ଏଚ୍ଆଇଭି/ଏଡସ୍ ସଚେତନତା ଉପଲକ୍ଷେ ଆନ୍ତଃବିଦ୍ୟାଳୟ କ୍ଷୁଦ୍ର ନାଟକ ପ୍ରତିଯୋଗିତା
ଏଚ୍ଆଇଭି/ଏଡସ୍
ସଚେତନତା ଉପଲକ୍ଷେ
ଆନ୍ତଃବିଦ୍ୟାଳୟ କ୍ଷୁଦ୍ର ନାଟକ
ପ୍ରତିଯୋଗିତା
ଭୁବନେଶ୍ୱର, ୩.୧୦ : ଜିଲ୍ଲା ଏଡସ୍ ନିୟନ୍ତ୍ରଣ ବିଭାଗ, ଖୋର୍ଦ୍ଧା ତରଫରୁ
ଛାତଛାତ୍ରୀମାନଙ୍କ ମଧ୍ୟରେ ଏଚ୍ଆଇଭି/ଏଡସ୍ ସଚେତନତା ବୃଦ୍ଧି କରିବା
ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ
ପ୍ରାଙ୍ଗଣରେ ଏକ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଖୋର୍ଦ୍ଧାଜିଲ୍ଲାର ପ୍ରାୟ ୧୦ଟି ବିଦ୍ୟାଳୟ ତରଫରୁ ୧୦୦ରୁ ଉଦ୍ଧ୍ୱର୍
ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ବିଜେବି
ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରଥମ, କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଓ ମହର୍ଷି
କଲେଜ ଅଫ ନେଚୁରାଲ ଲ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କେରଙ୍ଗ
ମହାବିଦ୍ୟାଳୟକୁ ସ୍ପେଶାଲ ଜୁରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜି.ଏମ୍. ଖାନ ଓ
ଉପାଧ୍ୟକ୍ଷା ଡ. ମଧୁବ୍ରତା ଶତପଥୀ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ
କରିଥିଲେ । ଯୁବ ରେଡ଼କ୍ରସର ଜିଲ୍ଲା ଆବାହକ ସମ୍ପାଦିକା ତଥା ଅଧ୍ୟାପିକା
ଲେଖା ଦାସ ଏବଂ ସଂଯୋଜକ ଡ. ରେବତୀକାନ୍ତ ମହାରଣା ଏହି ଉତ୍ସବରେ ଉପସ୍ଥିତ
ଥିଲେ । ଚନ୍ଦକା ମହାବିଦ୍ୟାଳୟର ଯୁବ ରେଡ଼କ୍ରସ କାଉନସେଲର ଶ୍ରୀ ସୁରେଶ ମହାନ୍ତି
କାର୍ଯ୍ୟକ୍ରମ ପରି·ଳନା କରିଥିବା ବେଳେ ଡିପିଏମ୍ ଶ୍ରୀ ବିଧାନ ଚନ୍ଦ୍ର ନାୟକ
ଧନ୍ୟବାଦ ଅର୍ପଣ କରିଥିଲେ ।