ଖଲ୍ଲିକୋଟ ଅଞ୍ଚଳରେ ବିଷାକ୍ତ ସାପ କାମୁଡାରେ ଦୁଇ ଜଣଙ୍କ ମୃତ୍ୟୁ
ଖଲ୍ଲିକୋଟ ଅଞ୍ଚଳରେ ବିଷାକ୍ତ ସାପ କାମୁଡାରେ ଦୁଇ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର:ଖଲ୍ଲିକୋଟ–୨୩/୦୯–ଖଲ୍ଲିକୋଟ ଥାନା ଅଞ୍ଚଳରେ ଆଜି ଗୋଟିଏ ଦିନରେ ଦୁଇ ଜଣ ଙ୍କ ବିଷାକ୍ତ ସାପ କାମୁଡ଼ା ରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ,ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତ ସାନଘାଟି ବାହୁତିପଲ୍ଲୀ ଗ୍ରାମର ମହେଶ୍ୱର ଜେନା(୩୮) ଗତ କାଲି ରାତିରେ ଘରେ ଶୋଇ ଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା । ତେବେ ଆଜି ଅର୍ଥାତ୍ ଶୁକ୍ରବାର ଭୋର ସମୟରେ ମହେଶ୍ୱର ଅଚେତ୍ ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂପର୍କରେ ମୃତ ମହେଶ୍ୱରଙ୍କ ବଡ଼ଭାଇ ସୁକାନ୍ତ ଜେନା ଖଲ୍ଲିକୋଟ ଥାନା ପୋଲିସ କୁ ଜଣାଇବା ପରେ ଥାନା ଏସ ଆଇ ହିମାଂଶୁ ଶେଖର ପାତ୍ର ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ସେହିପରି ବାଣିଆ ପଞ୍ଚାୟତ ମେଦିପୁର ଗ୍ରାମର ରୁକୁଣା ପ୍ରଧାନ(୭୦) ନାମକ ଜଣେ ବୃଦ୍ଧା ଆଜି ମଧ୍ୟାହ୍ନ ରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା ।ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଖଲ୍ଲିକୋଟ ମେଡ଼ିକାଲ କୁ ଚିକିତ୍ସା ପାଇଁ ନେଇ ଆସିଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।