Search for:
  • Home/
  • ରାଜ୍ୟ/
  • ବଜାର ରେ ସବୁ ଆକାଶ ପାତର ମୂଲ୍ୟ।

ବଜାର ରେ ସବୁ ଆକାଶ ପାତର ମୂଲ୍ୟ।

Spread the love

Loading

ଭୁବନେଶ୍ୱର: ନୂଆଦିଲ୍ଲୀ:  ଦେଶର ଅନେକ ସହରରେ ଟମାଟୋ କିଲୋ ପିଛା ୧୬୦ ଟଙ୍କା ଛୁଇଁଲାଣି। ଖୋଦ୍ ଉତ୍ପାଦନସ୍ଥଳ କର୍ଣ୍ଣାଟକରେ ଏହା କିଲୋ ପିଛା ୧୨୦ ଟଙ୍କା ଟପିଗଲାଣି। ଦେଶରେ ସବୁ ସମୟରେ ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦରକୁ ନେଇ ଖାଉଟିଙ୍କ ଅସନ୍ତୋଷ ଦେଖୀବାକୁ ମିଳିଥାଏ। ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ, ଦେଶରେ ଟମାଟୋଠାରୁ ପେଟ୍ରୋଲ ଏବଂ ଡିଜେଲ ଦର ଦର କମ୍ ରହିଛି। ଅପରପକ୍ଷେ ମୌସୁମୀ କାରଣରୁ ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ଦ୍ୱିଗୁଣିତ ହୋଇଛି। ଏହାସହ ପନିପରିବା ଦର ଯେଉଁଭଳି ଭାବେ ଆକାଶଛୁଆଁ ହେଲାଣି ସେଥିରେ ଖାଉଟିଙ୍କ ହୋସ୍ ଉଡିଗଲାଣି। ଟମାଟୋ ବ୍ୟତୀତ ଅଦା, ରସୁଣ ଏବଂ କଞ୍ଚାଲଙ୍କା ଦର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି।ହଠାତ୍ ଚାଉଳ ଏବଂ ଡାଲି ଦରରେ ବୃଦ୍ଧି କେବଳ ଖାଉଟି କାହିଁକି ଭାରତ ପାଇଁ ମୁଦ୍ରାସ୍ଫୀତି ପରିପ୍ରେକ୍ଷୀରେ ବିଶ୍ବର ଅଗ୍ରଣୀ ରେଟିଂ ଏଜେନ୍ସିଙ୍କ ଚିନ୍ତା ବଢ଼ାଇଦେଇଛି। ରେଟିଂ ଏଜେନ୍ସି କ୍ରିସିଲ୍‌ର କହିବାନୁଯାୟୀ, ବଜାରରେ ଚାଉଳ ଏବଂ ଡାଲିର ମୂଲ୍ୟ ବୃଦ୍ଧି ବର୍ତ୍ତମାନ ସମୟରେ ଚିନ୍ତାର ବିଷୟ। ଏଜେନ୍ସି କହିବାନୁଯାୟୀ, ଇନ୍ଧନ ପରେ ତେଜରାତି ସାମଗ୍ରୀ ସହ ପନିପରିବା ଦର ଏଭଳି ଉଚ୍ଚ ସ୍ତରରେ ରହୁଥିବା ଦୃଷ୍ଟିରୁ ମୁଦ୍ରାସ୍ଫୀତି ଦୃଷ୍ଟିରୁ ଆରବିଆଇ ବର୍ତ୍ତମାନ ରେପୋ ହାରରେ ହ୍ରାସ କରିବ ବୋଲି ଆଶା କରାଯାଉନାହିଁ। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଆରବିଆଇ ଗତ ବର୍ଷ ମେ ମାସରୁ ରେପୋ ହାରରେ ୨.୫ ପ୍ରତିଶତ ବୃଦ୍ଧି କରିସାରିଛି। ମୁଦ୍ରାସ୍ଫୀତିରେ କେବଳ ଖାଦ୍ୟ ସାମଗ୍ରୀ ର ମୁଦ୍ରାସ୍ଫୀତି ୪୦ ପ୍ରତିଶତ ରହିଛି।