Search for:
  • Home/
  • ରାଜ୍ୟ/
  • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Spread the love

Loading

ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ପାଳିତ

ଭୁବନେଶ୍ୱର ତା. ୨.୧୦- ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ
ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜାତିର ଜନକ ମହାତ୍ମା ଗାନ୍ଧୀ
ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପୂଣ୍ୟ ଜୟନ୍ତି ପାଳିତ
ହୋଇଯାଇଛି । ଏହି ଅବସରରେ ଶ୍ରୀ ପଟ୍ଟନାୟକଙ୍କ ସହ କଂଗ୍ରେସ ନେତୃବୃନ୍ଦ
ପ୍ରତ୍ୟୁଷରେ ନାଲକୋ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ
ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ
ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀ ଓ ଲାଲା
ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତି ଓ ପ୍ରତିକୃତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ
କରାଯାଇଥିଲା । ଏହି ଅବସରରେ ଗଣମାଧ୍ୟମକୁ ପିସିସି ସଭାପତି ଶ୍ରୀ
ପଟ୍ଟନାୟକ କହିଥିଲେ ଯେ ଗାନ୍ଧୀ ବାଦ କେବଳ ଦେଶ ନୁହେଁ ଏ ବିଶ୍ୱକୁ
ଅଜ୍ଞାନତା, କୁସଂସ୍କାର, ହିଂସା, ବିଦ୍ୱେଷ, ସାମ୍ପ୍ରଦାୟୀକତା ଓ ଆତଙ୍କବାଦରୁ
ନିସ୍ତାର ପାଇଁ ପଥପ୍ରଦର୍ଶନ କରୁଛି । ବିଡ଼ମ୍ବନାର ବିଷୟ ଏହିକିଯେ ସମଗ୍ର
ବିଶ୍ୱ ସବୁଦେଶ ମହାତ୍ମା ଗାନ୍ଧୀଙ୍କୁ ପୂଜା କରୁଥିବା ବେଳେ ଏବଂ
ଗାନ୍ଧୀବାଦକୁ ପ୍ରଂଶସା କରୁଥିବା ବେଳେ ଭାରତରେ ଗାନ୍ଧୀବାଦ ବିଲୋପ
ପାଇଁ ଚକ୍ରାନ୍ତ ଚାଲିଛି । ମହାତ୍ମା ଗାନ୍ଧୀ ଆମକୁ ଦାସତ୍ୱରୁ ମୁକ୍ତି
ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କର ଆଜୀବନ ସଂଗ୍ରାମ, ସଂଘର୍ଷ ଓ ମହାନ ତ୍ୟାଗ
ପାଇଁ ଆମେ ନିଜକୁ ଭାରତୀୟ କହିପାରୁଛେ ଏବଂ ଆମର ସ୍ୱତନ୍ତ୍ର ପରିଚୟ
ପାଇପାରିଛେ । ଗାନ୍ଧୀଙ୍କର ମହାନ ଜୀବନ ଦର୍ଶନ ଓ ନୀତିବାଣୀର ଅନୁଶରଣ
ଆମର ଦୈନନ୍ଦିନ ଜୀବନଯାପନରେ ବ୍ୟାପକ ପରିବର୍ତନ କରିବ । ଆଜି ଦେଶରେ
ଯେଉଁ ଅସ୍ଥିରତା ସୃଷ୍ଟି ହୋଇଛି, ଚାରିଆଡେ଼ ଭୟର ବାତାବରଣ
ଦେଖାଦେଇଛି, ଗଣତନ୍ତ୍ରକୁ ଦୁର୍ବଳ କରାଯାଉଛି ଓ ସମ୍ବିଧାନିକ ଅନୁଷ୍ଠାନ
ଗୁଡ଼ିକୁ ନିରପେକ୍ଷ ରହିବାକୁ ଦିଆଯାଉନାହିଁ, ମଣିଷକୁ ଧର୍ମ, ବର୍ଣ୍ଣ ଓ
ଜାତିରେ ଭାଗ ଭାଗ କରାଯାଉଛି ସେଥିରୁ ମୁକ୍ତିପାଇଁ ଗାନ୍ଧୀବାଦ ଆଜି
ପ୍ରାସଙ୍ଗିକ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲା ବାହାଦୁର ଶାସ୍ତ୍ରୀ ଶାନ୍ତିର ଦୂତ
ଭାବରେ ଆମ ନିକଟରେ ଚିର ନମସ୍ୟ । ଆଜି ଦେଶରେ କୃଷକ ଉପେକ୍ଷିତ ଏବଂ
ସୈନ୍ୟବାହିନୀ ପ୍ରତି ସରକାର ବିଶ୍ୱାସଘାତକତା କରୁଛନ୍ତି । ଏହି ଅବସରରେ
ଶାସ୍ତ୍ରୀଙ୍କ “ଜୟ ଜବାନ ଜୟ କିଷାନ” ଆହ୍ୱାନକୁ ଦେଶବାସୀ ମନେ
ପକାଉଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ
ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ,
ଶିବାନନ୍ଦ ରାୟ, ଅନନ୍ତ ପ୍ରସାଦ ସେଠୀ, ବିଜୟ ପଟ୍ଟନାୟକ, କିଶୋର ଜେନା,
ଗଣେଶ୍ୱର ବେହେରା, ପଂଚାନନ ଦାସ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ,
ପ୍ରକାଶ ମିଶ୍ର, ଅମିୟ କୁମାର ପଟ୍ଟନାୟକ, ପୃଥିବୀ ବଲ୍ଲଭ ପଟ୍ଟନାୟକ,
ଶ୍ରୀନିବାସ ରାଉତରାୟ, ତରୁଣ ମିଶ୍ର, ରଜନୀ ମହାନ୍ତି, ଦେଓ ପ୍ରସାଦ, ନରୋତମ

ନାୟକ, ବିନୋଦ ପାଣି, ପ୍ରଭାତ ପ୍ରତାପ ସିଂ, ରସିକ ପଟ୍ଟନାୟକ, ଜୟକୃଷ୍ଣ
ମଲ୍ଲିଆ, ସୁଶାନ୍ତ ତ୍ରିପାଠୀ, ଜ୍ୟୋତିଷ ସାହୁ, ଲିଙ୍ଗରାଜ ସାହୁ, ମନୋରଞ୍ଜନ
ରାଉତରାୟ, ମିହିର ଆଚାର୍ଯ୍ୟ, ତାପସ ସେଠୀ, ଭାସ୍କର ସେଠୀ, ସାଗର
ପରିଡ଼ା, ସଂଜୟ ମିଶ୍ର, ଆଲୋକ ମହାନ୍ତି, ସୁଧାଂଶୁ ମହାନ୍ତି, ଖଗେଶ୍ୱର
ମଲ୍ଲିକ, ସ୍ନେହଲତା ରାୟ, ଶ୍ରିୟାସ୍ମିତା ପଣ୍ଡା, ମୌସୁମୀ ମହାନ୍ତି, ସଂଜୀବ
ମହାନ୍ତି, ନିହାର ରଞ୍ଜନ ନାୟକ, ସୁଭାଷ ପ୍ରଧାନ, ନାରାୟଣ ଜେନା, ସଂନ୍ଧ୍ୟାରାଣୀ
ଦାସ, କୁଳମଣି ସାହୁ, ପ୍ରଶନ୍ନ ପାଇକରାୟ, ଦେବେନ୍ଦ୍ର ଦାସ ପ୍ରମୁଖ ବହୁ କଂଗ୍ରେସ
ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required