Search for:
  • Home/
  • ରାଜ୍ୟ/
  • କିଟ୍‍ ବିଶ୍ୱବିଦ୍ୟାଳୟରେ ଏନ୍‍ଏସ୍‍ଏସ୍‍ ଦିବସ ପାଳିତ ଛାତ୍ରଛାତ୍ରୀମାନେ ପାଠପଢ଼ା

କିଟ୍‍ ବିଶ୍ୱବିଦ୍ୟାଳୟରେ ଏନ୍‍ଏସ୍‍ଏସ୍‍ ଦିବସ ପାଳିତ ଛାତ୍ରଛାତ୍ରୀମାନେ ପାଠପଢ଼ା

Spread the love

Loading

କିଟ୍‍ ବିଶ୍ୱବିଦ୍ୟାଳୟରେ ଏନ୍‍ଏସ୍‍ଏସ୍‍ ଦିବସ ପାଳିତ
ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ସମାଜସେବାରେ ନିଜକୁ ନିୟୋଜିତ କରନ୍ତୁ
ଭୁବନେଶ୍ୱର, ୨୪ ।୯ : କିଟ୍‍ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା(ଏନ୍‍ଏସ୍‍ଏସ୍‍) ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଜାତୀୟ ସେବା ଯୋଜନାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ଶ୍ରୀ ପାତ୍ର କହିଥିଲେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ ଜାଗ୍ରତ କରାଇବା ହେଉଛି ଏନ୍‍ଏସ୍‍ଏସ୍‍ର ମୁଖ୍ୟ ଉଦ୍ଦେଶ୍ୟ । ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ନିଜକୁ ସମାଜସେବାରେ ନିୟୋଜିତ କରିବା ଆବଶ୍ୟକ ବୋଲି ସେ କହିଥିଲେ । କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମାଜସେବା କାର୍ଯ୍ୟରେ ଅନୁପ୍ରାଣିତ ହେବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶ୍ରୀ ସାମନ୍ତ କହିଥିଲେ, ସମାଜସେବା ଆମକୁ ଆନନ୍ଦ ପ୍ରଦାନ କରିଥାଏ । ଅନ୍ୟମାନଙ୍କୁ ସାହାଯ୍ୟ ଓ ସହାନୁଭୂତି ପ୍ରଦାନ କରି ଆମେ ସେମାନଙ୍କ ମନରେ ଖୁସି ଭରିଦେବା ସହ ନିଜେ ମଧ୍ୟ ଆନନ୍ଦ ପାଇଥାଉ ବୋଲି ଶ୍ରୀ ସାମନ୍ତ କହିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସବୁବେଳେ ସେବା ମନୋବୃତି ରହିବା ଉଚିତ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ଏନ୍‍ଏସ୍‍ଏସ୍‍ ବ୍ୟୁରୋ ଉପନିର୍ଦ୍ଦେଶକ ପ୍ରଫେସର କାଜଲ ପରାଶର ଧନ୍ୟବାଦ ଅର୍ପଣ କରିଥିଲେ । ଏନ୍‍ଏସ୍‍ଏସ୍‍ ଦିବସ ଅବ୍ୟବହିତ ପୂର୍ବରୁ ସପ୍ତାହ ବ୍ୟାପୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Comment

All fields marked with an asterisk (*) are required