Search for:
  • Home/
  • ରାଜ୍ୟ/
  • ଜିଲ୍ଲା ପ୍ରଶାସନର ଅବହେଳାରୁ ତେଲକୋଇ ବ୍ଲକ ଗୁରୁମ ମୁଣ୍ଡା ସାହିରୁ ଡ଼ାକ୍ତରଖାନା ଯିବାକୁ ଖଟିଆ ରେ ବୁହା ହେଲେ ଗର୍ଭବତୀ

ଜିଲ୍ଲା ପ୍ରଶାସନର ଅବହେଳାରୁ ତେଲକୋଇ ବ୍ଲକ ଗୁରୁମ ମୁଣ୍ଡା ସାହିରୁ ଡ଼ାକ୍ତରଖାନା ଯିବାକୁ ଖଟିଆ ରେ ବୁହା ହେଲେ ଗର୍ଭବତୀ

Spread the love

Loading

ଜିଲ୍ଲା ପ୍ରଶାସନର ଅବହେଳାରୁ ତେଲକୋଇ ବ୍ଲକ ଗୁରୁମ ମୁଣ୍ଡା ସାହିରୁ ଡ଼ାକ୍ତରଖାନା ଯିବାକୁ ଖଟିଆ ରେ ବୁହା ହେଲେ ଗର୍ଭବତୀ

ଭୁବନେଶ୍ୱର:ତେଲକୋଇ,23/9- ଜିଲ୍ଲା ପ୍ରଶାସନର ଅବହେଳାରୁ ତେଲକୋଇରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ପହଁଚି ନପାରିବାରୁ ଖଟିଆ ରେ ବୁହାହୋଇ ୧ କିଲୋମିଟର ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ନିଆଯାଇଛି। ତେଲକୋଇ ବ୍ଲକ ର ବିଭିନ୍ନ ଉପାନ୍ତ ଅଞ୍ଚଳ ଏବେବି ଅପହଞ୍ଚ ହୋଇ ରହିଛି। ରାସ୍ତାଘାଟ ସଂଯୋଗ ନଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଭଲ ରାସ୍ତା ନଥିବାରୁ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ। ଏହି କ୍ରମରେ ଗୁରୁବାର 1 କିଲୋମିଟର ଦୂର ଖଟିଆ ରେ ବୁହା ହେବା ପରେ ଜଣେ ଗର୍ଭବତୀ ମହିଳା ଆମ୍ବୁଲାନ୍ସ ରେ ଡାକ୍ତରଖାନା ଯାଇଛନ୍ତି । ଏଭଳି ଘଟଣା ସାମ୍ନା କୁ ଆସିଛି ତେଲକୋଇ ବ୍ଲକ ଉପାନ୍ତ ଅଞ୍ଚଳ ତାଳପଦା ପଞ୍ଚାୟତ ଅନ୍ତର୍ଗତ ଗୁରୁମ ମୁଣ୍ଡା ସାହି ରେ । ଘଟଣା ଅନୁଯାଇ ଏହି ଗ୍ରାମ ର ଧୁବେଇ ମୁଣ୍ଡା ଙ୍କ ସ୍ତ୍ରୀ ମାନି ମୁଣ୍ଡା (୨୩) ଙ୍କର ଗର୍ଭଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଆସି ତାଳପଦା ହାଇସ୍କୁଲ ପର୍ଯ୍ୟନ୍ତ ଯାଇ କାଦୁଅ ରାସ୍ତା ଯୋଗୁଁ ଆଗକୁ ଯାଇ ନପାରି ସେଠାରେ ଅଟକି ଯାଇଥିଲା। ମାନିଙ୍କୁ ଗାଁ ଲୋକଙ୍କ ସହାୟତା ରେ ଏକ ଖଟିଆରେ ଶୁଆଇ ଲୋକେ କାନ୍ଧେଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇବା ପରେ ତାଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ନିଆଯାଇଛି। ଜିଲ୍ଲା ପ୍ରଶାସନନର ଅବହେଳା ଏହାର କାରଣ ହୋଇଥିବାବେଳେ ସମସ୍ୟାପ୍ରତି ଧ୍ୟାନ ଦେବାକୁ ଦାବି ଉଠୁଛି।

Leave A Comment

All fields marked with an asterisk (*) are required