୫ ଦିନ ପରେ ମରାମତି ହେଲା ଟନେଲ ଗେଟ୍ ଚେନ ସ୍ୱାଭାବିକ ହେଲା ମାଛକୁଣ୍ଡରୁ ବିଦ୍ୟୁତ ଉତ୍ପାଦନ
୫ ଦିନ ପରେ ମରାମତି ହେଲା ଟନେଲ ଗେଟ୍ ଚେନ ସ୍ୱାଭାବିକ ହେଲା ମାଛକୁଣ୍ଡରୁ ବିଦ୍ୟୁତ ଉତ୍ପାଦନ
ଭୁବନେଶ୍ୱର:କୋରାପୁଟ,୧୮/୯: ପାଞ୍ଚ ଦିନ ପରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଟିପି ଡ୍ୟାମର ଟନେଲ ଗେଟର ଚେନ୍ ମାରମତିଁ ହେବା ପରେ ସୋମବାରରୁ ବିଦ୍ୟୁତ ଉତ୍ପାଦନ ସ୍ଵାଭାବିକ ହୋଇଛି । ବିଦ୍ୟୁତ ଉତ୍ପାଦନ ବନ୍ଦ ଯୋଗୁଁ ପାଞ୍ଚ ଦିନ ମଧ୍ୟରେ ପ୍ରାୟ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ କ୍ଷତି ହୋଇଥିବା ଜଣା ପଡ଼ିଛି। ସୂଚନା ଥାଉକି ଗତ ୧୨ ତାରିଖରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ଟିପି ଡ୍ୟାମ ଟୋନେଲ ଗେଟର ଚେନ ଛିଣ୍ଡି ଯାଇଥିଲା । ଫଳରେ ବିଦ୍ୟୁତ ବିଭାଗ କର୍ମଚାରୀମାନେ ବିଦ୍ୟୁତ ଉତ୍ପାଦନକୁ ବନ୍ଦ କରିଦେଇଥିଲେ । ପ୍ରକଳ୍ପଟି ଅତି ପୁରୁଣା ହୋଇଥିବାରୁ ବିଭିନ୍ନ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି । ଟୋନେଲ ଗେଟର ଚେନ ଛିଣ୍ଡି ଯିବାରୁ ବିଦ୍ୟୁତ ପ୍ରକଳ୍ପକୁ ପାଣି ନିଷ୍କାସନ ହୋଇ ପାରୁ ନଥିବାରୁ ବିଦ୍ୟୁତ ଉତ୍ପାଦନକୁ ବନ୍ଦ କରି ଦିଆ ଯାଇଥିଲା । ଟୋନେଲ ଗେଟର ମରାମତି କରିବା ନିମନ୍ତେ ବିଦ୍ୟୁତ ବିଭାଗ କର୍ମଚାରୀ ଜଲାପୁଟ ମୁଖ୍ୟ ଜଳ ଭଣ୍ଡାର ଜଳ ନିଷ୍କାସନକୁ ପ୍ରଥମେ ବନ୍ଦ କରି ମାଛକୁଣ୍ଡ ଡି., ଡ୍ୟାମର ଟୋନେଲ ଗେଟକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ପ୍ରବଳ ବର୍ଷା ଓ ପ୍ରଖୋର ଜଳ ସ୍ରୋତ ଯୋଗୁଁ ବହୁ କଷ୍ଟରେ ଡି. ଡ୍ୟାମ ଗେଟ ବନ୍ଦ କରା ଯାଇ ପାରି ଥିଲା। ଅନେକ ଚେଷ୍ଟା ପରେ ରବିବାର ବିଳମ୍ବିତ ରାତିରେ ମରାମତି କାର୍ଯ୍ୟ ସାରିଥିଲା । ଆଜି ଠାରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଛି । ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ୬ଗୋଟି ଟରବାଇନରୁ ଦୈନିକ ୧୨୦ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୁଏ। ପାଞ୍ଚ ଦିନ ଉତ୍ପାଦନ ବନ୍ଦ ଥିବାରୁ ପ୍ରାୟ ୫ କୋଟି ଟଙ୍କା କ୍ଷତି ହୋଇଛି।