ଡିଏନ୍ ହୋମ୍ସରେ ଆୟକର ବିଭାଗର ଚଢ଼ାଉ ଘଟଣା
ଭୁବନେଶ୍ୱର: ଡିଏନ୍ ହୋମ୍ସରେ ଆୟକର ବିଭାଗର ଚଢ଼ାଉ ଘଟଣା। କୋଟିଏ ଟଙ୍କା ପାଖାପାଖି ଜାଲ୍ ନୋଟ୍ ମିଳିଥିବା ଆଇଟି ସୂତ୍ରରୁ ସୂଚନା। ଜାଲ୍ ନୋଟ୍କୁ ଛାନବିନ ଆରମ୍ଭ କଲା ଆୟକର ବିଭାଗ। ଏକ୍ସପର୍ଟ ମାନେ ପହଁଚି ଚିହ୍ନଟ କଲେ ଏହି ନୋଟ୍। ଟଙ୍କାଗଣା ମେସିନ ସାହାଯ୍ୟରେ ଗଣା ଚାଲିଛି ଜାଲ୍ ନୋଟ୍। ସବୁଠାରୁ ବଡ଼କଥା ହେଉଛି ୧୦୦ କୋଟିରୁ ଉର୍ଦ୍ଧ ଟଙ୍କାର ମିଳିଲା କ୍ୟାସ ରିସପଟ। ବିଭିନ୍ନ ଲୋକଙ୍କ ଠାରୁ ନେଣ ଦେଣ ହୋଇଥିବା ରିସିପ୍ଟକୁ ନେଇ ଖୋଳତାଡ଼ ଚାଲିଛି। ରିସିପ୍ଟ ଗୁଡିକ ଗଣା ଚାଲିଥିବା ବେଳେ, ଚଢ଼ାଉ ପ୍ରକ୍ରିୟା ଜାରି ରହିଛି। ଏନେଇ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଅସଲି ଟଙ୍କାଗୁଡିକୁ ୟୁନିଟ-୪ କ୍ବାର୍ଟରରୁ ନେଇଛି ଆଇଟି ବିଭାଗ। ଖୁବଶୀଘ୍ର ଘଟଣାର ତଦନ୍ତ କରିବ ଇଡି। ଗତକାଲି ଚଢାଉ ବେଳେ ୧୧ କୋଟିରୁ ଅଧିକ ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା। ୩ଟି ଟ୍ରଙ୍କ୍ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିଲା। କମ୍ପାନୀ ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଇଥିଲା। ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆୟକର ବିଭାଗ।