ବିଶେଷଜ୍ଞମାନଙ୍କ ମତରେ ବର୍ତ୍ତମାନର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଆରବିଆଇ ସତର୍କତା ଅବଲମ୍ବନ କରିପାରେ। ରିପୋର୍ଟ ଅନୁଯାୟୀ ଦେଶରେ ଟମାଟୋ ମୂଲ୍ୟ ଅନେକ ସହରରେ ୧୫୦ ଟଙ୍କା ଅତିକ୍ରମ କରିଛି, ଯାହା ମେ’ ମାସର ପ୍ରଥମ ସପ୍ତାହରେ କିଲୋ ପିଛା ୧୫ ଟଙ୍କା ରହିଥିଲା। ପାଇକାରୀ ବିକ୍ରେତାଙ୍କ କହିବାନୁଯାୟୀ, ଗୋଟିଏ ସପ୍ତାହରେ ପନିପରିବାର ମୂଲ୍ୟ ଦ୍ୱିଗୁଣିତ ହୋଇଛି । ସେମାନଙ୍କର ବିକ୍ରି ୪୦% ହ୍ରାସ ପାଇଛି। ନିକଟ ଅତୀତରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବହୁତ ବୃଦ୍ଧି ପାଇଛି। କ୍ରିସିଲର ମୁଖ୍ୟ ଅର୍ଥନୀତିଜ୍ଞ ଧର୍ମକୀର୍ତ୍ତି ଯୋଶୀ ଚାଉଳ ଏବଂ ଡାଲି ଦର ବୃଦ୍ଧି ଏବେ ବଡ଼ ଚିନ୍ତାର ବିଷୟ। ମୌସୁମୀ ହିଁ ଏହି ପରିସ୍ଥିତିକୁ ବଦଳାଇପାରିବ। ସେ କହିଛନ୍ତି ଯେ ସାଧାରଣତଃ ଏଭଳି ଋତୁ କାରଣରୁ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ଆରବିଆଇ ଅଣଦେଖା କରିଥାଏ।ହେଲେ ମୂଲ୍ୟରେ କ୍ରମାଗତ ବୃଦ୍ଧି ଚିନ୍ତାର ବିଷୟ। କାରଣ ଖାଦ୍ୟ ସାମଗ୍ରୀ ହେଉଛି ଗ୍ରାହକ ମୁଦ୍ରାସ୍ଫୀତି ବାସ୍କେଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆର୍ବିଆଇ ମୁଦ୍ରାସ୍ଫୀତିକୁ ୪ ପ୍ରତିଶତ ସ୍ତରରେ ରଖିବାକୁ ଲକ୍ଷ୍ୟ ରଖିଛି। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ମେ’ ମାସରେ ୪.୨୫ ପ୍ରତିଶତ ରହିଥିଲା। ଆରବିଆଇ ଏପ୍ରିଲରେ ରେପୋ ହାରରେ ପରିବର୍ତ୍ତନ କରି ନ ଥିଲା ଏବଂ ଜୁନ୍ ମାସରେ ମଧ୍ୟ ଏହାକୁ ଅପରିବର୍ତ୍ତିତ ରଖିଥିଲା। ଏହି ସମୟରେ, ଆରବିଆଇ ରେପୋ ହାରରେ ଶୀଘ୍ର ହ୍ରାସ କରିପାରେ ବୋଲି ରିପୋର୍ଟ ଆସିଥିଲା। ନିକଟରେ ଏସ ଆଣ୍ଡ ପି ଗ୍ଲୋବାଲ ରେଟିଂ ଏକ ରିପୋର୍ଟରେ କହିଛି ଯେ ଆରବିଆଇ ଆସନ୍ତା ବର୍ଷ ପ୍ରାରମ୍ଭରେ ସୁଧ ହାର ହ୍ରାସ କରିପାରେ।

Leave A Comment

All fields marked with an asterisk (*) are required