Search for:
  • Home/
  • ରାଜ୍ୟ/
  • ଆଦ୍ରତା ଅପସାରଣ ଓ ବସ୍ତୁ ପୁଃନରୁଦ୍ଧାର ବୀମା ଦାବି ସଞ୍ଚୟ ଆଲୋଚନାଚକ୍ର 

ଆଦ୍ରତା ଅପସାରଣ ଓ ବସ୍ତୁ ପୁଃନରୁଦ୍ଧାର ବୀମା ଦାବି ସଞ୍ଚୟ ଆଲୋଚନାଚକ୍ର 

Spread the love

Loading

ଆଦ୍ରତା ଅପସାରଣ ଓ ବସ୍ତୁ ପୁଃନରୁଦ୍ଧାର ବୀମା ଦାବି ସଞ୍ଚୟ ଆଲୋଚନାଚକ୍ର

ଭୁବନେଶ୍ବର ୨୩/୦୯: ବୈଷୟିକ ସମାଧାନ ସେବା ସଂସ୍ଥା ପକ୍ଷରୁ ଶନିବାର ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ସିୱେଇଏସଡି ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ ବୀମା ଜନ୍ତ୍ରି ଓ ସର୍ବେକ୍ଷକ ଙ୍କୁ ନେଇ ଆଦ୍ରତା ଅପରରଣ ଓ ବସ୍ତୁ ପୁଃନରୁଦ୍ଧାର ବୀମା ଦାବି ସଞ୍ଚୟ ବିଷୟକ ଆଲୋଚନାଚକ୍ର ଆୟୋଜନ କରାଯାଇଛି। ଦ ନିଉ ଇଣ୍ଡିଆ ଇନ୍ସୁ ରାନ୍ସ ଭୁବନେଶ୍ବର ଆଞ୍ଚଳିକ ପରିଚାଳକ ଇଂ ଦୁଷ୍ମନ୍ତ ମଲ୍ଲ,ଇଂ ସଞ୍ଜୟ ନେଉରା ସ୍ବାଗତ ଭାଷଣ, ଈଂ ସରୋଜ ସାହୁ ପରିଚୟ ପ୍ରଦାନ, ବୀମା ସର୍ବେକ୍ଷକ ସଙ୍ଘ ରାଜ୍ଯ ସଭାପତି ଇଂ ବିଭୁଦତ୍ତ ରଏ ତଥ୍ଯ ଆକାର ପ୍ରଦାନ କରିଥିବା ବେଳେ ବୈଷୟିକ ଦେବା ସଂସ୍ଥା ଜାତୀୟ ପ୍ରସାର ପରିଚାଳକ ରାଜେଶ ମାରୱା ସମସ୍ୟା, ସମାଧାନ ଉପରେ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିଥଲେ। କୋଠାବାଡି, ବ୍ୟବସାୟିକ ସଂସ୍ଥା ଦ୍ରବ୍ୟ, ଶିଳ୍ପାନୁଷ୍ଠାନ ଆସବାବପତ୍ର ଯନ୍ତ୍ରାଂଶ, ଶୁଷ୍କ ଖାଦ୍ୟ ପଦାର୍ଥ ମଧ୍ୟରେ ଜମି ରହିଥିବା ଜଳ, ଆଦ୍ରତା ଅପସାରଣ କରିବା ପାଇଁ ମେସିନ ଦ୍ୱାରା ବାୟୁ ସମାଧାନ କରାଯାଇଛି ସାରା ଦେଶରେ। ଏହା ଦେଶରେ ପ୍ରଥମ ବୋଲି ଟିଡିଏସ ପରିଚାଳକ ରାଜେଶ ମରୱା ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିଥଲେ। ଏହା ଦ୍ୱାରା ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ବୀମା ରାଶି ସଞ୍ଚୟ କରାଯାଇ ପାରୁଛି ତାହା ପୁଣି ପାଖାପାଖି ନବେ ପ୍ରତିଶତ ଅର୍ଥ ବଞ୍ଚାଯାଇପରୁଛି ସେ ନେଇ ତଥ୍ଯ ପ୍ରଦାନ କରିଥଲେ। ଓଡ଼ିଶାରେ ଟାଟା କମ୍ପାନୀ ଯନ୍ତ୍ରାଂଶ ରୁ କିପରି ଆଦ୍ରତା କୁ ଶୁଷ୍କ କରାଯାଇଛି ଦର୍ଶାଇଥିଲେ। ଆଗାମୀ ଦିନରେ ଦୁଇ ଓ ଚାରି ଚକିଆ ଯାନ ରୁ ଜମିଥିବା ଜଳ, ଆଦ୍ରତା ଅପସାରଣ କରିହେବ ତାହା ପ୍ରଚେଷ୍ଟା କରାଯାଉ ବୋଲି ଉପସ୍ଥିତ ଯନ୍ତ୍ରୀ , ବୀମା ସର୍ବେକ୍ଷକ ଙ୍କ ପକ୍ଷରୁ ଅନୁରୋଧ କୁ ସଂସ୍ଥା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବ ଓ ପଦକ୍ଷେପ ନେବ ବୋଲି ପରିଚାଳକ ପ୍ରତୃଶୃତି ଦେଇଥିଲା। ସଭ ଶେଷ ରେ ଇଂ ବାଣୀ ପ୍ରସାଦ ମହାନ୍ତି ଧନ୍ୟବାଦ୍ ପ୍ରଦାନ କରିଥଲେ।

Leave A Comment

All fields marked with an asterisk (*) are required