସର ହସପିଟାଲ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ।ଏହି ଅତ୍ୟାଧୁନିକ କ୍ୟାନସର ହସପିଟାଲ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ କ୍ୟାନସର ଚିକିତ୍ସା ସେବାକୁ ଅଧିକ ତ୍ବରାନ୍ବିତ କରିବ । ଫଳରେ ରୋଗୀଙ୍କୁ ମୁମ୍ବାଇ ପରି ବଡ଼ ସହରକୁ ଚିକିତ୍ସା ପାଇଁ ଯିବାକୁ ପଡିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଫଳରେ ଲୋକଙ୍କ ଅର୍ଥ ସଞ୍ଚୟ ହେବା ସହ ମାନସିକ କଷ୍ଟରୁ ମୁକ୍ତି ମିଳିବ । ଓଡ଼ିଶା ସହ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ରୋଗୀ ମଧ୍ୟ ଏହା ଦ୍ବାରା ଲାଭ ପାଇବେ । ଏହି ହସପିଟାଲକୁ ମୋ ବସ ଦ୍ବାରା ଯାତାୟତ ସୁବିଧା ସହ ଭଲ ରାସ୍ତା, ବସଷ୍ଟାଣ୍ଡ, ଅଗ୍ନିଶମ କେନ୍ଦ୍ରର ବ୍ୟବସ୍ଥା କରାଯିବ । ହସପିଟାଲରେ ରୋଗୀ ବିଏସକେୱାଇ କାର୍ଡ ମାଧ୍ୟମରେ ମାଗଣା ଚିକିତ୍ସା ପାଇପାରିବେ ।
କ୍ୟାନସର ହସପିଟାଲ ପରିସରରେ ଏକ ଆହାର କେନ୍ଦ୍ରର ଖୋଲାଯିବ । ମେଡିକାଲ ସାଇକ୍ଲୋଟ୍ରୋନ ସୁବିଧା ପାଇଁ ରାଜ୍ୟ ସରକାର ୬୫ ଏକର ଜମି ଯୋଗାଇଦେବା ସହ ଦେଢଶହ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ଏହା ଏସିଆର ସର୍ବାଧିକ ଉନ୍ନତ ସାଇକ୍ଲୋଟ୍ରୋନ ଗବେଷଣା କେନ୍ଦ୍ର ହେବ । ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ରୂପାନ୍ତରଣ ପ୍ରକ୍ରିୟା ଚାଲିଛି । ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବା ସହ ସ୍ବାସ୍ଥ୍ୟ ଶିକ୍ଷା ଓ ନିୟମିତ ଡାକ୍ତର ନିଯୁକ୍ତିକୁ ଗୁରୁତ୍ବ ଦିଆଯାଉଛି ।ପ୍ରତିବର୍ଷ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହ ତାଲିମପ୍ରାପ୍ତ ଡାକ୍ତର ବାହାରୁଛନ୍ତି । ୨୦୨୨ ସେପ୍ଟେମ୍ବରରେ ମୁମ୍ବାଇର ଟାଟା ମେମୋରିଆଲ ସେଣ୍ଟର ସହ ରାଜ୍ୟ ସରକାର ଏମଓୟୁ ସ୍ବାକ୍ଷର କରିଥିଲେ । ଏଥିରେ ଜଟଣୀ ନାଇଜର ପରିସରରେ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୟାନସର ହସପିଟାଲ ପାଇଁ ଚୁକ୍ତିନାମା ହୋଇଥିଲା । ୨୫୦ କୋଟି ଟଙ୍କା ବ୍ୟୟରେ ଟାଟା ଷ୍ଟିଲ ଫାଉଣ୍ଡେସନ ହସପିଟାଲ ନିର୍ମାଣ କରି ଟାଟା ମେମୋରିଆଲ ସେଣ୍ଟର ଓ ଆଟମିକ ଏନର୍ଜି ବିଭାଗକୁ ହସ୍ତାନ୍ତର କରିବ । ଆଟମିକ ଏନର୍ଜି ବିଭାଗ ୪ଶହ କୋଟିର ଯନ୍ତ୍ରପାତି ଯୋଗାଇଦେବ

Leave A Comment

All fields marked with an asterisk (*) are required