Search for:
  • Home/
  • ରାଜ୍ୟ/
  • “ସନ୍ଧାନ” ସ୍ଵାଭିମାନ ର ଷ୍ଟୁଡେଣ୍ଟ୍ ୱିଙ୍ଗ ଯାହାକି ୨୦୦୯ ମସିହା ରେ ଛାତ୍ରଛାତ୍ରୀ ମାନଙ୍କୁ ଭିନ୍ନକ୍ଷମତା, ସମତା ଏବଂ ସୁଗମ୍ୟତା ଉପରେ ସଚେତନ

“ସନ୍ଧାନ” ସ୍ଵାଭିମାନ ର ଷ୍ଟୁଡେଣ୍ଟ୍ ୱିଙ୍ଗ ଯାହାକି ୨୦୦୯ ମସିହା ରେ ଛାତ୍ରଛାତ୍ରୀ ମାନଙ୍କୁ ଭିନ୍ନକ୍ଷମତା, ସମତା ଏବଂ ସୁଗମ୍ୟତା ଉପରେ ସଚେତନ

Spread the love

Loading

ଭୁବନେଶ୍ୱର:ଗତ ତା ୨୨/୦୯/୨୦୨୩ ରିଖ ଦିନ ସ୍ଵାଭିମାନ ର ଷ୍ଟୁଡେଣ୍ଟ୍ ୱିଙ୍ଗ “ସନ୍ଧାନ” ର ପୁନଃ ଆରମ୍ଭ Cysd ଭୁବନେଶ୍ୱର ଠାରେ ଆୟଜିତ କରାଯାଇଥିଲା।
“ସନ୍ଧାନ” ସ୍ଵାଭିମାନ ର ଷ୍ଟୁଡେଣ୍ଟ୍ ୱିଙ୍ଗ ଯାହାକି ୨୦୦୯ ମସିହା ରେ ଛାତ୍ରଛାତ୍ରୀ ମାନଙ୍କୁ ଭିନ୍ନକ୍ଷମତା, ସମତା ଏବଂ ସୁଗମ୍ୟତା ଉପରେ ସଚେତନ କରିବା ପାଇଁ ଆରମ୍ଭ କରାଯାଇଥିଲା ତାହା ପୁଣି ଥରେ ପୁନଃ ଆରମ୍ଭ ହୋଇଛି। ଏହି କାର୍ଯକ୍ରମ ରେ ସ୍ଵାଭିମାନ ର ମୁଖ୍ୟ ଡ଼ଃ ସୃତି ମହାପାତ୍ର ଙ୍କ ସହିତ ଅବସର ପ୍ରାପ୍ତ Navy ଭେଟରାନ କମୋଡର ଅଜୟ ପଟ୍ଟନାୟକ, ଭିନ୍ନକ୍ଷମ ଯୁବ ଇଞ୍ଜିନିୟର ସାର୍ଥକ ପଟ୍ଟନାୟକ ଏବଂ ଭିନ୍ନକ୍ଷମ ବ୍ୟାଙ୍କ କର୍ମଚାରୀ ସମ୍ବିତ କୁମାର ଦାସ ସମ୍ମାନିତ ବ୍ୟକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭିନ୍ନକ୍ଷମତା, ସମତା ଏବଂ SDG ଉପରେ ବିଭିନ୍ନ କର୍ମଶାଳା ମାଧ୍ୟମ ରେ ସଚେତନ ଦିଆଯାଇଥିଲା ଏବଂ ଆଗାମୀ ଦିନ ରେ ଜଣେ ଜାଗୃତ ନାଗରିକ ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କର କର୍ତ୍ତବ୍ୟ ବିଷୟ ରେ ଅନୁପ୍ରାଣିତ କରାଯାଇଥିଲା।
ଏହି କାର୍ଯକ୍ରମ ରେ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟ , ନିଶ୍ବାସ institute, ଉଦୟନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ, ରେଭେନ୍ସା ବିଶ୍ଵବିଦ୍ୟାଳୟ, ବିଜୁପଟ୍ଟନାୟକ କଲେଜ ଏବଂ ରମାଦେବୀ ବିଶ୍ଵବିଦ୍ୟାଳୟ ର ପାଖାପାଖି ୧୦୦ ଜଣ ଛାତ୍ରଛାତ୍ରୀ ଙ୍କ ସହିତ ସ୍ଵାଭିମାନ ର ଅନେକ ପୁରୁଣା volunteer ଯୋଗଦାନ କରିଥିଲେ।

Leave A Comment

All fields marked with an asterisk (*) are required