Search for:
  • Home/
  • ରାଜ୍ୟ/
  • ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଭାଗବତ ଜନ୍ମ ପାଳିତ

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଭାଗବତ ଜନ୍ମ ପାଳିତ

Spread the love

Loading

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଭାଗବତ ଜନ୍ମ ପାଳିତ

ଭୁବନେଶ୍ୱର – ତା.୩.୦୯.୨୦୨୩-ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଭାଗବତ ଜନ୍ମ ପାଳିତ ହୋଇଛି । ଏହି ଅବସରରେ ଏକ ସ୍ଵତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ସଭାପତିତ୍ବ କରିଥିବା ବେଳେ ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ଅତସୀ ଦାସ ସଂଯୋଜନା କରିଥିଲେ l

ପ୍ରତି ଗ୍ରାମରେ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ହୋଇ ଭାଗବତ ସହ ପୁରାଣ ପାଠ ମାଧ୍ୟମରେ ଲୋକଙ୍କୁ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ନିରନ୍ତର ଭାବେ ପ୍ରଦାନ କରିଆସୁଥିବା ଶ୍ରୀ ରାଉତରାଏ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବକ୍ତା ମାନେ ଭାଗବତ ମାହାତ୍ମ୍ୟ ଉପରେ ଆଲୋକପାତ କରି ପ୍ରତ୍ୟେକ ମାନବ ଦୈନନ୍ଦିନ ଜୀବନରେ ଏହାର ମହତ୍ୱ ପାଳନ ପୂର୍ବକ ଜୀବନ ନିର୍ବାହ କରିବା ପାଇଁ ମତପୋଷଣ କରିଥିଲେ ।

ଶେଷରେ ଶ୍ରୀମତୀ ଅତସୀ ଦାସ ତାଙ୍କ ଭାଷଣରେ ଭାଗବତ ଓଡ଼ିଆ ଭାଷାରେ ସରଳ ସାବଲୀଳ ଢଙ୍ଗରେ ନବାକ୍ଷରୀ ଛନ୍ଦରେ ରଚନା ହୋଇଥିବା ଏବଂ ଶ୍ରୀ ଚୈତନ୍ୟ ଜଗନ୍ନାଥ ଦାସଙ୍କୁ ଅତିବଡ଼ୀ ଉପାଧି ପ୍ରଦାନ କରିଥିଲେ ବୋଲି କହିଥିଲେ । ଭାଗବତର ମହାତ୍ମ ରାଜ୍ୟର ଘରେ ଘରେ ଆଜି ପରିଚିତ ବୋଲି ସେ କହିଥିଲେ । ଏଥିରେ ଗ୍ରନ୍ଥାଗାରର ସମସ୍ତ କର୍ମଚାରୀ ଓ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବୃତ୍ତିଧାରୀ ମାନେ ମଧ୍ଯ ଉପସ୍ଥିତ ଥିଲେ l

Leave A Comment

All fields marked with an asterisk (*) are required