Search for:
  • Home/
  • ରାଜ୍ୟ/
  • ସହିଦ ମାଥି ହାଁସଦାଃଙ୍କ ସ୍ମୃତିରେ ଓ୍ବାଚ ଟାଓ୍ବାର ପିସିସିଏଫଙ୍କ ଦ୍ବାରା ଉଦଘାଟିତ

ସହିଦ ମାଥି ହାଁସଦାଃଙ୍କ ସ୍ମୃତିରେ ଓ୍ବାଚ ଟାଓ୍ବାର ପିସିସିଏଫଙ୍କ ଦ୍ବାରା ଉଦଘାଟିତ

Spread the love

Loading

ସହିଦ ମାଥି ହାଁସଦାଃଙ୍କ ସ୍ମୃତିରେ ଓ୍ବାଚ ଟାଓ୍ବାର ପିସିସିଏଫଙ୍କ ଦ୍ବାରା ଉଦଘାଟିତ

ବାରିପଦା:ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ପ୍ରାଣବଳୀ ଦେଇ ସହିଦ ହୋଇଥିବା ଭାରପ୍ରାପ୍ତ ରେଞ୍ଜର ମାଥି ହାଁସଦାଃଙ୍କ ସ୍ମୃତି ଉଦ୍ଦେଶ୍ୟରେ ବନ ବିଭାଗ ପକ୍ଷରୁ ଏକ ଓ୍ବାଚ ଟାଓ୍ବାରକୁ ଉଦଘାଟିତ ହୋଇଛି । ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ) ସୁଶୀଲ କୁମାର ପୋପଲି ଯୋଗଦେଇ ଶନିବାର ଏହାକୁ ଉଦଘାଟନ କରିଛନ୍ତି। ସହିଦ ମାଥି ଜଣେ ସାହସୀ, କର୍ତ୍ତବ୍ୟ ପରାୟଣ, ନିଷ୍ଠାପର ଓ ଦାୟିତ୍ୱ ସମ୍ପନ୍ନ ଭାବେ କାର୍ଯ୍ୟ କରି ଉପରବାରହାକାମୁଡା ରେଞ୍ଜ ଗାମୁଛାଝରଣ ବିଟ ଅଞ୍ଚଳରେ କାର୍ଯ୍ୟରତ ଅବସ୍ଥାରେ ଶିକାରୀ ଗୁଳିରେ ପ୍ରାଣବଳି ଦେଇଥିବାରୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଟାଓ୍ବାରକୁ ନାମିତ କରାଯାଇଛି। ଏହି ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ଅନାବରଣ କରାଯାଇଛି। ଅଭୟାରଣ୍ୟର ଦେବସ୍ଥଳୀ ଠାରେ ଏହି ଓ୍ବାଚ ଟାଓ୍ବାର ଉଦଘାଟନ କାର୍ଯ୍ୟକ୍ରମରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡା ପ୍ରକାଶ ଚାନ୍ଦ ଗୋଗିନେନି, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର ଉପ ନିର୍ଦ୍ଦେଶକ ସାଇ କିରଣ, ଦକ୍ଷିଣ ଡିଭିଜନର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା, କରଞ୍ଜିଆ, ରାଇରଙ୍ଗପୁର, ବାରିପଦା ଡିଭିଜନର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required